ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ
Advertisement

ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ

Russia-Ukraine War: ସିଆଇଏ (CIA) ର ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଆମେ ସମସ୍ତେ ଚିନ୍ତିତ ଅଛୁ । ଯୁଦ୍ଧରେ ଯେଉଁଭଳି ଭାବେ ଋଷର ସେନା (Russian Troops) ଦୁର୍ବଳ ହେବାକୁ ଲାଗିଛି, ସେଥିରୁ ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ବିପଦ ମଧ୍ୟ ବଢ଼ି ଚାଲିଛି । ଆମେରିକାର ଗୁଇନ୍ଦା ସଂସ୍ଥା ଯୋଗୁଁ ଋଷକୁ ୟୁକ୍ରେନରେ ନିଜର ଅତ୍ୟାଚାର ଲୁଚାଇରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଋଷର କ୍ରୁର ଚେହେରା ଦୁନିଆ ଆଗରେ ଆସୁଛି ଓ ଲମ୍ୱା ସମୟ ଧରି ଯୁଦ୍ଧ ଜାରି ରହିଥିବାରୁ ପୁଟିନ ମଧ୍ୟ ଚିନ୍ତିତ ଅଛନ୍ତି । ଏହି ଚିନ୍ତାକୁ ଦୂର କରିବା ପାଇଁ ସେ ବଡ଼ ପଦକ୍ଷେପ ମଧ୍ୟ ନେଇପାରନ୍ତି ।   

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ । ବିଗତ ୫୦ ଦିନରୁ ଅଧିକ ସମୟ ହେବ ଉଭୟ ଦେଶର ସେନା ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଋଷ ସେନା (Russian Army) ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାକୁ ଲାଗିଛି । ସେପଟେ ଋଷ ସୈନ୍ୟ (Russian Soldiers) ଙ୍କୁ କଡ଼ା ଟକ୍କର ଦେଉଛି ୟୁକ୍ରେନ ସେନା (Ukrainian Army) । ୟୁକ୍ରେନ ଅଧିକାଂଶ ସହର ଶ୍ମଶାନରେ ପରିଣତ ହୋଇସାରିଛି । ଏହି ଯୁଦ୍ଧର ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ବୁଚା (Bucha Massacre) ରେ ହୋଇଥିବା ଗଣହତ୍ୟା ଓ ଅତ୍ୟାଚାରର ଚିତ୍ର ଦେଖି ସାରା ଦୁନିଆ ସ୍ତବ୍ଧ ହୋଇଯାଇଛି । ଏହା ମଧ୍ୟରେ ଖବର ଆସୁଛି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ପରମାଣୁ ଆକ୍ରମଣ କରିପାରନ୍ତି । ଆମେରିକାରର ଗୁଇନ୍ଦା ସଂସ୍ଥା ସିଆଇଏ (CIA) ଋଷ ଦ୍ୱାରା ପରମାଣୁ ଆକ୍ରମଣ (Nuclear Attack) ର ଆଶଙ୍କା ବ୍ୟକ୍ତ କରାଯାଇଛି ।   

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ସିଆଇଏର ନିର୍ଦ୍ଦେଶକ ବିଲିୟମ୍ ଜେ. ବୁର୍ନସ୍ (CIA Director William J. Burns) ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଋଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୋଧରେ ହାଲୁକା ଧରଣର ପରମାଣୁ ଅସ୍ତ୍ରର ବ୍ୟବହାର କରିପାରନ୍ତି । ଋଷ ସେନାକୁ ୟୁକ୍ରେନରୁ ଅନେକ ପ୍ରକାରର ସେଟବ୍ୟାକ୍ ମିଳିଛି । ଏଥିରେ ପୁଟିନ ଓ ଋଷର ନେତୃତ୍ୱକୁ ଗଭୀର ନିରାଶା କରିଛି । ଏହି ପରିସ୍ଥିତିରେ ଋଷ ୟୁକ୍ରେନ ଉପରେ ଟ୍ୟାକ୍ଟିକାଲ ବା ହାଲୁକା ଧରଣର ପରମାଣୁ ଅସ୍ତ୍ର (Nuclear Weapon) ବ୍ୟବହାର କରିପାରିବେ ଓ ଏହା ଭଲ ସଙ୍କେତ ନୁହେଁ ।

ସୂଚନାଯୋଗ୍ୟ, ଟେକ୍ଟିକାଲ ୱେପନ୍ସକୁ ବେଟଲଫିଲ୍ଡ ନ୍ୟୁକ୍ସ ମଧ୍ୟ କୁହାଯାଇଥାଏ । ଏହା ଅପେକ୍ଷାକୃତ ଛୋଟ ହୋଇଥାଏ, ଯେଉଁଥିରେ ମୋର୍ଟାରରୁ ଲଞ୍ଚ କରାଯାଇଥାଏ କିମ୍ୱା ମାଇନ୍ ବ୍ଲାଷ୍ଟ ପରି ବ୍ୟବହାର କରାଯାଇଥାଏ । ଅନ୍ୟପଟେ ଲୋ-ୟିଲ୍ଡ ବା ହାଲୁକା ପରମାଣୁ ଅସ୍ତ୍ରକୁ ଛୋଟ ବିସ୍ଫୋରଣ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ । ଯାହା ବେଳେବେଳେ ପାରମ୍ପରିକ ଓ ପରମାଣୁ ଅସ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟକୁ ଅସ୍ପଷ୍ଟ କରିଥାଏ ।

ଏହା ବି ପଢ଼ନ୍ତୁ:-ଗୁଜୁରାଟରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା! ଆପରେ ଯୋଗ ଦେଲେ ଏହି ୨ ବଡ଼ ନେତା

ଏହା ବି ପଢ଼ନ୍ତୁ:-ପଞ୍ଜାବର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଭଗବନ୍ତ ମାନ ନା ଅରବିନ୍ଦ କେଜ୍ରିୱାଲ

ଏହା ବି ପଢ଼ନ୍ତୁ:-ଏହି ୩ଟି ପରିସ୍ଥିତିରେ ଋଷ ଉପରେ ଆକ୍ରମଣ କରିବ ଆମେରିକା!

 

ସିଆଇଏ (CIA) ର ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଆମେ ସମସ୍ତେ ଚିନ୍ତିତ ଅଛୁ । ଯୁଦ୍ଧରେ ଯେଉଁଭଳି ଭାବେ ଋଷର ସେନା (Russian Troops) ଦୁର୍ବଳ ହେବାକୁ ଲାଗିଛି, ସେଥିରୁ ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ବିପଦ ମଧ୍ୟ ବଢ଼ି ଚାଲିଛି । ଆମେରିକାର ଗୁଇନ୍ଦା ସଂସ୍ଥା ଯୋଗୁଁ ଋଷକୁ ୟୁକ୍ରେନରେ ନିଜର ଅତ୍ୟାଚାର ଲୁଚାଇରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଋଷର କ୍ରୁର ଚେହେରା ଦୁନିଆ ଆଗରେ ଆସୁଛି ଓ ଲମ୍ୱା ସମୟ ଧରି ଯୁଦ୍ଧ ଜାରି ରହିଥିବାରୁ ପୁଟିନ ମଧ୍ୟ ଚିନ୍ତିତ ଅଛନ୍ତି । ଏହି ଚିନ୍ତାକୁ ଦୂର କରିବା ପାଇଁ ସେ ବଡ଼ ପଦକ୍ଷେପ ମଧ୍ୟ ନେଇପାରନ୍ତି ।