IPL 2023: ଆଇପିଏଲ୍ ୨୦୨୩ରେ ଆରସିବି ଫ୍ୟାନ୍ସଙ୍କ ପାଇଁ ଆସିଛି ଦୁଖଃଦ ଖବର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର(royal challengers bangalore) ଦ୍ରୁତ ବୋଲର ରିସ୍ ଟୋପଲି(reece topley) ଆଇପିଏଲ୍ ସିଜିନରୁ ବାଦ ପଡ଼ିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ରିସି ଆହତ ହୋଇଥିଲେ । ଏହି ଆହତ କାରଣରୁ ସେ ବର୍ତ୍ତମାନ ଏହି ଆଇପିଏଲ ସିଜିନରୁ(ipl season 16) ବାଦ ପଡି଼ଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଦେଶୀ ଖେଳାଳି ରିସ ଟୋପଲି(reece topley) ମାତ୍ର ୨ ଓଭର ବୋଲିଂ କରିଥିଲେ। ସେହି ୨ ଓଭର ବୋଲିଂରେ ରିସ ଟୋପଲି ୧୪ ରନ୍ ଦେଇ ଗୋଟିଏ ୱିକେଟ୍(wicket) ହାସଲ କରିଥିଲେ। ରିସ୍ ଟୋପଲି(reece topley)  ମୁମ୍ବାଇ ଇଣ୍ଡିଆନ୍ସର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ କ୍ୟାମେରନ୍ ଗ୍ରୀନ୍ ଙ୍କୁ(cameron green) ମାତ୍ର ୫ ରନ୍ ଦେଇ ବୋଲ୍ଡ କରିଥିଲେ। ଏହା ପରେ ରିସ୍ ଟୋପଲି ଆହତ ଲାଗିଥିଲା । ପରେ ସେ ବୋଲିଂ କରିପାରିନଥିଲେ। ସିଜିନର ଦ୍ୱିତୀୟ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଘୋଷଣା କରିଥିଲା କି, ଆହତ କାରଣରୁ ବୋଲର ରିସ ଟୋପଲିଙ୍କୁ(reece topley) ସମଗ୍ର ଆଇପିଏଲ୍ ସିଜିନରୁ ବାଦ ଦିଆଯାଇଛି। ରିସ୍ ଟୋପଲି ଜଣେ ବାମହାତୀ ଫାଷ୍ଟ ବୋଲର(left hand fast bowler) ଅଟନ୍ତି । ସେ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳନ୍ତି। ଇଂଲଣ୍ଡ ପାଇଁ ସେ ୨୨ଟି ଟି -୨୦ ମ୍ୟାଚ୍ ର ୨୨ ଇନିଂସରେ ୨୨ ଟି ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ୨୨ ରନ୍ ଦେଇ ୪ଟି ୱିକେଟ୍ ହାତେଇଥିଲେ। ରିସ୍ ଟୋପଲି(reece topley) ସମଗ୍ର ବିଶ୍ୱରେ ଟି -୨୦ ଲିଗ୍ ଖେଳନ୍ତି । ତେବେ ରିସ୍ ଟୋପଲିଙ୍କ ଆହତ ଟିମ୍ କୁ ବିଶେଷ କ୍ଷତି ପହଁଞ୍ଚଇପାରେ । ରିସଙ୍କ ସ୍ଥାନରେ ଦଳରେ କେଉଁ ଖେଳାଳି ତାଙ୍କ ସ୍ଥାନରେ ଖେଳାଇବ ତାହା ଦେଖିବାକୁ ବାକି ରହିଲା ।


ଏହା ବି ପଢନ୍ତୁ-IPL 2023: କିଏ ଏହି ୧୯ ବର୍ଷୀୟ ସୁୟଶ ଶର୍ମା, ଯିଏ କୋଲକାତା ପାଇଁ ଆଣିଦେଲେ ବିଜୟ


ପ୍ରକାଶ ଥାଉ କି, ଗୁରୁବାର ଦିନ ଏହି ସିଜନରେ ପ୍ରଥମ ଥର ମୁହାଁମହିୁଁ ହୋଇଥିଲେ କୋଲକତା(KKR) ଓ ଆରସିବି (RCB)। କୋଲକତା ନାଇଟ୍ ରାଇଡ଼ର୍ସ(kolkata knight riders) ଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର(royal challengers Bangalore) ୮୧ ରନରେ ପରାସ୍ତ ହୋଇଥିଲା । ଟସ୍ ହାରିବା ପରେ କୋଲକତା ବ୍ୟାଟିଂ କରି ୨୦୪ ରନ ସଂଗ୍ରହ କରିଥିଲା । ୨୦୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାକୁ ୱହ୍ଲାଇଥିଲା ବାଙ୍ଗାଲୋର । ପରେ କୋଲକତା ନାଇଟ୍ ରାଇଡ଼ର୍ସର ଘାତକ ବୋଲିଂରେ ଘାଇଲା ହୋଇ ୧୭.୪ ଓଭର ଖେଳି ମାତ୍ର ୧୨୩ ରନରେ ଅଲ ଆଉଟ(All out) ହୋଇଯାଇଥିଲା ଆରସିବି । ପ୍ରଥମେ ବିରାଟ କୋହଲି(virat kohli), ଫାଫ ଡୁପ୍ଲେସେସ ଆଉଟ ହେବା ପରେ ଫେଲ ମାରିଥିଲେ ସବୁ ବ୍ୟାଟ୍ସମ୍ୟାନ୍ । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ(varun chakravarthy) ସର୍ବାଧିକ ୪ଟି ୱକେଟ୍ ନେଇଥିଲେ ।


ବେଙ୍ଗାଲୁରୁ ଦଳ: ବିରାଟ କୋହଲି, ଫାପ ଡୁପ୍ଲେସିସ, ଦିନେଶ କାର୍ତ୍ତିକ, ଗ୍ଲେନ ମ୍ୟାକ୍ସ ଓ୍ୱେଲ, ମାଇକେଲ ବ୍ରେସଓ୍ୱେଲ, ଶାହବାଜ ଅହମ୍ମଦ, ଡାଭିଡ଼ ଓ୍ୱିଲ୍ଲୀ, କର୍ଣ୍ଣ ଶର୍ମା, ହର୍ଷଲ ପଟେଲ, ଆକାଶଦୀପ, ମହମ୍ମଦ ସିରାଜ