India vs Bangladesh ODI, ନୂଆଦିଲ୍ଲୀ: ଚଳିତ ମାସେରେ ଟିମ ଇଣ୍ଡିଆ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଦିନିକିଆରେ ପରାସ୍ତ ହୋଇଛି। ଉଭୟ ଫର୍ମାଟର ୪ଟି ମ୍ୟାଚ ବର୍ଷାରେ ଧୋଇ ହୋଇଯାଇଥିଲା। ଗତ ଦୁଇଟି ସିରିଜରେ ଭଲ ଭାବେ ପ୍ରଦର୍ଶନ କରିବାକୁ ସୁଯୋଗ ପାଇନଥିବା ଭାରତୀୟ ଦଳ ଏବେ ବାଂଲାଦେଶ ଗସ୍ତରେ ଅଛନ୍ତି। ସେଠାରେ ସେମାନେ ତିନି ମ୍ୟାଚ ବିଶିଷ୍ଟ ଗୋଟିଏ ଦିନିକିଆ ଓ ଦୁଇ ମ୍ୟାଚ ବିଶିଷ୍ଟ ଗୋଟିଏ ଟେଷ୍ଟ ସିରିଜ ଖେଳିବେ। ଯାହାକୁ ଦେଖିବା ପାଇଁ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଷ୍ଠା ଦେଖିବାକୁ ମିଳିଛି। କିନ୍ତୁ ଏହି ମ୍ୟାଚ ଗୁଡିକୁ କିପରି ମାଗଣାରେ ଦେଖିପାରିବେ ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜ୍ ୪ ଡିସେମ୍ବର, ରବିବାର ଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଢାକାସ୍ଥିତ ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜର ଲାଇଭ୍ ଟେଲିକାଷ୍ଟ ଦେଖିବାକୁ ଚାହୁଁଛନ୍ତି କିନ୍ତୁ ସବସ୍କ୍ରିପସନ୍ ପାଇଁ ଚିନ୍ତିତ ତେବେ ଟେନସନ ଛାଡିଦିଅନ୍ତୁ। କାରଣ ଆମେ ଆପଣଙ୍କ ପାଇଁ ସମସ୍ତ ଉପଯୋଗୀ ସୂଚନା ଆଣିଛୁ। ଏହି ରୋମାଞ୍ଚକର ସିରିଜର ଲାଇଭ୍ ଟେଲିକାଷ୍ଟକୁ ଆପଣ ସମ୍ପୂର୍ଣ୍ଣ ମାଗଣାରେ ଦେଖିପାରିବେ, ସମସ୍ତ ବିବରଣୀ ମଧ୍ୟ ଜାଣିପାରିବେ।


Also Read: Australia vs West Indies Test: ହସ୍ପିଟାଲରେ ରିକି ପଣ୍ଟିଂ, ପ୍ରଥମ ଟେଷ୍ଟର ତୃତୀୟ ଦିନରେ...


ଭାରତ ବନାମ ବାଂଲାଦେଶ ସିରିଜ କେବେ ଓ କେଉଁଠି ଖେଳାଯିବ?


  • ପ୍ରଥମ ଦିନିକିଆ- ୪ ଡିସେମ୍ବର (ଢାକା)

  • ଦ୍ୱିତୀୟ ଦିନିକିଆ- ୭ ଡିସେମ୍ବର (ଢାକା)

  • ତୃତୀୟ ଦିନିକିଆ- ୧୦ ଡିସେମ୍ବର (ଛାଟୋଗାଁ)


ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମସ୍ତ ଦିନିକିଆ ଦିନ ସାଢେ ୧୧ଟାରେ ଆରମ୍ଭ ହେବ। ମ୍ୟାଚ୍ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଟସ୍ ଅନୁଷ୍ଠିତ ହେବ।


  • ପ୍ରଥମ ଟେଷ୍ଟ- ୧୪ରୁ ୧୮ ଡିସେମ୍ବର (ଛାଟୋଗାଁ)

  • ଦ୍ୱିତୀୟ ଟେଷ୍ଟ- ୨୨ରୁ ୨୬ ଡିସେମ୍ବର (ଢାକା)


ଟେଷ୍ଟ ମ୍ୟାଚ ଗୁଡିକ ସକାଳ ୯ଟାରେ ଆରମ୍ଭ ହେବ। ଦୁଇଟି ସିରିଜରେ ମୋଟ ୫ଟି ମ୍ୟାଚ ହେବ, ଯାହାକୁ ଦୁଇଟି ଷ୍ଟାଡିୟମରେ ଖେଳାଯିବ।


Also Read:  ଆମାଜନ ପ୍ରାଇମ କିମ୍ବା ହଟଷ୍ଟାରରେ ଆସିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଜାଣନ୍ତୁ କିପରି ଦେଖିବେ?


ଭାରତ ବନାମ ବାଂଲାଦେଶ ସିରିଜର ଲାଇଭ୍ ଟେଲିକାଷ୍ଟ କେଉଁଠାରେ ହେବ?


ସୋନି ପିକ୍ଚର୍ସ ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ବନାମ ବାଂଲାଦେଶ ସିରିଜର ପ୍ରସାରଣ ଅଧିକାର ରହିଛି। ଏହି ମ୍ୟାଚଗୁଡିକ Sony Sports Ten 3, Sony Sports Ten 3 HD , Sony Sports Ten 4, Sony Sports Ten 4 HD, Sony Sports Ten 5 ଏବଂ Sony Sports Ten 5 HDରେ ପ୍ରସାରିତ ହେବ।


କେଉଁଠାରେ ଭାରତ ବନାମ ବାଂଲାଦେଶ ମ୍ୟାଚ ମାଗଣା ଲାଇଭ୍ ଷ୍ଟ୍ରିମିଂ ଦେଖିହେବ?


ସୋନି ଲାଇଭ ଚ୍ୟାନେଲରେ ମ୍ୟାଚ୍ ଦେଖିବାର ସୁବିଧା ନଥିଲେ ମଧ୍ୟ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହି ମ୍ୟାଚ୍ ଡିଡି ସ୍ପୋର୍ଟସରେ ମଧ୍ୟ ପ୍ରସାରିତ ହେବ। ଏଠାରେ ଆପଣ ହିନ୍ଦୀ ଏବଂ ଇଂରାଜୀରେ ମ୍ୟାର ସିଧାପ୍ରସାରଣ ଦେଖିପାରିବେ। ଇଣ୍ଡିଆ ବନାମ ବାଂଲାଦେଶ ସିରିଜର ଅନଲାଇନ୍ ଷ୍ଟ୍ରିମିଂ Sony LIV ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ।