Vastu Tips: ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ
Advertisement

Vastu Tips: ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ

Vastu Tips for Sleeping Position: ଅନେକ ଚେଷ୍ଟା ପରେ ମଧ୍ୟ ଏହି ଦମ୍ପତି ପରସ୍ପର ସହ ସାମଞ୍ଜସ୍ୟ କରିବାରେ ବିଫଳ ହୁଅନ୍ତି, ଯେଉଁ କାରଣରୁ ପରିବାରରେ ମତଭେଦ ପରିସ୍ଥିତି ଉପୁଜେ । ଜୀବନରେ ସମସ୍ୟା ସୃଷ୍ଟି ହେବାର ଅନେକ କାରଣ ହୋଇପାରେ । ଯଦି ଘରର ବାସ୍ତୁ ଠିକ୍ ହୋଇ ନଥାଏ, ଜୀବନ ଦୁଃଖରେ ପରିପୂର୍ଣ୍ଣ ରହିଥାଏ । 

Vastu Tips: ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ

Vastu Tips for Sleeping Position: ଯଦି ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ତେବେ ଜୀବନ ବିତାଇବା ସହଜ ହୋଇଯାଏ । ସେଥିପାଇଁ ସମସ୍ତେ ନିଜ ଜୀବନରେ ସୁଖ ଓ ଶାନ୍ତି ଚାହାଁନ୍ତି । ଅନେକ ଥର ଇଚ୍ଛା ନଥାଇ ବି ପତି-ପତ୍ନୀ (Husban and Wife) ମଧ୍ୟରେ ବିବାଦ ଦେଖାଦେଇଥାଏ । ଅନେକ ଚେଷ୍ଟା ପରେ ମଧ୍ୟ ଏହି ଦମ୍ପତି ପରସ୍ପର ସହ ସାମଞ୍ଜସ୍ୟ କରିବାରେ ବିଫଳ ହୁଅନ୍ତି, ଯେଉଁ କାରଣରୁ ପରିବାରରେ ମତଭେଦ ପରିସ୍ଥିତି ଉପୁଜେ । ଜୀବନରେ ସମସ୍ୟା ସୃଷ୍ଟି ହେବାର ଅନେକ କାରଣ ହୋଇପାରେ । ଯଦି ଘରର ବାସ୍ତୁ (Vastu) ଠିକ୍ ହୋଇ ନଥାଏ, ଜୀବନ ଦୁଃଖରେ ପରିପୂର୍ଣ୍ଣ ରହିଥାଏ । ବାସ୍ତୁ ତ୍ରୁଟି ଯୋଗୁଁ ଦମ୍ପତି (Couple) ଙ୍କ ମଧ୍ୟରେ ଝଗଡା, ଆର୍ଥିକ ସଙ୍କଟ, ମାନସିକ ଚାପ ଭଳି ସମସ୍ୟା ଦେଖାଦିଏ । 

ବାସ୍ତୁ ଶାସ୍ତ୍ରୀ ବ୍ୟାଖ୍ୟା କରିଛନ୍ତି ଯେ, ଭୁଲ ଦିଗରେ ଶୋଇବା ଦ୍ୱାରା ବାସ୍ତୁ ଦୋଷ (Vastu Defects) ଉତ୍ପନ୍ନ ମଧ୍ୟ ହୋଇଥାଏ । ଏହି କାରଣରୁ ବିବାହିତ ଜୀବନ ସୁଖୀ (Married Life) ରହେ ନାହିଁ । ଏପରି ପରିସ୍ଥିତିରେ, ସର୍ବଦା ସଠିକ୍ ଦିଗ ଆଡକୁ ମୁଣ୍ଡ ଦେଇ ଶୋଇବା ଉଚିତ୍ । ଆସନ୍ତୁ ଜାଣିବା ବାସ୍ତୁ (Vastu) ଅନୁଯାୟୀ ଶୋଇବାର ସଠିକ୍ ଦିଗ କ’ଣ ହୋଇଥାଏ?

ଏହି ଦିଗକୁ ମୁଣ୍ଡ ରଖି ଶୋଇବା ଅଶୁଭ

ବାସ୍ତୁ ଶାସ୍ତ୍ର (Vastu Shastra) ଅନୁଯାୟୀ, କେବେ ବି ପଶ୍ଚିମ ଆଡକୁ ମୁଣ୍ଡ ରଖି ଶୋଇବା ଉଚିତ୍ ନୁହେଁ । କାରଣ ଏହି ଦିଗଟି ଶୋଇବା ପାଇଁ ଶୁଭ ବୋଲି ମନେ କରାଯାଏ ନାହିଁ । ପଶ୍ଚିମ ଦିଗରେ ଶୋଇବା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ପଶ୍ଚିମ ଦିଗରେ ମୁଣ୍ଡ ରଖି ଶୋଇବା ମନକୁ ଭାରି ରଖେ ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହି ଦିଗରେ ଶୋଇବା ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥାଏ, ଯାହା ଉଭୟଙ୍କ ମଧ୍ୟରେ ଝଗଡା ସୃଷ୍ଟି କରିଥାଏ । ଏହି କାରଣରୁ ଜୀବନରେ ସୁଖ ଶାନ୍ତି ନାହିଁ ଓ ପରିବାରରେ ମତଭେଦ ପରିସ୍ଥିତି ସୃଷ୍ଟି ହୁଏ ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ଶତକ ମାରିବା ମାତ୍ରେ ରଚିଲେ ୩ଟି ବିଶ୍ୱ ରେକର୍ଡ, ଏପରି କରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍

ଶୋଇବା ପାଇଁ କେଉଁ ଦିଗଟି ଶୁଭ ହୋଇଥାଏ?

ଶୋଇବାର ଉପଯୁକ୍ତ ଦିଗ ବିଷୟରେ ବାସ୍ତୁ ଶାସ୍ତ୍ରୀ  (Vastu Shastra) ରେ ଉଲ୍ଲେଖ କରାଯାଇଛି । ଯାହା ଅନୁଯାୟୀ ଦମ୍ପତି ସର୍ବଦା ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ୍ । ବୈଜ୍ଞାନିକ ଭାବରେ ମଧ୍ୟ ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କାରଣ ଚୁମ୍ବକୀୟ ଶକ୍ତିର ପ୍ରବାହ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ହୋଇଥାଏ । ସେଥିପାଇଁ ଏହା ଆମ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଦକ୍ଷିଣ ଦିଗରେ ଶୋଇବା ଜୀବନରେ ସୁଖ ଓ ଧନ ସମ୍ପଦ ବଜାୟ ରହିଥାଏ । ବିବାହିତ ଜୀବନ ମଧ୍ୟ ସୁଖମୟ ରହିଥାଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ । ସେଥିପାଇଁ ଲୋକ ମାନଙ୍କୁ ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ୍ ।