Virat Kohli's 47th Half-century: ଆଇପିଏଲ୍ ୨୦୨୩ ସିଜିନର ୨୦ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB vs DC) ମଧ୍ୟରେ ଖେଳାଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡିଆକୁ ଆସିଥିବା ଆରସିବି (RCB) ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ବେଙ୍ଗାଲୁରକୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ (M Chinnaswamy Stadium) ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ଏହି ମ୍ୟାଚରେ ଓପନିଂ କରିବାକୁ ଆସିଥିବା କିଙ୍ଗ କୋହଲି ୩୩ ବଲରେ ନିଜ ଅର୍ଦ୍ଧଶତକ ପୂରା କରିଛନ୍ତି । ଏହି ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉପସ୍ଥିତ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ କରତାଳି ସହ ଫ୍ଲାଇଙ୍ଗ କିସ୍ ଦେଉଥିବାର ନଜର ଆସିଥିଲେ । ଅନୁଷ୍କାଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।


ବାସ୍ତବରେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଙ୍ଗ କୋହଲିଙ୍କ ଅର୍ଦ୍ଧ ଶତକ ପରେ ସେ ଖୁସିରେ ଝୁମୁଥିବାର ନଜର ଆସିଥିଲେ । କିଙ୍ଗ କୋହଲି ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନଙ୍କୁ ବହୁତ ବାଉଣ୍ଡ୍ରି ମାରିଥିଲେ । ସେ ୩୩ ବଲରୁ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ, କିନ୍ତୁ ଇନିଂସର ଏକାଦଶ ଓଭରରେ ବିରାଟ କୋହଲି ଲଲିତଙ୍କ ବଲକୁ ଖେଳିବାକୁ ଯାଇ ୟଶ ଧୁଲ ହାତରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ ।ଏହି ବଲରେ ବିରାଟ କୋହଲି ମିଡ ୱିକେଟ୍ ଆଡକୁ ଏକ ସଟ୍ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ବଲ୍ ସିଧା ଫିଲ୍ଡର ୟଶଙ୍କ ହାତକୁ ଯାଇଥିଲା । ଏହିପରି କୋହଲି ନିଜ ୱିକେଟ୍ ହରାଇଥିଲେ ।


କହିରଖୁଛୁ ଯେ ଏହି ସିଜିନରେ କିଙ୍ଗ କୋହଲିଙ୍କ ବ୍ୟାଟ୍ ରନ୍ ବର୍ଷା କରୁଛି । କୋହଲି ଏପର୍ଯ୍ୟନ୍ତ ଖେଳିଥିବା ତିନୋଟି ମ୍ୟାଚ ମଧ୍ୟରୁ ଦୁଇଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ପ୍ରଥମ ମ୍ୟାଚରେ ୮୨ ରନ୍, ଦ୍ୱିତୀୟ ମ୍ୟାଚରେ ୨୧ ରନ୍ ଓ ତୃତୀୟ ମ୍ୟାଚରେ ୬୧ ରନ୍ ସ୍କୋର କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏହି ଅର୍ଦ୍ଧଶତକ ଏହି ସିଜିନରେ ତାଙ୍କର ତୃତୀୟ ଅର୍ଦ୍ଧଶତକ ଥିଲା । ଏହା ସହିତ କିଙ୍ଗ କୋହଲି ମଧ୍ୟ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ନିଜର ୨୫୦୦ ରନ୍ ମଧ୍ୟ ପୂରଣ କରିଛନ୍ତି ।



ଏପର୍ଯ୍ୟନ୍ତ ଏହିପରି ହୋଇଛି କୋହଲିଙ୍କ ଆଇପିଏଲ୍ କ୍ୟାରିୟର 
କହିରଖୁଛୁ ଯେ ବିରାଟ କୋହଲି ତାଙ୍କ ଆଇପିଏଲ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୨୨୭ଟି ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚଗୁଡିକରୁ ୨୧୯ଟି ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୩୬.୭୬ ରେ ୬୮୩୮ ରନ୍ କରିଛନ୍ତି ଓ ଏହି ସ୍ମରେ ଷ୍ଟ୍ରାଇକ୍ ରେଟ୍ ୧୨୯.୬୫ ରନ୍ ରହିଚିହ୍ । ଏହି କ୍ୟାରିୟରରେ ତାଙ୍କ ବ୍ୟାଟରୁ ମୋଟ ୫ଟି ଶତକ ଓ ୪୭ଟି ଅର୍ଦ୍ଧଶତକ ବାହାରିଛି ।


ଏହା ବି ପଢ଼ନ୍ତୁ: IPL ରେ କେଉଁ ଖେଳାଳି GOAT? ଏବି ଡି ଭିଲିୟର୍ସ ନେଲେ ଏହି ଭାରତୀୟ ଭେଟେରାନଙ୍କ ନାମ


ଏହା ବି ପଢ଼ନ୍ତୁ: Jasprit Bumrah and Shreyas Iyer: ଟିମ୍ ଇଣ୍ଡିଆ ପାଇଁ ଆସିଲା ଏକ ଖୁସି ଖବର! ବୁମ୍ରା ଓ ଶ୍ରେୟାସଙ୍କ ଆଘାତ ଉପରେ ଆସିଲା ଏହି ବଡ଼ ଅପଡେଟ୍