ମୁ୍ମ୍ୱାଇ: ପୁଣି ଆଇପିଏଲ (IPL) ବନ୍ଦ ହୋଇପାରେ । ଆମେ ଏପରି କହିବାର ବି କାରଣ ଅଛି । ଗତବର୍ଷ ବି ସମାନ କାରଣ ପାଇଁ ଆଇପିଏଲ ବାତିଲ କରାଯାଇଥିଲା । ସେହି କାରଣଟି ହେଉଛି ଆଇପିଏଲରେ ଏବେ କୋରୋନା ସଂକ୍ରମଣ ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଯାହାକୁ ନେଇ ପୁଣି ଆଇପିଏଲ (IPL) ବନ୍ଦ ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇପିଏଲର ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ର ଫିଜିଓ ପ୍ୟାଟ୍ରିକ ଫାରହାର୍ଟ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ଆଇପିଏଲ କର୍ତ୍ତୃପକ୍ଷ ମଧ୍ୟ ସୂଚନା ଦେଇଛନ୍ତି । କୋରୋନା ସଂକ୍ରମିତ ହେବାପରେ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ।


ପୂର୍ବରୁ ମଧ୍ୟ ଆଇପିଏଲରେ କୋରୋନା ବାଧା ଉପୁଜାଇଛି । ଏଥିପାଇଁ ଆଇପିଏଲର ୧୪ତମ ସଂସ୍କରଣକୁ ବାତିଲ କରାଯାଇଥିଲା । ୧୪ତମ ସଂସ୍କରଣର ଅଧା ଭାଗ ଦୁବାଇରେ ଅନୁଷ୍ଠିତ ହୋଇଥିଲା । ଏକାଧିକ ଖେଳାଳି, କୋଚିଂ ଷ୍ଟାଫ୍‌ କୋରୋନା ପଜିଟିଭ ଚିହ୍ନଟ ହେବାପରେ ମେଗା ଇଭେଣ୍ଟକୁ ଅଧାରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍‌ ନିଷ୍ପତ୍ତି ନେଇଥିଲା ।


ଏପରିକି ଯଦି ଚଳିତ ଥର ବି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇକୁ ପ୍ରାୟ ୨ ହଜାର କୋଟି ଟଙ୍କାର କ୍ଷତି ହେବ । ତେବେ ଆଇପିଏଲ ଯୋଗୁଁ ବିସିସିଆଇ (BCCI) ର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ ସରକାରଙ୍କୁ ମଧ୍ୟ ମିଳୁଛି । ବିସିସିଆଇ ୨୦୦୭ ପରଠାରୁ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କା ଟ୍ୟାକ୍ସ ବାବଦକୁ ସରକାରଙ୍କୁ ଦେଇଛି ।


ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO


ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ


ଏହା ବି ପଢ଼ନ୍ତୁ:-ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ


ତେବେ ଦେଶରେ କୋରୋନା ସ୍ଥିତି ଭଲ ଥିବା ବେଳେ ଆଇପିଏଲ ବନ୍ଦ ନେଇ କୌଣସି ପଦକ୍ଷେପ ନିଆଯିବା ନେଇ କୌଣସି ସୂଚନା ମିଳିନାହିଁ । ଆଇପିଏଲ ଠିକ୍ ଭାବେ ଆୟୋଜିତ ହେଲେ ବିସିସିଆଇର ଲାଭ ହେବ । ଏହି ସବୁ ଦୃଷ୍ଟି କୋଣରୁ ବିଚାର କଲେ ଭାରତ ସରକାର (Indian Government), ବିସିସିଆଇ (BCCI) ଏବଂ ଆଇସିସି (ICC) ଆଇପିଏଲ (IPL) ବନ୍ଦ କରିବା ସପକ୍ଷରେ ନଥିବା ଜଣାପଡ଼ୁଛି । ତେବେ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ହେବ କେଉଁ ନିଷ୍ପତ୍ତି ଆସୁଛି ।