T20 World Cup 2024 Final: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ଟି-୨୦ କ୍ରିକେଟ୍ ବିଶ୍ୱକପ୍ ପାଇଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଘୋଷଣା କରିବାବେଳେ ଭାରତର ବିଜୟର ଭବିଷ୍ୟବାଣୀ କରିଥିଲେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବାରବାଡୋସରେ ଟି-୨୦ ବିଶ୍ୱକପ ଟ୍ରଫି ଉଠାଯିବ ଓ ପଡ଼ିଆରେ ଭାରତୀୟ ପତାକା ଲଗାଯିବ ବୋଲି ସେ ଦାବି କରିଥିଲେ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ସେ ଘରୋଇ ଗ୍ରାଉଣ୍ଡରେ ଭାରତ ଏକଦିବସୀୟ ବିଶ୍ୱକପ ହାରିଥିଲେ ସେତେବେଳେ ସେ ଏହି ବିୟାନ ଦେଇଥିଲେ। ଏହି ସମୟରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଅନେକ ଆଲୋଚନା ହୋଇଥିଲା। ଏହା ପରେ ଜୟ ଶାହା ପ୍ରତିଶୃତି ଦେଇଥିଲେ ଯେ ଭାରତ ଟି-୨୦ ବିଶ୍ୱକପ୍ ଉଠାଇବ ଓ ବାରବାଡୋସରେ ତ୍ରିରଙ୍ଗାକୁ ଉଡାଇବ।



ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ପଡ଼ିଆ ମଝିରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଜୟ ଶାହାଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଏକ ନୂଆ ନାମ ଦେଇଛନ୍ତି। ସେ ଲେଖିଛନ୍ତି, “ବହୁତ ଭଲ, ଜୟ ଶାହା। ତୁମର ନୂଆ ନାମ ଜୟ ନୋଷ୍ଟ୍ରାଡମସ୍ ଶାହା। ଆପଣ ରୋହିତ ଶର୍ମାଙ୍କୁ ୪ ମାସ ପୂର୍ବରୁ ଅଧିନାୟକ କରିସାରିଥିଲେ ଓ ଭବିଷ୍ୟବାଣୀ କରିଥଲେ ଯେ ଆଜି ଭାରତ ଏହି କପ ଜିତିବ।"



କ’ଣ କହିଥିଲେ ଜୟ ଶାହା?
ଜୟ ଶାହା ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ କହିଥିଲେ, "ବିଶ୍ୱକପ ଉପରେ ମୋର ବୟାନକୁ ସମସ୍ତେ ଅପେକ୍ଷା କରିଥିଲେ। ୨୦୨୩ ମସିହାରେ ଭାରତ କ୍ରମାଗତ ୧୦ଟି ମ୍ୟାଚ ଜିତି ବିଶ୍ୱକପ ଜିତି ପାରିନାହିଁ ସତ କିନ୍ତୁ ଆମେ ହୃଦୟ ଜିତିଥିଲୁ। କିନ୍ତୁ ମୁଁ ଏକ ପ୍ରତିଶୃତି ଦେଉଛି। ମୁଁ ଚାହୁଁଛି ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଜିତିବ ଓବାରବାଡୋସରେ ଆମକ ପତାକା ଉତ୍ତୋଳନ କରିବ ।"