Mohammad Rizwan On Gaza Strip: ଦିନିକିଆ ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ମଝିରେ 'ଇସ୍ରାଏଲ୍ ଓ ହାମାସ୍' ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟ ଏଣ୍ଟ୍ରି ମାରିଛି । ବିଶ୍ୱକପ ୨୦୨୩ ଭାରତରେ ଖେଳାଯାଉଛି । ଏହି ସମୟରେ ମଙ୍ଗଳବାର ଏକ ମହାନ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପାକିସ୍ତାନ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପାକିସ୍ତାନୀ ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଓ ଅବଦୁଲ୍ଲା ଶାଫିକ୍ ଚମତ୍କାର ଶତକ ହାସଲ କରିଥିଲେ । ରିଜୱାନ୍ ୧୩୧ ରନର ଅପରାଜିତ ଇନିଂସ ଖେଳିଥିଲେ । ଯେତେବେଳେ କି ଶାଫିକ୍ ୧୧୩ ରନ୍ ର ଏକ ଚମତ୍କାର ଶତକ ଇନିଂସ ଖେଳିଥିଲେ ।


COMMERCIAL BREAK
SCROLL TO CONTINUE READING

ଗାଜାର ଲୋକଙ୍କ ପାଇଁ ନିଜ ଶତକକୁ ଉତ୍ସର୍ଗୀକୃତ କଲେ ରିଜୱାନ୍ 
ଏହି ମ୍ୟାଚ୍ ପରେ ରିଜୱାନ୍ ବୁଧବାର ଦିନ (୧୧ ଅକ୍ଟୋବର) ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗାଜାକୁ ମନେ ପକାଇ ବିଶ୍ୱକପ ମଝିରେ 'ଇସ୍ରାଏଲ୍-ହାମାସ୍' ଲଢ଼େଇ ଆଣିଛନ୍ତି । ରିଜୱାନ୍ ଗାଜାର ଲୋକଙ୍କ ପାଇଁ ନିଜ ଶତକକୁ ଉତ୍ସର୍ଗ କରିଛନ୍ତି ।



X (ପୂର୍ବ ଟ୍ୱିଟର) ରେ ଏହି ପୋଷ୍ଟକୁ ସେୟାର କରି ରିଜୱାନ୍ ଲେଖିଛନ୍ତି, 'ଏହା (ଶତକ) ଗାଜାରେ ଆମର ଭାଇ ଓ ଭଉଣୀମାନଙ୍କ ପାଇଁ ଅଟେ । ଏହି ବିଜୟରେ ଯୋଗଦାନ କରି ବହୁତ ଖୁସି । ଏଥିପାଇଁ ଶ୍ରେୟ ସମଗ୍ର ଦଳ ଓ ବିଶେଷକରି ଅବଦୁଲ୍ଲା ଶାଫିକ୍ ଏବଂ ହାସନ ଅଲିଙ୍କ ନିକଟକୁ ଯାଉଛି ।


କହିରଖୁଛୁ ଯେ ଗତ ସପ୍ତାହରେ ହାମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୯୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହା ପରେ ଇସ୍ରାଏଲ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲା ।


ରିଜୱାନଙ୍କ ବିରୋଧରେ ପ୍ରଶଂସକମାନେ ଆଇସିସିରୁ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । କହିରଖିଛୁ ଯେ ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ମହେନ୍ଦ୍ର ସିଂ ଧୋନି ତାଙ୍କ ଭାରତୀୟ ସେନାକୁ ସମର୍ଥନ କରୁବାକୁ ଯାଇ ଏକ ସ୍ୱତନ୍ତ୍ର ଲୋଗୋ ଥିବା ଗ୍ଲୋଭସ୍ ପିନ୍ଧି ପଡ଼ିଆକୁ ଆସିଥିଲେ । ଧୋନି ନିଜ ପିନ୍ଧିଥିବା ଗ୍ଲୋଭସ୍ ଉପରେ ଭାରତୀୟ ସେନାର 'ବଳିଦାନ ବ୍ୟାଜ୍' ରହିଥିଲା । ତା’ପରେ ଆଇସିସି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋଗୋ ହଟାଇବାକୁ କହିଥିଲା । ବର୍ତ୍ତମାନ ପ୍ରଶଂସକମାନେ ଆଇସିସିକୁ ସମାନ କଥା ମନେ ପକାଇ ଦେଉଛନ୍ତି ଓ ରିଜୱାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।


 



କହିରଖୁଛୁ ଯେ ପାକିସ୍ତାନ ଦଳ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ଇତିହାସରେ ସବୁଠାରୁ ସ୍ମରଣୀୟ ବିଜୟ ପଞ୍ଜିକରଣ କରିଛି । ଏହାପୂର୍ବରୁ କୌଣସି ଦଳ ଏତେ ବଡ଼ ସ୍କୋର ହାସଲ କରି ଟୁର୍ଣ୍ଣାମେଣ୍ଟ ଜିତିବାରେ ସକ୍ଷମ ହୋଇନଥିଲେ । ଶ୍ରୀଲଙ୍କା ଦେଇଥିବା ୩୪୫ ରନର ଲକ୍ଷ୍ୟକୁ ପିଛାକରି ପକାଇ ପାକିସ୍ତାନ ଦଳ କେବଳ ୩୭ ରନରେ ନିଜର ଦୁଇଟି ୱିକେଟ୍ ହରାଇଥିଲା । ମହମ୍ମଦ ରିଜୱାନ ଓପନର୍ ଅବଦୁଲ୍ଲା ଶାଫିକଙ୍କ ଶତକ ବଳର ପାକିସ୍ତାନ ପାଇଁ ଥିବା ଅସମ୍ଭବ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥିଲା ।