Nepali Cricketer Sandeep Lamichhane: ଆଇପିଏଲ ଖେଳିଥିବା ନେପାଳ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଚାନେଙ୍କୁ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସନ୍ଦୀପଙ୍କ ବିରୋଧରେ ୧୮ ବର୍ଷର ଏକ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇଛି। ଶୁକ୍ରବାର ଦିନ କାଠମାଣ୍ଡୁ ଜିଲ୍ଲା କୋର୍ଟ ସନ୍ଦୀପଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ନେପାଳର ପୂର୍ବତନ ଅଧିନାୟକ ଅଗଷ୍ଟ ୨୦୨୨ ରେ କାଠମାଣ୍ଡୁର ଏକ ହୋଟେଲରେ ଜଣେ ୧୮ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା, ଯାହା ବର୍ତ୍ତମାନ ପ୍ରମାଣିତ ହୋଇଛି।


COMMERCIAL BREAK
SCROLL TO CONTINUE READING

ଯଦିଓ ସନ୍ଦୀପଙ୍କୁ କେତେ ଦିନ ଜେଲରେ ରଖାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, ୧୦ ଜାନୁୟାରୀ ୨୦୨୪ ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ଏହା ନିଷ୍ପତ୍ତି ନିଆଯିବ। ଜଜ୍ ଶିଶିର ରାଜ ଧାକାଲଙ୍କ ବେଞ୍ଚ ଶୁକ୍ରବାର ଦିନ ଏକ ସପ୍ତାହ ଧରି ଶୁଣାଣି ଶେଷ କରି ସ୍ପଷ୍ଟ କରିଛି ଯେ ଅଗଷ୍ଟ ୨୦୨୨ ରେ ଦୁଷ୍କର୍ମରେ ଶୀକାର ହୋଇଥିବା ଝିଅଟି ନାବାଳିକା ନୁହେଁ। ଅଭିଯୋଗ ସମୟରେ କୁହାଯାଇଥିଲା ଯେ ଦୁଷ୍କର୍ମ ହୋଇଥିବା ଝିଅଟି ନାବାଳିକା।


୨୩ ବର୍ଷୀୟ ସନ୍ଦୀପ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୧ଟି ODI ଓ ୫୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୧୮ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ମାଧ୍ୟମରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ODI ର ୫୦ଟି ଇନିଂସରେ ବୋଲିଂ କରି ସେ ହାରାହାରି ୧୮.୦୭ ରେ ୧୧୨ଟି ୱିକେଟ୍ ନେଇଛନ୍ତି । ୩୫ଟି ଇନିଂସରେ ବ୍ୟାଟିଂ କରି ୩୭୬ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ଟି-୨୦ ଇଣ୍ଟରନ୍ୟାସନାଲର ୫୨ଟି ଇନିଂସରେ ସେ ୧୨.୫୮ ହାରାହାରିରେ ୯୮ ୱିକେଟ୍ ନେଇଥିଲେ ଓ ୧୯ଟି
ଇନିଂସରେ ବ୍ୟାଟିଂ କରି ୬୪ ରନ୍ ସଂଗ୍ରହ କରିଥିଲେ।


ଆଇପିଏଲରେ ମଧ୍ୟ କରିଛନ୍ତି କମାଲ
ଅନ୍ତର୍ଜାତୀୟ କ୍ରିକେଟ୍ ବ୍ୟତୀତ ସନ୍ଦୀପ ଆଇପିଏଲ୍ ମଧ୍ୟ ଖେଳିଛନ୍ତି। ସେ ଦିଲ୍ଲୀ କ୍ୟାପିଟାସଲ୍ସ ପାଇଁ ଆଇପିଏଲ ଖେଳିଛନ୍ତି। ସନ୍ଦୀପ ମୋଟ ୯ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚଗୁଡିକର ୯ ଇନିଂସରେ ବୋଲିଂ କରି ନେପାଳର ପୂର୍ବତନ ଅଧିନାୟକ ୨୨.୪୬  ହାରାହାରିରେ ୧୩ଟି ୱିକେଟ୍ ନେଇଥିଲେ। ଏହି ଅବଧିରେ ସେ ୮.୩୪ ଇକୋନମିରେ ରନ୍ ଦେଇଥିଲେ।