Bhagavad Gita On Cloth: ଶାଢୀରେ ଗୀତାର ଶ୍ଲୋକ ବୁଣି ଚର୍ଚ୍ଚାକୁ ଆସିଲେ ୬୨ ବର୍ଷିୟା ମହିଳା
Advertisement
Article Detail0/zeeodisha/odisha1895821

Bhagavad Gita On Cloth: ଶାଢୀରେ ଗୀତାର ଶ୍ଲୋକ ବୁଣି ଚର୍ଚ୍ଚାକୁ ଆସିଲେ ୬୨ ବର୍ଷିୟା ମହିଳା

Bhagavad Gita On Cloth: ଜଣେ ୬୨ ବର୍ଷ ବୟସ୍କା ମହିଳା ନିଜ ପିଲାଟି ଦିନରୁ ପୋଷାକ ବୁଣିବା ଶିଖିଥିଲେ । ବର୍ତ୍ତମାନ ସେ ଶ୍ରୀମଦ ଭଗବତ ଗୀତାର ଶ୍ଲୋକକୁ ଏକ ଶାଢୀରେ ସୁନ୍ଦର ଭାବରେ ବୁଣିପାରିଛନ୍ତି । ଯାହାକୁ ନେଇ ସବୁଠି ଆଲୋଚନା କରାଯାଉଛି ।

Bhagavad Gita On Cloth: ଶାଢୀରେ ଗୀତାର ଶ୍ଲୋକ ବୁଣି ଚର୍ଚ୍ଚାକୁ ଆସିଲେ ୬୨ ବର୍ଷିୟା ମହିଳା

Bhagavad Gita On Cloth: କିଛି ଲୋକଙ୍କର ଏପରି କିଛି ନିଆରା ଦକ୍ଷତା (Ability) ଥାଏ ଯାହା ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥାଏ । ଯେକୌଣସି କାର୍ଯ୍ୟ ହେଉନା କାହିଁକି କାର୍ଯ୍ୟକୁ ନିଷ୍ଠାର ସହ କରିପାରିଲେ ତାହା ଆପେ ଆପେ ଚର୍ଚ୍ଚିତ ହୋଇଯାଏ । ନିଜର ଦକ୍ଷତାକୁ କେହି ପ୍ରଶଂସା କରିଲେ ତାହା ଆମକୁ ଆତ୍ମସନ୍ତୋଷ (Complacency) ଦେଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଜଣେ ମହିଳାଙ୍କ ବିଷୟରେ ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା କରାଯାଉଛି । ଆସାମର ଜୋରହାଟ (jorhat assam)ରେ ରହୁଥିବା ୬୨ ବର୍ଷ ବୟସ୍କା ମହିଳା ହେମପ୍ରଭା ତାଙ୍କ ପିଲାଦିନରୁ ହିଁ ପୋଷାକ ବୁଣିବା (weaving) କାର୍ଯ୍ୟ ଶିଖିଥିଲେ । ପରବର୍ତ୍ତୀ ସମୟରେ ପୋଷାକ ବୁଣିବାରେ ଅନେକ ଏକ୍ସପେରିମେଣ୍ଟ କରିଥିଲେ ଯାହା ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବର୍ତ୍ତମାନ ସେହି ନିଆରା କିଛି କରିବା ଇଚ୍ଛାରେ ସେ ଏପରି ଏକ ଜିନିଷ ତିଆରି କରିଛନ୍ତି ଯାହା ଆଜି ସବୁ ସ୍ଥାନରେ ଆଲୋଚନା ହେଉଛି । ସେ ଭଗବଦ୍ ଗୀତାର ଶ୍ଳୋକ ଗୁଡ଼ିକୁ ରେଶମ କପଡ଼ାରେ ସୁନ୍ଦର ଭାବରେ ବୁଣିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଭିଡିଓ ଦେଖନ୍ତୁ - 

ସୋସିଆଲ ମିଡିଆ ସାଇଡ୍ ଇନଷ୍ଟାଗ୍ରାମରେ emirateslovesindia ଏବଂ otherground.with.sai ଆକାଉଣ୍ଟରୁ ସେୟାର ହୋଇଥିବା ଏହି ଭିଡିଓରେ ହେମପ୍ରଭା ହ୍ୟାଣ୍ଡଲୁମରେ କପଡା କପଡା ବୁଣୁଥିବାର ଦେଖିବାକୁ ମିଳିଛି । ସଂସ୍କୃତ, ଇଂରାଜୀ ଏବଂ ଆସାମ ଭାଷାରେ କପଡା ଉପରେ ସେ ଆକର୍ଷଣୀୟ ଢଙ୍ଗରେ ଭଗବଦ୍ ଗୀତା ର ଶ୍ଲୋକକୁ ଉପସ୍ଥାପନା କରିଛନ୍ତି । ଭିଡିଓରେ ଏହା କୁହାଯାଇଛି ଯେ, ହେମପ୍ରଭା ନିଜ କଳା ମାଧ୍ୟମରେ କିଛି ନିଆରା କାର୍ଯ୍ୟ (Unique work) କରିବାକୁ ଚାହୁଁଥିଲେ ଯାହା ପୂର୍ବରୁ କେବେ କରିନଥିଲେ । ସେ ୨ ବର୍ଷ ମଧ୍ୟରେ ୨୫୦ ଫୁଟ ଲମ୍ବା କପଡ଼ାରେ ସଂସ୍କୃତ ଭାଷାରେ ଭଗବଦ୍ ଗୀତା ଶ୍ଲୋକକୁ ଧାଡି ଧାଡି କରି ବୁଣିଥିଲେ । ଏହା ପରେ ସେ ଆସାମ ଓ ଇଂରାଜୀ ଭାଷାରେ ମଧ୍ୟ ଭଗବଦ୍ ଗୀତା ବୁଣିଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଇଂରାଜୀ ଭାଷା ଜାଣନ୍ତି ନାହିଁ ।

ବିଶ୍ୱ ରେକର୍ଡ କରିବାର ଇଚ୍ଛା

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୦ ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରିସାରିଛନ୍ତି । ଏଥିସହ ୨୫ ହଜାରରୁ ଅଧିକ ଲୋକ ଭିଡିଓଟିରେ ନିଜର ମନ୍ତବ୍ୟ ଦେଇ ଅନେକ ପ୍ରଶଂସା କରିଛନ୍ତି । ମତାମତ ଦେଇଥିବା ଲୋକଙ୍କୁ ହେମପ୍ରଭାଙ୍କୁ ଧନ୍ୟବାଦ ଦେଇଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି ଯେ, ହେମପ୍ରଭାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବା ଉଚିତ୍ । ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ନାମ ବିଶ୍ୱ ରେକର୍ଡ (World record)ରେ ଅନ୍ତର୍ଭୁକ୍ତ ହେବା ଉଚିତ୍ ।

Also Read- Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