IPL 2023: ଇଡେନ୍ ଗାର୍ଡେନ୍ସରେ ନିଆଁ ଲଗାଇଥାଏ ରସେଲଙ୍କ ବ୍ୟାଟ୍, ଡେଥ୍ ଓଭରରେ ମାରି ସାରିଛନ୍ତି ୯୫ଟି ଛକା, ଜାଣନ୍ତୁ ତାଙ୍କ ରେକର୍ଡ଼
Advertisement
Article Detail0/zeeodisha/odisha1641831

IPL 2023: ଇଡେନ୍ ଗାର୍ଡେନ୍ସରେ ନିଆଁ ଲଗାଇଥାଏ ରସେଲଙ୍କ ବ୍ୟାଟ୍, ଡେଥ୍ ଓଭରରେ ମାରି ସାରିଛନ୍ତି ୯୫ଟି ଛକା, ଜାଣନ୍ତୁ ତାଙ୍କ ରେକର୍ଡ଼

Andre Russell IPL Record:  କୋଲକାତା ସ୍ଥିତ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ ଠାରେ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଡେଥ ଓଭରରେ ୯୫ ଛକା ମାରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ଷ୍ଟ୍ରାଇକ୍ ରେଟ ଏଠାରେ ପ୍ରାୟ ୨୦୦ ରହିଛି। ସେ ପ୍ରତ୍ୟେକ ସପ୍ତମ ବଲ ଖେଳିବା ସମୟରେ ଛକା ମାରିଛନ୍ତି।

IPL 2023: ଇଡେନ୍ ଗାର୍ଡେନ୍ସରେ ନିଆଁ ଲଗାଇଥାଏ ରସେଲଙ୍କ ବ୍ୟାଟ୍, ଡେଥ୍ ଓଭରରେ ମାରି ସାରିଛନ୍ତି ୯୫ଟି ଛକା, ଜାଣନ୍ତୁ ତାଙ୍କ ରେକର୍ଡ଼

Andre Russell IPL Sixes: ଅପ୍ରେଲ ୬ ତାରିଖ ଗୁରୁବାର ଇଡେନ୍ ଗାର୍ଡେନ୍ସ ଠାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଇପିଏଲ ଇତିହାସରେ ଉଭୟ ଦଳ ପରସ୍ପର ସହ ପ୍ରାୟ ୩୦ ଥର ମୁହାଁମୁହିଁ ହୋଇଛନ୍ତି। ଦୁଇ ଦଳ ମଧ୍ୟରେ ମୁକାବିଲା ବରାବର ରହିଛି। ବାଙ୍ଗାଲୋର ୧୪ ମ୍ୟାଚ ଜିତିଥିବା ବେଳେ କୋଲକାତା ୧୬ ମ୍ୟାଚ ଜିତିଛି। ବାଙ୍ଗାଲୋର ଦଳର ହାଇ ସ୍କୋର ୨୧୩ ରହିଥିବା ବେଳେ, କୋଲକାତା ଦଳର ହାଇ ସ୍କୋର ୨୨୨ ରହିଛି। ଗତ ବର୍ଷ ଉଭୟ ଦଳ କେବଳ ଥରେ ମୁହାଁମୁହିଁ ହୋଇଥିଲେ। ହେଲେ ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବାଜି ମାରି ନେଉଥିଲା। ବିଗତ ପାଞ୍ଚଟି ମ୍ୟାଚ୍ ବିଷୟରେ କହିବାକୁ ଗଲେ ବେଙ୍ଗାଲୁରୁ ତିନୋଟି ମ୍ୟାଚ୍ ଜିତିଥିବାବେଳେ କୋଲକାତା ମାତ୍ର ଦୁଇଟି ମ୍ୟାଚ୍ ଜିତିଛି।

ଫାଫ୍ ଡୁ ପ୍ଲେସିସଙ୍କ (Faf Du Plessis) ନେତୃତ୍ୱାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ଦଳର ଉତ୍ସାହ ​​ଅଧିକ ରହିଛି। ଲଗାତାର ଦ୍ୱିତୀୟ ବିଜୟ ପଞ୍ଜୀକରଣ କରିବା ପାଇଁ ମଇଦାନରେ ଅବତୀର୍ଣ୍ଣ ହେବେ। ହେଲେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ଦଳର ଖେଳାଳୀ ଆନ୍ଦ୍ରେ ରସେଲ (Andre Russell) ବାଙ୍ଗାଲୋର ଦଳର ଉଦ୍ଦେଶ୍ୟକୁ ବିଫଳ କରି ଦେଇପାରନ୍ତି। ଆନ୍ଦ୍ରେ ରସେଲ ଇଡେନ୍ ଗାର୍ଡେନ୍ ରେକର୍ଡ (Andre Russell Edens Garden Record) ଦେଖିବା ପରେ ବାଙ୍ଗାଲୋର ବୋଲର ବିଚଳିତ ହୋଇଯିବେ। କୋଲକାତା ସ୍ଥିତ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ (Kolkata Edens Garden Stadium) ଠାରେ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଡେଥ ଓଭରରେ ୯୫ ଛକା ମାରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ଷ୍ଟ୍ରାଇକ୍ ରେଟ ଏଠାରେ ପ୍ରାୟ ୨୦୦ ରହିଛି। ସେ ପ୍ରତ୍ୟେକ ସପ୍ତମ ବଲ ଖେଳିବା ଛକା ମାରିଛନ୍ତି। ଏଭଳି ପରିସ୍ଥିତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆନ୍ଦ୍ରେ ରସେଲଙ୍କ ପାଇଁ ଏକ ଭିନ୍ନ ଯୋଜନା ସହିତ ପଡ଼ିଆରେ ପ୍ରବେଶ କରିବ।

ଆନ୍ଦ୍ରେ ରସେଲଙ୍କ ବ୍ୟାଟିଂ ବାଙ୍ଗାଲୋର ଦଳ ବିରୋଧରେ ଜବରଦସ୍ତ ରହିଛି। ୨୦୧୯ ଆଇପିଏଲ୍ ସମୟରେ ଯେତେବେଳେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ, ସେତେବେଳେ ଆନ୍ଦ୍ରେ ରସେଲ ଆରସିବି ହାତରୁ ବିଜୟ ଛଡ଼ାଇ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁ ଦଳ ୨୦ ଓଭର ଖେଳି ୩ ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଥିଲା। ୨୦୬ ରନ ବିଜୟ ଲକ୍ଷ୍ୟର ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୧୫୩ ରନ ସ୍କୋର କରିବା ପରେ ଅଧା ୱିକେଟ୍ ହରାଇଥିଲା। ଏହି ମ୍ୟାଚ୍ ବାଙ୍ଗାଲୋର ଖାତାକୁ ଯାଉଥିବା ଭଳି ମନେ ହେଉଥିଲା। ମ୍ୟାଚ ଜିତିବା ପାଇଁ କେକେଆର୍ ପାଇଁ ୨୪ ବଲରେ ୫୩ ରନ୍ ଆବଶ୍ୟକ ଥିଲା। ହେଲେ ଆନ୍ଦ୍ରେ ରସେଲ ୧୩ ବଲ ଖେଳି ୪୮ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ୫ ବଲ ବାକି ଥାଇ ଦଳକୁ ଅବିଶ୍ୱସନୀୟ ବିଜୟ ଉପହାର ଦେଇଥିଲେ।