IPL 2023: ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା
Advertisement
Article Detail0/zeeodisha/odisha1639666

IPL 2023: ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା

IPL 2023: ଏମଏସ୍ ଧୋନିଙ୍କୁ ନେଇ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (Mumbai Cricket Association) ବର୍ତ୍ତମାନ ସମୟରେ ଏକ ବଡ଼ ଘୋଷଣା କରିଛି । ଯାହାକୁ ଶୁଣି ଏମଏସ ଧୋନିଙ୍କ ଫ୍ୟାନ୍ସଙ୍କ ଖୁସି ଦ୍ୱିଗୁଣିତ ହୋଇଯିବ । ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ୨୮ ବର୍ଷ ପରେ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଥିଲା ।

IPL 2023: ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା

MS Dhoni: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲର ୧୬ ତମ ସିଜନ୍ (IPL Season 16) ଆରମ୍ଭ ହୋଇସାରିଛି । ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ (Chennai Super Kings Captain) ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ବିଷୟରେ ବଡ଼ ଖବର ସାମ୍ନାକୁ ଆସିଛି । ଏମଏସ ଧୋନି (MS Dhoni) ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ୨୮ ବର୍ଷ ପରେ ୨୦୧୧ (World Cup 2011) ରେ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଥିଲା । ଏମଏସ୍ ଧୋନିଙ୍କୁ ନେଇ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ବର୍ତ୍ତମାନ ଏକ ବଡ଼ ଘୋଷଣା କରିଛି । ଯାହାକୁ ଶୁଣି ପ୍ରଶଂସକଙ୍କ ଖୁସିର କୌଣସି ସୀମା ରହିବ ନାହିଁ ।

ମୁମ୍ୱାଇ କ୍ରିକେଟ୍ ଆସୋସିଏସନ (Mumbai Cricket Association) ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛି । ପ୍ରକୃତରେ ୨୦୧୧ ବିଶ୍ୱକପରେ ଏମଏସ୍ ଧୋନି (MS Dhoni) ବିଜୟୀ ଛକା ମାରିଥିବା ବେଳେ ତାଙ୍କ ନାମରେ ଏକ ବିଜୟ ମେମୋରିଆଲ ନିର୍ମାଣ କରାଯିବ ବୋଲି ଏମସିଏ କହିଛି । ଇଣ୍ଡିଆନ୍ ଏକ୍ସପ୍ରେସ ସହ କଥାବାର୍ତ୍ତା କରି ଏମସିଏ ସଭାପତି ଆମୋଲ କାଲେ କହିଛନ୍ତି ଯେ, ବଲ ଯେଉଁ ସ୍ଥାନରେ ପଡିଛି ସେହି ସ୍ଥାନ ଧୋନିଙ୍କ ନାମରେ ହେବ ବୋଲି ଏମସିଏ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ଏମଏସ ଧୋନି (MS Dhoni) ଙ୍କୁ ଉପହାର ସ୍ୱରୂପ ଏକ ସ୍ମୃତି ଚିହ୍ନ ମଧ୍ୟ ଦିଆଯିବ ।

fallback

ଆପଣଙ୍କୁ କହି ରଖୁଛୁ ଯେ, ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଏମଏସ୍ ଧୋନି (MS Dhoni) ଙ୍କ ନାମରେ ଏକ ଭିକ୍ଟୋରିଆନ ମେମୋରିଆଲ ନିର୍ମାଣ ହେବ । ଏହାପୂର୍ବରୁ ସଚିନ ତେନ୍ଦୁଲକର (achin Tendulkar), ସୁନୀଲ ଗାଭାସ୍କର (Sunil Gavaskar) ଏବଂ ବିଜୟ ମର୍ଚାଣ୍ଟ (Vijay Merchant) ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ନାମରେ ଷ୍ଟାଡିୟମରେ ଷ୍ଟାଣ୍ଡ ରହିଛି । ଏହା ବ୍ୟତୀତ ଏହି ଷ୍ଟାଡିୟମରେ ପଲି ଉମ୍ରିଗର ଓ ଭିନୋ ମାନକଡଙ୍କ ନାମରେ ଫାଟକ ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ଏମଏସ୍ ଧୋନି (MS Dhoni) ଙ୍କ ପରି ଜଣେ ଭେଟେରାନ ଖେଳାଳିଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ।

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!

ଅଧିକ ପଢ଼ନ୍ତୁ-BCCIର ବଡ଼ ନିଷ୍ପତ୍ତି, IPL 2023 ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜାରି କଲେ ଏହି ଆଦେଶ

ଅଧିକ ପଢ଼ନ୍ତୁ-ବାତିଲ ହେବ ଆଇପିଏଲ୍ ୨୦୨୩!

୨୦୧୧ ବିଶ୍ୱକପର ସେହି ଐତିହାସିକ ରାତି କିଏ ଭୁଲି ପାରିବେ । ୱାନକେଡେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଦର୍ଶକ ବନ୍ଦେ ମାତରମ ଗୀତ ଗାଉଥିଲେ । ଏମଏସ ଧୋନି (MS Dhoni) ଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଟ୍ରଫି ଜିତିଥିଲା । ଏମଏସ୍ ଧୋନି (MS Dhoni) ଛକା ମାରି ଏହି ମୁହୂର୍ତ୍ତକୁ ଅଧିକ ଐତିହାସିକ କରିଥିଲେ । ଏମଏସ୍ ଧୋନି (MS Dhoni) ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ କୁଲାସେକରାଙ୍କ ବଲରେ ଛକା ମାରିଥିଲେ ।