Odisha News: ୨୦୨୪ରେ ଶିକ୍ଷକ -ଶିକ୍ଷୟତ୍ରୀଙ୍କୁ ମିଳିବ ଏତିକି ଦିନ ଛୁଟି, ଚେକ୍ କରନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha1988396

Odisha News: ୨୦୨୪ରେ ଶିକ୍ଷକ -ଶିକ୍ଷୟତ୍ରୀଙ୍କୁ ମିଳିବ ଏତିକି ଦିନ ଛୁଟି, ଚେକ୍ କରନ୍ତୁ ପୂରା ତାଲିକା

Odisha News: ୨୦୨୪ ବର୍ଷ ପାଇଁ  ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକଙ୍କ  (primary and upper primary teacher Holidays List) ଛୁଟି ତାଲିକା ପ୍ରସ୍ତୁତ ହୋଇଛି।  ଆସନ୍ତା ବର୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକ ଛୁଟି ପାଇବେ।  ପଢନ୍ତୁ ପୂରା ରିପୋର୍ଟ...

Odisha News: ୨୦୨୪ରେ ଶିକ୍ଷକ -ଶିକ୍ଷୟତ୍ରୀଙ୍କୁ ମିଳିବ ଏତିକି ଦିନ ଛୁଟି, ଚେକ୍ କରନ୍ତୁ ପୂରା ତାଲିକା

Odisha News: ୨୦୨୪ ବର୍ଷ ପାଇଁ  ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକଙ୍କ  (primary and upper primary teacher Holidays List) ଛୁଟି ତାଲିକା ପ୍ରସ୍ତୁତ ହୋଇଛି।  ଆସନ୍ତା ବର୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକ ଛୁଟି ପାଇବେ। ଆସନ୍ତା ବର୍ଷ ୮୨ ଦିନ  ଛୁଟି ଦିବସ ରହିଛି ।  ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନେ  ୮୨ ଦିନ  ଛୁଟି ପାଇବେ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅର୍ଡର ହୋଇଛି। 

Also Read: Cyclone Update: ବାତ୍ୟା ‘ମିଚାଉଙ୍ଗ’ପାଇଁ ବଦଳିଲା ରାଜ୍ୟର ପାଣିପାଗ, ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ

Also Read: Budh Vakri: ବୁଧଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସାଙ୍ଗକୁ ମିଳିବ ବ୍ୟବସାୟରେ ଲାଭ

ତେବେ, ଏହି ଛୁଟି ତାଲିକା (Holidays List) ପ୍ରସ୍ତୁତି ନିୟମକୁ ପରିବର୍ତ୍ତନ କରିବା ପାଇଁ ଶିକ୍ଷକ ସଂଘ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ  ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ  ମାଧ୍ୟମିକ ଶିକ୍ଷକ ସଂଘର ପ୍ରଦୀପ୍ତ କୁମାର ପ୍ରଧାନ ଓ ଅମରେନ୍ଦ୍ର  ସ୍ବାଇଁ କହିଛନ୍ତି ଯେ, ତାଲିକାରେ ଛୁଟି ଦିବସ ୭୨ ଦିନ ସହିତ ବିଦ୍ୟାଳୟରେ ପାଳନ ହେଉଥିବା ୧୦ ଦିବସକୁ ଅନ୍ତଭୁକ୍ତ କରାଯାଇଛି।  କିନ୍ତୁ ଦିବସ ପାଳନ ଗୁଡିକରେ ଶିକ୍ଷକମାନେ ବିଦ୍ୟାଳୟକୁ ଯିବା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟ ଯଥା ବକୃତା, ପ୍ରତିଯୋଗିତା, ଚିତ୍ରାଙ୍କନ  ପ୍ରତିଯୋଗିତା,କଣ୍ଠ ସଙ୍ଗୀତ ପ୍ରତିଯୋଗିତା ,ସାଧାରଣ ଜ୍ଞାନ ପ୍ରତିଯୋଗିତା, ଖେଳ ପ୍ରତିଯୋଗିତା ଆଦି ଅନେକ କାର୍ଯ୍ୟ କରିଥାଆନ୍ତି। 

Also Read: Today Horoscope: ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହ ସୁସମ୍ବାଦ ପାଇବେ ଏହି ରାଶି!

Also Read: Plus 2 Exam 2024: ରାଜ୍ୟରେ ଏହି ଦିନଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‍ ପରୀକ୍ଷା

ଅଧିକାଂଶ ପାଳନ ଦିବସରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପରେ ହିଁ ଶିକ୍ଷକମାନେ ବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି।  ତେଣୁ ଯଦି ସରକାର ତୁରନ୍ତ ଛୁଟି ତାଲିକାରୁ ପାଳନ ଦିବସ ଗୁଡିକୁ ବାଦ୍ ଦେଇ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଅବିକଳ ଛୁଟି ଦିବସ ତାଲିକା ପ୍ରସ୍ତୁତ  ନ କରନ୍ତେ। ତେବେ, ଖୁବଶିଘ୍ର ଏନେଇ ହାଇକୋର୍ଟରେ ଏକ ମାମଲା କରାଯିବ ବୋଲି ସେମାନେ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।