IPL 2024: ୨୦୨୪ ଇଣ୍ତିଆ ପ୍ରିମିୟର ଲିଗ୍ (IPL 2024) ପାଇଁ ଖେଳାଳି  ନିଲାମ ପ୍ରକ୍ରିୟା (IPL 2024 Auction)ଚଳିତ ମାସ ୧୯ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ଏଥିପାଇଁ ଓଡି଼ଶା କ୍ରିକେଟ୍ ବୋର୍ଡ଼ ଆସୋସିଏସନ୍ (Odisha Cricket Association) ପକ୍ଷରୁ ୧୬ ଜଣ ଖେଳାଳିଙ୍କ ନାଁ ପଞ୍ଜିକୃତ କରାଯାଇଛି। ସମସ୍ତ ଖେଳାଳୀଙ୍କ ବ୍ସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଲେଖାଁଏ ରଖାଯାଇଛି। ପଞ୍ଜିକୃତ ହୋଇଥିବା ସମସ୍ତ ଖେଳାଳୀମାନେ ହେଲେ ଗୋବିନ୍ଦ ପୋଦ୍ଦାର, ପ୍ରୟାସ୍ ସିଂ, ସୁନୀଲ ରାଉଳ. ରାକେଶ ପଟ୍ଟନାୟକ, ହର୍ଷିତ ରାଠୋଡ, ସ୍ବସ୍ତିକ୍ ସାମଲ୍, ଦେବବ୍ରତ ପ୍ରଧାନ୍। ଅଭିଷେକ ଯାଦବ, ସୌରଭ ରାଉତ୍ , ଶାନ୍ତନୁ ମିଶ୍ର, ଶୁଭ୍ରାସୁ ସେନାପତି, ରାଜେସ୍ ଧୂପର, ମୁସ୍ତାକ୍ ବେଗ୍, ଆର୍ଶିବାଦ୍ ସ୍ବାଇଁ, ରାଜେସ୍ ମହାନ୍ତି ଓ ସନ୍ଦୀପ ପଟ୍ଟନାୟକ। ସୂଚନା ଯୋଗ୍ୟ ଯେ, ଗତ ସିଜିନରେ ଶୁଭ୍ରାଂସୁ ସେନାପତି  ଚେନ୍ନାଇ ସୁପର କିଙ୍ଗ୍ ଦଳରେ ସଦସ୍ୟ ରହିଥିଲେ।  ମାତ୍ର ଏଥର ଏହି ଫ୍ରାଞ୍ଚାଇଜ୍ ତାଙ୍କୁ ରିଲିଜ୍ କରି ଦେଇଛି। ଫଳରେ ସେ ନିଲାମୀ ପ୍ରକ୍ରିୟାରେ ଉପଲବ୍ଧ ହେବେ। 


COMMERCIAL BREAK
SCROLL TO CONTINUE READING

Also Read: Odisha News: ୨୦୨୪ରେ ଶିକ୍ଷକ -ଶିକ୍ଷୟତ୍ରୀଙ୍କୁ ମିଳିବ ଏତିକି ଦିନ ଛୁଟି, ଚେକ୍ କରନ୍ତୁ ପୂରା ତାଲିକା


ସେପଟେ,  ଆଇପିଏଲ ୨୦୨୪ ଭାରତରେ ଖେଳା ଯିବ ନା ନାହିଁ ସନେଇ ସସପେନ୍ସ ଲାଗି ରହିଛି ।  ୨୦୨୪ରେ ହେବାକୁ ଥିବା ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ଖେଳାଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି। କାହିଁକିନା ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସାଧାରଣତଃ ଆଇପିଏଲ ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ମାସରେ ଶେଷ ହୋଇଥାଏ। ଆଉ ଲୋକସଭା ନିର୍ବାଚନ ମଧ୍ୟ ସେହି ସମୟରେ  ହେବ। ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ ଭାରତ ବାହାରେ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।  ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପୂର୍ବରୁ ୨୦୦୯ ଓ ୨୦୧୪ ନିର୍ବାଚନ ସମୟରେ ମଧ୍ୟ ଆଇପିଏଲ ବିଦେଶରେ ଆୟୋଜିତ ହୋଇଥିଲା ।