Irfan Pathan T20 World Cup Squad: ଦେଶରେ ବର୍ତ୍ତମାନ ଆଇପିଏଲ୍-୨୦୨୪ କୁ ନେଇ ଏକ କ୍ରେଜ୍ ଚାଲିଛି। ଏହି ଦୁନିଆର ସବୁଠୁ ବଡ଼ ଫ୍ରାଞ୍ଚାଇଜ୍ ଟି-୨୦ ଲିଗରେ ଅଧିକ ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହେଉଛି। ତେବେ ଏହି ସମୟରେ ୨୦୨୪ ଟି-୨୦ ବିଶ୍ୱକପ ମଧ୍ୟ ଆଲୋଚନାରେ ରହିଛି। ବାସ୍ତବରେ, କିଛି ଦିନ ମଧ୍ୟରେ ଜୁନ ମାସରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଶିଘ୍ର ଟିମ୍ ଇଣ୍ଡିଆ ଘୋଷଣା କରିବାକୁ ଯାଉଛି। ଏହି ସମୟରେ, ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଚୟନ କରିଛନ୍ତି। ଏହି ଦଳରେ ଇରଫାନ୍ ଅନେକ ଆଶ୍ଚର୍ଯ୍ୟଜନକ ନାମ ମଧ୍ୟ ବାଛିଛନ୍ତି।


COMMERCIAL BREAK
SCROLL TO CONTINUE READING

ଟି-୨୦ ବିଶ୍ୱକପ ପାଇଁ ଇରଫାନ୍ ଏକ ଶକ୍ତିଶାଳୀ ଦଳ ଚୟନ କରିଛନ୍ତି। ସେ ଗୋଟିଏ ସର୍ତ୍ତରେ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ଦେଇଛନ୍ତି। ଇରଫାନ୍ କହିଛନ୍ତି ଯେ ଯଦି ହାର୍ଦ୍ଦିକ କ୍ରମାଗତ ଭାବରେ ବୋଲିଂ କରନ୍ତି ତେବେ ତାଙ୍କୁ ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ଦେବା ଉଚିତ୍। ଏହାର ଅର୍ଥ ଇରଫାନ୍ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ହାର୍ଦ୍ଦିକ ଖେଳିବା ସପକ୍ଷରେ ନାହାଁନ୍ତି।


ଇରଫାନ୍ ବିରାଟ କୋହଲିଙ୍କୁ ମଧ୍ୟ ତାଙ୍କ ଦଳରେ ସ୍ଥାନ ଦେଇଛନ୍ତି। ଏହା ବ୍ୟତୀତ ସେ ଆଇପିଏଲ୍ ୨୦୨୪ ରେ ବଡ଼ ବଡ଼ ଛକା ମାରୁଥିବା ଶିବମ୍ ଦୁବେଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରିଛନ୍ତି। ଦ୍ରୁତ ବୋଲିଂରେ ଇରଫାନ୍ ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ଉପରେ ଇର୍ଫାନ ଭରସା ରଖିଛନ୍ତି। ଶୁବମନ ଗିଲ ଓ ସଞ୍ଜୁ ସାମସନଙ୍କ ମଧ୍ୟରେ ବାଛିବା ପାଇଁ ଇରଫାନ ବିକଳ୍ପ ଦେଇଛନ୍ତି। ଏଥିସହ ଇରଫାନ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରିଜର୍ଭ ଖେଳାଳିଙ୍କ ମଧ୍ୟରେ ଦୁଇଜଣ ଦ୍ରୁତ ବୋଲର, ଜଣେ ୱିକେଟ୍ କିପର ଓ ଜଣେ ବ୍ୟାଟ୍ସମ୍ୟାନ୍ ରଖିଛନ୍ତି। ତେବେ ସେ ଏଥିପାଇଁ କାହାର ନାମ ନେଇ ନାହାଁନ୍ତି।



ଇରଫାନ ପଠାନଙ୍କ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ - ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଯଦି ବୋଲିଂ କରନ୍ତି), ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ଶୁଭମାନ ଗିଲ / ସଞ୍ଜୁ ସାମସନ, ରବି ବିଷ୍ଣୋଇ/ ୟୁଜବେନ୍ଦ୍ର ଚହଲ।