Odisha Election 2024: କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ
Advertisement
Article Detail0/zeeodisha/odisha2231272

Odisha Election 2024: କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

Odisha Election 2024:  ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ। ଏହା ତାଙ୍କର ଦ୍ୱିତୀୟ ଆସନ ପାଇଁ ପ୍ରାର୍ଥୀପତ୍ର। ପୂର୍ବରୁ ସେ ତାଙ୍କର ପ୍ରାଥମିକ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ପାଇଁ ଷଷ୍ଠଥର ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। 

Odisha Election 2024: କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ। ଏହା ତାଙ୍କର ଦ୍ୱିତୀୟ ଆସନ ପାଇଁ ପ୍ରାର୍ଥୀପତ୍ର। ପୂର୍ବରୁ ସେ ତାଙ୍କର ପ୍ରାଥମିକ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ପାଇଁ ଷଷ୍ଠଥର ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଭୁବନେଶ୍ୱରରୁ ଶ୍ରୀ ପଟ୍ଟନାୟକ ହେଲିକପ୍ଟର ଯୋଗେ ତୁଷରା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ।  ପରେ ଟିଟିଲାଗଡ଼ ସିଟି ସ୍କୁଲ ପ୍ଲେ ଗ୍ରାଉଣ୍ଡକୁ ଆସିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କାର୍‍ ଯୋଗେ ଯାଇଥିଲେ। ଏହି ସମୟରେ ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ତାଙ୍କୁ ପାଛୋଟି ନେଉଥିବା ଦେଖିବାକୁ ମିଳିଥିଲା। ଏ ଭିତରେ ସେ ଟିଟିଲାଗଡ଼ ଥାନା ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରିଥିଲେ।

ନାମାଙ୍କନ ସମୟରେ ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜି ବଲାଙ୍ଗୀର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆସୁଛି। ଏଥର ନବୀନ ଏହି ନିର୍ବାଚନ ମଣ୍ଡଳୀ ଲାଗି ସୁରେନ୍ଦ୍ର ସିଂହ ଭୋଇଙ୍କୁ ପ୍ରାର୍ଥୀ କରିଛନ୍ତି। ଗତ ନିର୍ବାଚନରେ ବିଜେପି ଏହି ଆସନରୁ ବିଜୟୀ ହୋଇଥିଲା। ଏଣୁ ପଶ୍ଚିମାଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରାର୍ଥୀ ହୋଇ ନବୀନ ବିଜେଡିକୁ ଅଧିକ ମଜଭୁତ କରିବେ ବୋଲି ଆଶା କରିଛନ୍ତି।