Hockey World Cup 2023: ମାଟିରେ ମିଶିଲା ଭାରତର ବିଶ୍ୱକପ ଆଶା , ପେନାଲ୍ଟି ସୁଟ୍ ଆଉଟରେ ଜିତିଲା ନ୍ୟୁଜିଲାଣ୍ଡ

ଜୀ ଓଡ଼ିଶା ଡେସ୍କ Sun, 22 Jan 2023-9:34 pm,

Hockey World Cup 2023: ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ପୁରୁଷ ହକି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା କ୍ରସଓଭର ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

Hockey World Cup 2023:  ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ପୁରୁଷ ହକି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା କ୍ରସଓଭର ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

नवीनतम अद्यतन

  • ୩-୩ ଗୋଲ ବ୍ୟବଧାନରେ ବରାବର ରହିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରସ ଓଭର ମ୍ୟାଚ। ପ୍ରଥମ କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିବା ବେଳେ ଅବଶିଷ୍ଟ ୩ଟି କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ ବେଶ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା। ଖେଳ ଶେଷ ପର୍ଯ୍ୟନ୍ତ ଉଭୟ ଦଳ ବିଜୟ ହାସଲ କରିବାକୁ ସଂଘର୍ଷ କରିଥିଲେ ମଧ୍ୟ ଖେଳ ୩-୩ ଗୋଲରେ ଡ୍ର ରହିଥିଲା। 

  • ଚତୁର୍ଥ କ୍ୱାର୍ଟରରେ ସମସ୍ତ ଗୋଲ ପରିଶୋଧ କରିଛି ନ୍ୟୁଜିଲାଣ୍ଡ ଦଳ। ଦଳ ପକ୍ଷରୁ ଫିଡଲେ ତୃତୀୟ ଗୋଲ ପରିଶୋଧ କରି ୩-୩ରେ ଆଗୁଆ ରଖିଥିଲେ। ୩-୩ ଗୋଲ ବ୍ୟବଧାନରେ ଖେଳ ଜାରି ରହିଛି।

  • ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୩-୨ ଗୋଲ ବ୍ୟବଧାନରେ ଆଗୁ ରହିଛି ଭାରତ। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ ସ୍କୋର ହୋଇଥିଲା। 

  • ତୃତୀୟ କ୍ୱାର୍ଟରରେ ଆଉ ଏକ ଗୋଲ ପରିଶୋଧ କରିଛି ନ୍ୟୁଜିଲାଣ୍ଡ ଦଳ। ଫଳରେ ୩-୨ ଗୋଲରେ ଆଗୁଆ ରହିଛି ଖେଳ। ଖେଳ ବେଶ ରୋମାଞ୍ଚକ ମୋଡ଼ରେ ରହିଛି। 

  • ତୃତୀୟ କ୍ୱାର୍ଟରରେ ଭାରତକୁ ଆଉ ଏକ ସଫଳତା। ତୃତୀୟ କ୍ୱାର୍ଟରରେ ତୃତୀୟ ଗୋଲ କରି ୩-୧ରେ ଆଗୁଆ ରହିଛି ଭାରତ। ଭାରତ ପାଇଁ ବରୁଣ କୁମାର ଦେଇଥିଲେ ତୃତୀୟ ଗୋଲ। 

  • ପ୍ରଥମାର୍ଦ୍ଧର ଖେଳ ଶେଷ ସୁଦ୍ଧା ଭାରତ ପକ୍ଷରୁ ଦୁଇଟି ଗୋଲ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ ପରିଶୋଧ କରିବାରେ ସମର୍ଥ ହୋଇଛି। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଖେଳ ବେଶ ରୋମାଞ୍ଚକ ମୋଡ଼ରେ ରହିଛି। ଉଭୟ ଦଳପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଚି କରିଛି। ବିଜୟୀ ଦଳକୁ ମିଳିବ କ୍ୱାର୍ଟର ଟିକେଟ।

  • ଦ୍ୱିତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ। ଗୋଟିଏ ଗୋଲ ସୁଝି ୨-୦ ଗୋଲରେ ନ୍ୟୁଜିଲାଣ୍ଡ ଆଗୁଆ। ରୋମାଞ୍ଚକ ମୋଡ଼ରେ ଖେଳ। 

  • ୨୧ମ ମିନିଟରେ ଭାରତ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲା। ଉଭୟ ପେନାଲ୍ଟି କର୍ଣ୍ଣରରେ ଟିମ୍ ଇଣ୍ଡିଆ ଗୋଲ କରିପାରି ନଥିଲା। ଦ୍ୱିତୀୟ ପେନାଲ୍ଟି କର୍ଣ୍ଣରରେ ଭାରତୀୟ ଖେଳାଳି ବଲକୁ ଗୋଲ ପୋଷ୍ଟରେ ରଖିଥିଲେ, କିନ୍ତୁ ନ୍ୟୁଜିଲାଣ୍ଡ ସମୀକ୍ଷା କରିଥିଲେ। ତୃତୀୟ ଅମ୍ପାୟାର ଭାରତୀୟ ଖେଳାଳି ଅଭିଷେକଙ୍କ ବ୍ୟାକଷ୍ଟିକ କାରଣରୁ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ଏହି ନିଷ୍ପତ୍ତି ଦେଇଛନ୍ତି। ଏହିପରି, ଟିମ୍ ଇଣ୍ଡିଆର ଦ୍ୱିତୀୟ ଗୋଲ୍ ବାତିଲ କରାଯାଇଥିଲା। ଏହା ପରେ ଭାରତ ଆଉ ଏକ ପେନାଲ୍ଟି କର୍ଣ୍ଣର ହାତଛଡ଼ା କରିଥିଲା।

