IPL 2024 Auction: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2024) ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଆସନ୍ତା ଡିସେମ୍ବର ୧୯ରେ ଦୁବାଇଠାରେ ଆଗାମୀ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା କରାଯିବ। ଏନେଇ ରବିବାର ଏକ ଟିଜର ଆଇପିଏଲର ଅଫିସିଆଲ୍ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ ଆଇପିଏଲ୍ ଟ୍ରଫି ଦୁବାଇରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଭାରତ ବାହାରେ ଆଇପିଏଲ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଆଇପିଏଲ୍ ନିଲାମ ପ୍ରକ୍ରିୟା ପାଇଁ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ନିଲାମରେ ସମୁଦାୟ ୩୩୩ ଖେଳାଳିଙ୍କ ପାଇଁ ଟେଣ୍ଡର ହେବ। ସେଥିମଧ୍ୟରୁ ୨୧୪ଟି ଭାରତୀୟ ଖେଳାଳି ଓ ୧୧୯ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଏହି ତାଲିକାରେ ଏମିତି ୨୩ ଖେଳାଳି ଅଛନ୍ତି ଯାହାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରହିଛି।



ବହୁ ଖେଳାଳି ପ୍ରଥମ ଥର ଏହି ନିଲାମ ପ୍ରକ୍ରିୟାରେ ଭାଗ ନେବେ । ସେହିପରି ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜ୍ ଅଧିକ ବିଡ୍ କରିବାକୁ ଚେଷ୍ଟା କରିବ। ଏଥିରେ ନ୍ୟୁଜିଲ୍ୟାଣ୍ଡର ରାଚିନ୍ ରବିନ୍ଦ୍ର, ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋସ୍ ହାଜଲେଉଡ୍ ଏବଂ ୱାନିଣ୍ଡୁ ହାସରାଙ୍ଗା ଭଳି ଖେଳାଳି ଅନ୍ତର୍ଭୁକ୍ତ। ରାଚିନ୍ ରବିନ୍ଦ୍ର ପ୍ରଥମ ଥର ପାଇଁ ଆଇପିଏଲରେ ଅଂଶଗ୍ରହଣ କରିପାରିବେ। ଦିନିକିଆ ବିଶ୍ୱକପ ୨୦୨୩ରେ ତାଙ୍କର ଚମତ୍କାର ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏହା ବ୍ୟତୀତ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲକୁ ଫେରିବାକୁ ଯାଉଛନ୍ତି। ମିଚେଲ ଷ୍ଟାର୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ତାଙ୍କର ଶେଷ ଆଇପିଏଲ୍ ସିଜନ୍ ଖେଳିଥିଲେ । ଏଭଳି ପରିସ୍ଥିତିରେ ପୁଣି ଥରେ ଆରସିବି ଷ୍ଟାର୍କ ଉପରେ ନଜର ରଖିବ।