IPL 2023, B Sai Sudharsan: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (IPL 2023) ରେ ମଙ୍ଗଳବାର ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟାନ୍ସ (Gujarat Titans vs Delhi Capitals) ମଧ୍ୟରେ ଏକ ରୋମାଞ୍ଚକର T20 ମ୍ୟାଚ୍ ଦେଖିବାକୁ ମିଳିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ସିଜନର ଏହି ଅଷ୍ଟମ ମ୍ୟାଚ (GT vs DC) ରେ ଗୁଜୁରାଟ ଟାଇଟାନ୍ସ ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି । ଟୁର୍ଣ୍ଣାମେଣ୍ଟରେ ଏହା ଗୁଜୁରାଟ ଟାଇଟାନ୍ସ (Gujarat Titans) ର କ୍ରମାଗତ ଦ୍ୱିତୀୟ ବିଜୟ ଥିଲା । ବ୍ୟାଟ୍ସମ୍ୟାନ୍ ବି ସାଇ ସୁଦର୍ଶନ (B Sai Sudharsan) ଏହି ବିଜୟର ସବୁଠାରୁ ବଡ଼ ହିରୋ ଥିଲେ । ଆସନ୍ତୁ ଜାଣିବା ଏହି ଖେଳାଳୀଙ୍କ ବିଷୟରେ..


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ହୋଇଥିବା ଏହି ମ୍ୟାଚ (Gujarat Titans vs Delhi Capitals) ରେ ଗୁଜରାଟ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୬୨ ରନ ସ୍କୋର କରିଥିଲା । ଏହାର ଜବାବରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଦଳ ୫୪ ରନ୍ ମଧ୍ୟରେ ପ୍ରଥମ ୩ଟି ୱିକେଟ୍ ହରାଇଥିଲା, ସେମାନଙ୍କ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ସାମିଲ ଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ୨୧ ବର୍ଷୀୟ ବି ସାଇ ସୁଦର୍ଶନ (B Sai Sudharsan) ପିଚ୍‌ରେ ରହି ୪୮ଟି ବଲରେ ଅପରାଜିତ ୬୨ ରନର ଇନିଂସ ଖେଳିଥିଲେ ।  ଯେଉଁଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ରହିଛି । ସାଇ ସୁଦର୍ଶନ (B Sai Sudharsan) ପ୍ରଥମେ ବିଜୟ ଶଙ୍କର (Vijay Shankar) (୨୯) ଙ୍କ ସହ ଓ ପରେ ଡେଭିଡ ମିଲର (David Miller) (୩୧ ଅପରାଜିତ) ଙ୍କ ସହ ମିଶି ୧୮.୧ ଓଭରରେ ନିଜ ଦଳକୁ ବିଜୟ ପ୍ରଦାନ କରିଥିଲେ ।


ବିଜୟ ପରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ସାଇ ସୁଦର୍ଶନ (B Sai Sudharsan) ଙ୍କୁ ପ୍ରଶଂସା କରି କହିଛନ୍ତି ଯେ, "ସେ ଚମତ୍କାର ବ୍ୟାଟିଂ କରୁଛନ୍ତି । ଗତ ୧୫ ଦିନ ମଧ୍ୟରେ ସେ ଯେଉଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି, ଆପଣ ଯାହା ଦେଖୁଛନ୍ତି ତାହା ହେଉଛି ତାଙ୍କର କଠିନ ପରିଶ୍ରମ । ଯଦି ମୁଁ ଭୁଲ୍ ନୁହେଁ, ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ପାଇଁ କିଛି ବଡ଼ କରିବେ ଓ ପରେ ଭାରତୀୟ କ୍ରିକେଟ୍ ପାଇଁ ମଧ୍ୟ ।" 



ସାଇ ସୁଦର୍ଶନ କିଏ?


ସାଇ ସୁଦର୍ଶନ (B Sai Sudharsan) ୧୫ ଅକ୍ଟୋବର ୨୦୦୧ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ସେ (B Sai Sudharsan) ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ସ୍ପିନର । ୨୦୧୯-୨୦ ବର୍ଷରେ ସେ (B Sai Sudharsan) ୬୩୫ ରନ୍ ସ୍କୋର କରି ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ ଓ ଚର୍ଚ୍ଚାରେ ଆସିଥିଲେ । ସେ (B Sai Sudharsan) ୨୦୨୧-୨୨ ଘରୋଇ ଟି-20 ଟୁର୍ଣ୍ଣାମେଣ୍ଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ତାମିଲନାଡୁ ପାଇଁ ଡେବ୍ୟୁ କରିଥିଲେ । ପରେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଡେବ୍ୟୁ କରିଥିଲେ । ଫେବୃଆରୀ ୨୦୨୨ରେ ଗୁଜୁରାଟ ଟାଇଟାନ୍ସ ଆଇପିଏଲ୍ ନିଲାମରେ ସାଇ ସୁଦର୍ଶନ (B Sai Sudharsan) ଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ତା’ପରେ ଏପ୍ରିଲ୍ ୨୦୨୨ରେ ବିଜୟ ଶଙ୍କର ଆହତ ହେବା ପରେ ତାଙ୍କୁ ଆଇପିଏଲ୍ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା ।


ଅଧିକ ପଢ଼ନ୍ତୁ-ମେଷ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି ବୁଧ, ଏହି ୪ଟି ରାଶିର ଲୋକଙ୍କ ବଦଳିଯିବ ଜୀବନ; ଦୂର ହେବ ଆର୍ଥିକ ସଙ୍କଟ


ଅଧିକ ପଢ଼ନ୍ତୁ-ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!


 


ରକ୍ତରେ ଅଛି କ୍ରୀଡ଼ା


ଯେଉଁ ପରିବାରରୁ ସୁଦର୍ଶନ (B Sai Sudharsan) ଆସନ୍ତି, ତାହାକୁ ଦେଖିଲେ କ୍ରୀଡ଼ା ତାଙ୍କ ରକ୍ତରେ ଅଛି ବୋଲି କହିବା ଭୁଲ ହେବ ନାହିଁ । ତାଙ୍କ ବାପା ଜଣେ ଆଥଲେଟ୍ ଯିଏ ଦକ୍ଷିଣ ଏସୀୟ ଗେମ୍ସ (ଢାକା) ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଯେତେବେଳେ କି ମା' ରାଜ୍ୟ ସ୍ତରୀୟ ଭଲିବଲ୍ ଖେଳାଳି ରହିଛନ୍ତି ।