  • ଭାରତ ପକ୍ଷରୁ ଆଉ ଏକ ଗୋଲ। ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ। 

  • ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ପ୍ରଥମ ଗୋଲ। ଲଳିତ ଉପାଧ୍ୟାୟ ପ୍ରଥମ ଗୋଲ କରିଛନ୍ତି। ଭାରତ ୧-୦ ଗୋଲରେ ଆଗୁଆ

  • ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଚମତ୍କାର ଢଙ୍ଗରେ ଉଭୟ ଦଳ ଖେଳ ପ୍ରଦର୍ଶନ କରିଥିଲେ। ଗୋଲକରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଗୋଲ ଶୂନ୍ୟ ରହିଥିଲା ପ୍ରଥମ କ୍ୱାର୍ଟର। 

  • ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ କ୍ୱାର୍ଟର ଖେଳ ଆରମ୍ଭ ହୋଇଛି। ଉଭୟଙ୍କ ମଧ୍ୟରେ ବେଶ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ପରସ୍ପର ଉପରେ ଭାରୀ ପଡ଼ୁଥିବା ଦେଖିବାକୁ ମିଳିଛି। 

  • ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପୁଲ୍ ସିରେ ତୃତୀୟ ସ୍ଥାନ ହାସଲ କରିଛି। ସେମାନେ ମାଲେସିଆ ନିକଟରୁ ୨-୩ ଗୋଲ ବ୍ୟବଧାନରେ ପରାଜୟ ବରଣ କରିଥିଲା। ନେଦରଲ୍ୟାଣ୍ଡ ଠାରୁ ମଧ୍ୟ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ଉଭୟ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା। 

  • ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଏକ 'କର ବା ହତ୍ୟା' ମ୍ୟାଚ୍। ଭାରତ ପାଇଁ ହକି ବିଶ୍ୱକପ ୨୦୨୩ର ଯାତ୍ରା ଏପର୍ଯ୍ୟନ୍ତ ବେଶ  ଭଲ ସାବ୍ୟସ୍ତ ହୋଇଛି। ଲିଗ ମ୍ୟାଚରେ ସ୍ପେନ୍ ବିପକ୍ଷରେ ୦-୨ ଗୋଲରେ ଭାରତ ନିଜର ଅଭିଯାନ ଆରମ୍ଭ କରିଥିଲା। ପଞ୍ଚମ ମାନ୍ୟତା ଇଂଲଣ୍ଡ ସହିତ ଖେଳାଯାଇଥିବା ମ୍ୟାଚ ଗୋଲଶୂନ୍ୟ ଭାବେ ଡ୍ର ରହିଥିଲା ।​ ଶେଷ ମ୍ୟାଚରେ ୱେଲ୍ସକୁ ୪-୨ରେ ପରାସ୍ତ କରିଥିଲା। ପୁଲ-ଡିରେ ଭାରତ ସାତ ପଏଣ୍ଟରେ ଇଂଲଣ୍ଡ ସହିତ ସମାନ କିନ୍ତୁ ଗୋଲ ହାରାହାରି ପଛରେ ଦ୍ୱିତୀୟ ସ୍ଥାନରେ ରହିଛି।

  • ନ୍ୟୁଜିଲାଣ୍ଡ ଦଳ: ଡୋମିନିକ ଡିକ୍ସନ, ଡେନ ଲେଟ, ସିମନ ଚାଇଲ୍ଡ, କିମ କିଂଗଷ୍ଟନ, ସାମ ଲେନ, ଐଡାନ ସାରିକାୟା, ନିକ ଉଡସ, କେନ ରସେଲ, ବ୍ଲେୟାର ଟାରେନ୍ଟ, ସିନ ଫିନଡଲେ, ହେଡେନ ଫିଲିପ୍ସ

  • ଭାରତୀୟ ଦଳ: ସୁରେନ୍ଦ୍ର କୁମାର, ମନପ୍ରିତ ସିଂହ, ମନଦୀପ ସିଂହ, ପି.ଆର. ଶ୍ରୀଜେସ, ସମସେର ସିଂହ, ବରୁଣ କୁମାର, ରାଜକୁମାର ପାଲ, ଅମିତ ରୋହିଦାସ, ବିବେକ ସାଗର ପ୍ରସାଦ, ସୁଖଜିତ ସିଂହ

  • Hockey World Cup 2023:  ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ପୁରୁଷ ହକି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା କ୍ରସଓଭର ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link