IPL 2023 Starting Date: ଦୁନିଆର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଅନେକ ଖେଳାଳିଙ୍କୁ କୋଟିପତି କରିବା ସହ ଅନେକ ଖେଳାଳିଙ୍କ କ୍ୟାରିଅର୍ ଗଢ଼ିବାରେ ସାହାଯ୍ୟ କରିଛି । ଏହି ଟି-20 ଲିଗର ପରବର୍ତ୍ତୀ ସିଜନ (IPL-2023) ଚଳିତ ବର୍ଷ ଏପ୍ରିଲରେ ଆରମ୍ଭ ହୋଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ଏକ ଅପଡେଟ୍ ଦେଇଛନ୍ତି । କେବଳ ଏତିକି ନୁହେଁ, ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ୍ ତାରିଖ (IPL 2023 Final Match Date) ବିଷୟରେ ସୂଚନା ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ଆଇପିଏଲ ୨୦୨୩ (IPL 2023) ର ଯୋଜନା ଉପରେ ବିସିସିଆଇ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି । ଏହି ଟି-20 ଲିଗର ପରବର୍ତ୍ତୀ ସିଜନ ଏପ୍ରିଲ ୧ରୁ ଆରମ୍ଭ ହୋଇପାରେ । ଏହା ବ୍ୟତୀତ ଫାଇନାଲ ମ୍ୟାଚ୍ ମେ ୨୮ ଅର୍ଥାତ ରବିବାରରେ ଖେଳାଯାଇପାରେ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (World Test Championship Final) ମ୍ୟାଚ୍ ।


ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍  (WTC Final) ଜୁନ୍ ୮ରୁ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି କାରଣରୁ ବିସିସିଆଇକୁ ଆଇପିଏଲ୍ କାର୍ଯ୍ୟସୂଚୀକୁ ଟିକେ ଛୋଟ କରିବାକୁ ପଡିବ । ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଇନସାଇଡ୍ ସ୍ପୋର୍ଟ ଜଣେ ବିସିସିଆଇ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଆଇପିଏଲ୍ (IPL 2023) ବିଷୟରେ ପ୍ରାରମ୍ଭିକ ଧାରଣା ୭୪ ଦିନିଆ ୱିଣ୍ଡୋରେ ଖେଳିବା ଥିଲା, ତଥାପି ବର୍ତ୍ତମାନ ଏହି ସିଜନ ମାତ୍ର ୫୮ ଦିନ ହେବ । ଫେବୃଆରୀ ପ୍ରଥମ ସପ୍ତାହରେ ଅନ୍ତିମ କାର୍ଯ୍ୟସୂଚୀ ପ୍ରକାଶ ପାଇବ ।


ଅଧିକ ପଢ଼ନ୍ତୁ:-ସେକ୍ସ ସର୍ଚ୍ଚ କରିବା କ୍ଷେତ୍ରରେ Googleରେ ସବୁଠାରୁ ଆଗରେ ଏସିଆ ମହାଦେଶର ଦେଶର ଲୋକ, ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ କେତେ କୋଟି ଟଙ୍କାର ମାଲିକ? ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍!


ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ଆଇପିଏଲ୍ ୨୦୨୩ (IPL 2023)  କାର୍ଯ୍ୟସୂଚୀ ପାଇଁ ଆମେ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛୁ । ଆସନ୍ତା ମାସ ଆରମ୍ଭରେ ଏହା ଜାରି ହେବାର ସମ୍ଭାବନା ରହିଛି । ମହିଳା ଆଇପିଏଲ ଦଳ ଫାଇନାଲ ହେବା ପରେ ଆଇପିଏଲ (IPL) ର ଏକ ସାଧାରଣ ବୈଠକ ହେବ । ଏହା ପରେ ଆମେ ତାଲିକା ଚୂଡାନ୍ତ କରିବୁ । ବର୍ତ୍ତମାନ ପାଇଁ ବିଚାର ହେଉଛି ଆଇପିଏଲ୍ ମେ ମାସ ଶେଷ ସୁଦ୍ଧା ଶେଷ କରିବାର ଅଛି । କାରଣ ଜୁନ୍ ଦ୍ୱିତୀୟ ସପ୍ତାହରେ WTC ଫାଇନାଲ୍ ଅନୁଷ୍ଠିତ ହେବ । ଏହା ଏପ୍ରିଲ ୧ରୁ ଆରମ୍ଭ ହେବାର ଅଛି । ଏହି ସମୟରେ ଏହା ଚିନ୍ତା କରାଯାଉଛି ।