Reliance Jio: ରିଚାର୍ଜ ପୂର୍ବରୁ କରନ୍ତୁ ଯାଞ୍ଚ, ୨ଟି ପ୍ଲାନରେ ବୈଧତା ବଦଳାଇଲା ଜିଓ
Advertisement
Article Detail0/zeeodisha/odisha2577373

Reliance Jio: ରିଚାର୍ଜ ପୂର୍ବରୁ କରନ୍ତୁ ଯାଞ୍ଚ, ୨ଟି ପ୍ଲାନରେ ବୈଧତା ବଦଳାଇଲା ଜିଓ

Reliance Jio: ରିଲାଏନ୍ସ ଜିଓ ଦୁଇଟି ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି । 19 ଏବଂ 29 ଟଙ୍କା ଡାଟା ଭାଉଚରର ବୈଧତା ପରିବର୍ତ୍ତନ କରିଛି । 

Reliance Jio: ରିଚାର୍ଜ ପୂର୍ବରୁ କରନ୍ତୁ ଯାଞ୍ଚ, ୨ଟି ପ୍ଲାନରେ ବୈଧତା ବଦଳାଇଲା ଜିଓ

Reliance Jio: ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ରିଲାଏନ୍ସ ଜିଓ ଶସ୍ତା ଡାଟା ଭାଉଚର (19 ଏବଂ 29 ଟଙ୍କା) ବୈଧତାରେ ବଡ ପରିବର୍ତ୍ତନ କରିଛି । ଅଧିକାଂଶ ଜିଓ ଉପଭୋକ୍ତାମାନେ ସ୍ୱଳ୍ପ ସମୟ ପାଇଁ ଡାଟା ବ୍ୟବହାର କରିବାକୁ ଏହି ଭାଉଚର୍ ଉପରେ ନିର୍ଭର କରିଥାନ୍ତି । ଏହାପୂର୍ବରୁ 19 ଟଙ୍କାର ଭାଉଚର 15 ଟଙ୍କାରେ ଏବଂ 29 ଟଙ୍କାର ଭାଉଚର 25 ଟଙ୍କାରେ ଉପଲବ୍ଧ ଥିଲା। କିନ୍ତୁ କିଛି ମାସ ପୂର୍ବରୁ ଏହି ଭାଉଚର ଗୁଡ଼ିକର ମୂଲ୍ୟ ବୃଦ୍ଧି କରାଯାଇଛି ।

Reliance Jio Rs 19 and Rs 29 Data Voucher
ରିଲାଏନ୍ସ ଜିଓ 19 ଟଙ୍କା ଡାଟା ଭାଉଚରରେ ବୈଧତା ପରିବର୍ତ୍ତନ କରିଛି । ପୂର୍ବରୁ ଏହି ଭାଉଚରର ବୈଧତା ଆପଣଙ୍କ ମୁଖ୍ୟ ପ୍ଲାନର ବୈଧତା ସହିତ ସମାନ ଥିଲା । ଯଦି ଆପଣଙ୍କର ମୁଖ୍ୟ ପ୍ଲାନର ବୈଧତା 70 ଦିନ ଥିଲା, ତେବେ ଆପଣ 19 ଟଙ୍କା ଭାଉଚରରେ ମଧ୍ୟ 70 ଦିନ ପାଇଁ ବୈଧତା ଲାଗୁ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହି ଭାଉଚରର ବୈଧତାକୁ ବଦଳାଇ ମାତ୍ର ଗୋଟିଏ ଦିନ ପାଇଁ ରଖାଯାଇଛି ।

29 ଟଙ୍କା ମୂଲ୍ୟର ଡାଟା ଭାଉଚରରେ ମଧ୍ୟ ସେହିପରି ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହି ରିଚାର୍ଜ ଭାଉଚରର ବୈଧତା ଆପଣଙ୍କ ମୁଖ୍ୟ ପ୍ଲାନର ବୈଧତା ସହିତ ସମାନ ରହୁଥିଲା । କିନ୍ତୁ ବର୍ତ୍ତମାନ 29 ଟଙ୍କା ଭାଉଚରରେ ଆପଣ ମାତ୍ର 2 ଦିନର ବୈଧତା ପାଉଛନ୍ତି ।

ଜିଓ ଏହି ଭାଉଚରର ବୈଧତା ପରିବର୍ତ୍ତନ କରି ରେଭିନ୍ୟୁ ବଢାଇବାକୁ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ହେଉଛି । ଯଦିଓ ଗ୍ରାହକମାନେ ପୂର୍ବ ପରି ସମାନ ଟଙ୍କା ରିଚାର୍ଜ କରୁଛନ୍ତି ଏବଂ ସମାନ ପରିମାଣର ଡାଟା ପାଉଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଭାଉଚରର ବୈଧତା କମ କରାଯାଇଛି । ଏହାର ଅର୍ଥ ଏହା ଯେ, ଯଦି ଗ୍ରାହକମାନେ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ ଡାଟା ବ୍ୟବହାର ନକରନ୍ତି, ତେବେ ସେମାନଙ୍କୁ ପୁନର୍ବାର ରିଚାର୍ଜ କରିବାକୁ ପଡିବ ।

ଆପଣଙ୍କୁ କହିରଖୁଛୁ ଯେ, ଜିଓ ଜୁଲାଇ ମାସରେ 999 ଟଙ୍କା ରିଚାର୍ଜ ପ୍ଲାନକୁ 200 ଟଙ୍କା ବ୍ୟୟବହୁଳ କରିଛି। ବର୍ତ୍ତମାନ ଏହି ପ୍ଲାନ 1,199 ଟଙ୍କାରେ ଉପଲବ୍ଧ । ଏହି ପ୍ଲାନରେ ଉପଲବ୍ଧ ସୁବିଧା ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ସମଗ୍ର ଭାରତରେ ଯେକୌଣସି ନେଟୱାର୍କରେ ମାଗଣା କଲିଂର ସୁବିଧା ପାଇବେ । ଏହା ସହିତ, ଉପଭୋକ୍ତାମାନଙ୍କୁ ମାଗଣା ଜାତୀୟ ରୋମିଂର ଲାଭ ମିଳିଥାଏ । ଏହି ପ୍ଲାନ ଦୈନିକ 3 ଜିବି ହାଇ ସ୍ପିଡ୍ ଡାଟା ଏବଂ 100 ମାଗଣା SMS ସହିତ ଆସିଥାଏ । ଏହିପରି ଭାବରେ ଉପଭୋକ୍ତାମାନଙ୍କୁ ମୋଟ 252 ଜିବି ଡାଟା ପ୍ରଦାନ କରାଯାଏ । ଏହା ବ୍ୟତୀତ, ଜିଓର କମ୍ପ୍ଲିମେଣ୍ଟାରୀ ଆପ୍ସକୁ ମଧ୍ୟ ଆକ୍ସେସ୍ ପ୍ରଦାନ କରାଯାଇଥାଏ ।

ପୂର୍ବରୁ ଏହି ପ୍ଲାନ 999 ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ଥିଲା । ବର୍ତ୍ତମାନ କମ୍ପାନୀ 999 ଟଙ୍କା ମୂଲ୍ୟର ଏକ ନୂଆ ପ୍ଲାନ ଆରମ୍ଭ କରିଛି ଯେଉଁଥିରେ ଗ୍ରାହକଙ୍କୁ 14 ଦିନର ଅତିରିକ୍ତ ବୈଧତା ମିଳିବ । ଏହି ନୂଆ ସଂଶୋଧିତ ପ୍ଲାନରେ ଉପଭୋକ୍ତାମାନେ ବର୍ତ୍ତମାନ 98 ଦିନର ବୈଧତା ପାଇବେ । ଏହି ପ୍ଲାନରେ ମିଳୁଥିବା ସୁବିଧା ବିଷୟରେ କହିବାକୁ ଗଲେ, ସମଗ୍ର ଭାରତରେ ଯେକୌଣସି ନେଟୱାର୍କରେ ଅସୀମିତ ମାଗଣା କଲିଂ ଏବଂ ଜାତୀୟ ରୋମିଂର ଲାଭ ମିଳିବ । ଏହି ପ୍ଲାନରେ ଜିଓ ଗ୍ରାହକଙ୍କ ପାଇଁ ପ୍ରତିଦିନ 2GB ଡାଟା ପ୍ରଦାନ କରୁଛି । ଏଥିରେ, ଉପଭୋକ୍ତାମାନେ ମୋଟ 196 ଜିବି ଡାଟାର ଲାଭ ପାଇପାରିବେ । କେବଳ ସେତିକି ନୁହେଁ, ପ୍ରତିଦିନ 100 ମାଗଣା SMSର ଲାଭ ଆପଣ ଉଠାଇପାରିବେ । ଏହା ବ୍ୟତୀତ, ଉପଭୋକ୍ତାମାନେ ଜିଓର କମ୍ପ୍ଲିମେଣ୍ଟାରୀ ଆପ ଗୁଡ଼ିକରେ ମାଗଣା ଆକ୍ସେସ୍ ପାଇବେ ।

Also Read- Winter diet: ଏହି ୫ଟି ମସଲା ଯାହା ଶୀତଦିନେ ଶରୀରକୁ ଭିତରୁ ରଖିବ ଗରମ

Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଧନ ଯୋଗ, ୫ ରାଶିର ବ୍ୟକ୍ତି ପାଇବେ ଲାଭ