Legends League 2023: କ୍ରିକେଟ୍ ପଡ଼ିଆରେ ଭାରତ (Indian Cricketers) ଓ ପାକିସ୍ତାନ ଖେଳାଳି (Pakistani Cricketers) ଙ୍କ ମଧ୍ୟରେ ମୁକାବିଲାର ଅପେକ୍ଷା ସାରା ଦୁନିଆର କ୍ରିକେଟ୍ ପ୍ରେମୀମାନେ କରୁଥାନ୍ତି । ଚଳିତ ବର୍ଷ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ଏସିଆ କପ୍ ୨୦୨୩ ପୂର୍ବରୁ ମଧ୍ୟ ପାକିସ୍ତାନୀ ଓ ଭାରତୀୟ ଖେଳାଳି ମାନେ ପଡ଼ିଆରେ ମୁହାଁମୁହିଁ ହେଉଥିବାର ଦେଖିପାରିବେ । ଏହି ମ୍ୟାଚ୍ ଦୋହାରେ ଖେଳାଯିବ । ପ୍ରକୃତରେ କତାର କ୍ରିକେଟ୍ ଆସୋସିଏସନ୍ (Qatar Cricket Association) ୨୭ ଫେବୃଆରୀ ୨୦୨୩ରୁ ୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କତାରରେ ଲିଜେଣ୍ଡ୍ସ୍ ଲିଗ୍ ମାଷ୍ଟର୍ସ (Legends League Masters) ର ପରବର୍ତ୍ତୀ ସିଜନ୍ ଆୟୋଜନ କରିବ ।


COMMERCIAL BREAK
SCROLL TO CONTINUE READING

ଏହି କ୍ରିକେଟ୍ ଲିଗ (Legends League Masters) ରେ ଭାରତ, ପାକିସ୍ଥାନ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ ସମେତ ଅନ୍ୟାନ୍ୟ ଦେଶର ଭେଟେରାନ୍ କ୍ରିକେଟରମାନେ ଖେଳୁଥିବା ଦେଖିବାକୁ ମିଳିବ । ଏହି ଲିଗରେ ଖେଳୁଥିବା ପ୍ରସିଦ୍ଧ ଚେହେରା ବିଷୟରେ କହିବା ତ ଗୌତମ ଗମ୍ଭୀର, ଇରଫାନ ପଠାନ, ଶାହିଦ ଆଫ୍ରିଦି, ମିସବାହ-ଉଲ-ହକ, ଶୋଏବ ଅଖତର, ମୁଥିୟା ମୁରଲୀଧରନ୍, ରବିନ୍ ଉଥାପ୍ପା, ଏସ୍ ଶ୍ରୀସନ୍ଥ, ବ୍ରେଟ୍ ଲି, ଶନ୍ ୱାଟସନ, କ୍ରିସ୍ ଗେଲ ଏବଂ ଲେଣ୍ଡଲ ସିମନ୍ସ ନଜରକୁ ଆସିପାରେ ।


କତାରରେ ଖେଳାଯିବାକୁ ଏହି ମେଗା ଇଭେଣ୍ଟରେ (Legends League Masters) ପୂରା ଦୁନିଆର ଶ୍ରେଷ୍ଠ ଦିଗ୍ଗଜ କ୍ରିକେଟର ମାନେ ଅଂଶ ଗ୍ରହଣ କରିବେ । ଫିଫା ବିଶ୍ୱକପ୍ (FIFA World Cup 2022) ଆୟୋଜନ କରିବା ପରେ କତାର ପୂରା ଦୁନିଆରୁ କ୍ରିକେଟ୍ ଫ୍ୟାନ୍ସ,ଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ ଅଛି । ଏହି ସିଜନରେ ଲିଗର ୮ଟି ମ୍ୟାଚ୍ ଖେଳାଯିବ । ଏହି ଲିଗରେ ତିନୋଟି ଦଳ ଅଛି, ଯାହାର ନାମ ହେଉଛି ଇଣ୍ଡିଆ ମହାରାଜା (India Maharaja), ଏସିଆ ଲାୟନ୍ସ (Asia Lions) ଏବଂ ୱାର୍ଲ୍ଡ ଜଏଣ୍ଟସ୍ (World Giants) ।


ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ଶତକ ମାରିବା ମାତ୍ରେ ରଚିଲେ ୩ଟି ବିଶ୍ୱ ରେକର୍ଡ, ଏପରି କରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍


ଅଧିକ ପଢ଼ନ୍ତୁ:-ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ


କତାରରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ୍ ଲିଗ (Legends League 2023) କୁ ନେଇ ଭାରତୀୟ ଖେଳାଳି ରବିନ୍ ଉଥାପ୍ପା (Robin Uthappa) କହିଛନ୍ତି ଯେ, ମୁଁ ଏହି ସିଜନରେ ଖେଳିବାକୁ ଉତ୍ସାହିତ, ମୁଁ ମୋର ପୁରୁଣା ସାଥୀ ମାନଙ୍କ ସହିତ ଖେଳିବି, ଏହା ମୋ ପାଇଁ ମଜାଦାର ହେବ । ଏଠାରେ କହି ରଖୁଛୁ ଯେ, ଗତ ସିଜନରେ ରବିନ୍ ଉଥାପ୍ପା କମେଣ୍ଟି କରିସାରିଛନ୍ତି । ତାଙ୍କ ବ୍ୟତୀତ ଭେଟେରାନ ବୋଲର ମୁରଲୀଧରନ କହିଛନ୍ତି ଯେ, ସେ ଏହି ଲିଗରେ ଖେଳିବାକୁ ବହୁତ ଉତ୍ସାହିତ ଅଛନ୍ତି । ତାଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି କହିଛନ୍ତି ଯେ, ସେ ଏହି ପ୍ରତିଯୋଗିତାମୂଳକ ସିଜନକୁ ଅପେକ୍ଷା କରିଛନ୍ତି ।