Cricket News: ଆଗରୁ ଦୁଇଟି ଷ୍ଟମ୍ପରେ ଖେଳା ଯାଉଥିଲା କ୍ରିକେଟ୍, କେମିତି ‘ଦୁଇ’ରୁ ‘ତିନି’ ହେଲେ ଷ୍ଟମ୍ପ ?
Cricket News: କ୍ରିକେଟ୍ ଦେଖୁଥିବା ଲୋକଙ୍କୁ ଯଦି ପଚରାଯାଏ ଷ୍ଟମ୍ପ ସଂଖ୍ଯା କେତେ ତେବେ ତୁରନ୍ତ ଉତ୍ତର ଆସିବ -୩ । କିନ୍ତୁ କେବେ ଚିନ୍ତା କରିଛନ୍ତି କି ଆଗରୁ ଷ୍ଟମ୍ପ ସଂଖ୍ଯା କେତେ ଥିଲା ?
Cricket News: କ୍ରିକେଟରେ ପ୍ରତିପକ୍ଷ ଟିମର ୱିକେଟ୍ (Wicket) ବା ଷ୍ଟମ୍ପ ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ନଜର ଥାଏ । ଷ୍ଟମ୍ପ ଉପୁଡିଲେ ୱିକେଟ୍ ଉଡିବ, ୱିକେଟ୍ ଉଡିଲେ ଜିତିବାର ସମ୍ଭାବନା (Probability of winning) ବଢିବ । କ୍ରିକେଟ୍ ଦେଖୁଥିବା ଲୋକଙ୍କୁ ଯଦି ପଚରାଯାଏ ଷ୍ଟମ୍ପ ସଂଖ୍ଯା କେତେ ତେବେ ତୁରନ୍ତ ଉତ୍ତର ଆସିବ -୩ । କିନ୍ତୁ କେବେ ଚିନ୍ତା କରିଛନ୍ତି କି ଆଗରୁ ଷ୍ଟମ୍ପ ସଂଖ୍ଯା କେତେ ଥିଲା ? କ୍ରିକେଟ୍ ଆରମ୍ଭରୁ ଯଦି ଷ୍ଚମ୍ପ ସଂଖ୍ଯା ତିନି ଥିଲା ବୋଲି ଆପଣ ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି । ଆରମ୍ଭରେ କ୍ରିକେଟରେ ଷ୍ଚମ୍ପ ସଂଖ୍ଯା ଦୁଇ (2 wicket) ଥିଲା । କିନ୍ତୁ କିଛି ଅସୁବିଧା କାରଣରୁ ଷ୍ଟମ୍ପ ସଂଖ୍ଯାକୁ ତିନି କରାଯାଇଥିଲା । ଆସନ୍ତୁ ଜାଣିବା କେମିତି ଦୁଇରୁ ତିନି ହୋଇଥିଲେ ଷ୍ଟମ୍ପ ।
ଆଗରୁ କ୍ରିକେଟରେ ଦୁଇଟି ଷ୍ଟମ୍ପ ରହୁଥିଲା । ଏବେ ଅଫ୍ ସାଇଡରେ (Offside) ଥିବା ଷ୍ଟମ୍ପ ଅଫ୍ ସାଇଡ୍ ଓ ଲେଗ୍ ସାଇଡରେ ଥିବା ଷ୍ଟମ୍ପ ଲେଗ୍ ସାଇଡକୁ ପ୍ରତିନିଧିତ୍ୱ କରୁଛନ୍ତି । ଅଷ୍ଟାଦଶ ଶତାବ୍ଦୀ ବେଳକୁ ଖେଳ ଭାବେ କ୍ରିକେଟ୍ ବିକଶିତ ହେଉଥିଲା । ଏହି ସମୟରେ ଦୁଇଟି ଷ୍ଟମ୍ପରେ ବଲ୍ ବାଜିଲେ ବ୍ୟାଟସମ୍ୟାନ୍ ଆଉଟ୍ (Batsman out) ହେଉଥିଲେ । କିନ୍ତୁ ବଲ ଯଦି ଦୁଇ ୱିକେଟ୍ ବା ଷ୍ଟମ୍ପ ମଝି ଦେଇ ଯାଉଥିଲା ତେବେ କିଛି ଜଣା ପଡୁନଥିଲା । କାରଣ ଷ୍ଟମ୍ପ ଖସୁନଥିଲା । ତେବେ ୧୭୭୫ ମସିହାରେ ଗୋଟିଏ ଘଟଣା ଯୋଗୁ ତୃତୀୟ ଷ୍ଟମ୍ପର ଆବଶ୍ଯକତା ଅନୁଭବ ହେଲା । ଘଟଣା ଏମିତି । ସେତେବେଳେ ଲମ୍ପି ଷ୍ଟିଭେନ୍ସ ନାମକ ବୋଲର ଜନ୍ ସ୍ମଲଙ୍କୁ କ୍ରମାଗତ ତିନୋଟି ବଲ୍ ବୋଲିଂ କରିଥିଲେ । ଆଉ ତିନୋଟି ଯାକ ବଲ ଦୁଇ ୱିକେଟ୍ ମଝି ଦେଇ ଚାଲିଯାଇଥିଲା । କିନ୍ତୁ ସ୍ମଲ ଆଉଟ୍ ହୋଇନଥିଲେ । କାରଣ ବଲ ଷ୍ଟମ୍ପରେ ବାଜିନଥିଲା । ଏହି ଘଟଣା ପରେ ତୃତୀୟ ଷ୍ଟମ୍ପର ଆବଶ୍ୟକତା ଅନୁଭବ ହୋଇଥିଲା । ୧୭୭୫ର ଘଟଣା ପରେ ତୃତୀୟ ଷ୍ଟମ୍ପ ମିଡିଲ ୱିକେଟ୍ ରୂପରେ ଅବିର୍ଭୁତ ହୋଇଥିଲା ।
ଏବେ ଆସନ୍ତୁ ଜାଣିବା ଷ୍ଟମ୍ପ ମଧ୍ଯରେ ବ୍ୟବଧାନକୁ ନେଇ କ’ଣ ନିୟମ ରହିଛି ।
୩୦୦ ବର୍ଷର କ୍ରିକେଟ୍ ଇତିହାସରେ ୱିକେଟ୍ ର ଆକାର ଅନେକ ଥର ପରିବର୍ତ୍ତିତ ହୋଇଛି | ଏହାର ପରିମାଣ ଏବଂ ଅବସ୍ଥାନ ବର୍ତ୍ତମାନ କ୍ରିକେଟ୍ ନିୟମରେ ନିୟମ ୮ ଦ୍ୱାରା ନିର୍ଣ୍ଣୟ କରାଯାଇଛି | ନିୟମ ୮ ଅନୁଯାୟୀ, ୱିକେଟ୍ ରେ ତିନୋଟି ଷ୍ଟମ୍ପ ରହିବ, ଯାହା ୨୮ ଇଞ୍ଚ ଅର୍ଥାତ୍ ୭୧.୧୨ ସେମି ଉଚ୍ଚ ହେବ । ପ୍ରତ୍ୟେକ ଷ୍ଟମ୍ପ ମଧ୍ୟରେ ସମାନ ଦୂରତା ବଜାୟ ରହିବ । ସେମାନଙ୍କୁ ଏପରି ଭାବରେ ପୋତାଯିବ ଯେ ସେମାନେ ୯ ଇଞ୍ଚ ଅର୍ଥାତ୍ ୨୨.୮୬ ସେମି ଚଉଡା ରହିବ । ଦୁଇଟି ଷ୍ଟମ୍ପକୁ ଉଭୟ ପାର୍ଶ୍ୱରେ ଥିବା ଗଭୀର ଖାଲରେ ରଖାଯିବ । ଏହି ବେଲ୍ ଗୁଡିକ ଅଧା ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ ଯେପରିକି ଷ୍ଟମ୍ପ ଉପରେ ୧.୨୭ ସେମି । ବେଲ୍ ଲମ୍ବ ୪.୩୧ ଇଞ୍ଚ ଅର୍ଥାତ୍ ୧୦.୯୫ ସେମି ହେବା ଉଚିତ୍ । ଉପର ଷ୍ଟମ୍ପର ବ୍ୟାସ ୧.୩୮ ଇଞ୍ଚରୁ କମ୍ ହେବ ନାହିଁ ଯଥା ୩.୫୦ ସେମି କିମ୍ବା ୧.୫ ଇଞ୍ଚରୁ ଅଧିକ ନୁହେଁ ଯଥା ୩.୮୧ ସେମି ।
Also Read- Money Making Tips: ନବରାତ୍ରୀରୁ ଦୀପାବଳି ଯାଏ ଭଲ ଚାଲିବ ଏହି ବ୍ୟବସାୟ, ହେବ ଭଲ ରୋଜଗାର
Also Read- Bhagavad Gita On Cloth: ଶାଢୀରେ ଗୀତାର ଶ୍ଲୋକ ବୁଣି ଚର୍ଚ୍ଚାକୁ ଆସିଲେ ୬୨ ବର୍ଷିୟା ମହିଳା