India vs Wales World Cup 2023: ୪-୨ ଗୋଲ ବ୍ୟବଧାନରେ ହାରିଲା ଓ୍ୱେଲସ, ଭାରତର ଦ୍ୱିତୀୟ ବିଜୟ

Thu, 19 Jan 2023-9:56 pm,

ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ପୁରୁଷ ହକି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବାକୁ ଥିବା ଏହି ଲିଗ ମ୍ୟାଚର ଲଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ପୁରୁଷ ହକି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବାକୁ ଥିବା ଏହି ଲିଗ ମ୍ୟାଚର ଲଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

नवीनतम अद्यतन

  • ଚତୁର୍ଥ କ୍ୱାର୍ଟରରେ ଭାରତକୁ ଆଉ ଏକ ସଫଳତା। ଖେଳର ଶେଷ ମୁହୂର୍ତ୍ତରେ ଚତୁର୍ଥ ଗୋଲ ଦେଇ ବିଜୟ ହାସଲ କରିନେଇଛି। ଖେଳ ଶେଷ ସୁଦ୍ଧା ଭାରତ ପକ୍ଷରୁ ୪ଟି ଗୋଲ ହୋଇଥିବା ବେଳେ ଓ୍ୱେଲସ ଦଳ ଦୁଇଟି ଗୋଲ ପରିଶୋଧ କରିବାରେ ସଫଳ ହୋଇଥିଲେ। ଫଳରେ ଘରୋଇ ଭାରତ ଖେଳକୁ ୪-୨ ଗୋଲରେ ଜିତି ନେଇଥିଲା। ଏହା ସହିତ ଦଳ ମୋଟ ୭ ପଏଣ୍ଟ ସହିତ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। 

  • ଶେଷ କ୍ୱାର୍ଟରରେ ଭାରତ ପକ୍ଷରୁ ତୃତୀୟ ଗୋଲ। ଦଳ ପକ୍ଷରୁ ଆକାଶ ଦୀପ ସିଂହ ତୃତୀୟ ଗୋଲ କରିଛନ୍ତି। ଖେଳ ବେଶ ରୋମାଞ୍ଚକ ମୋଡ଼ରେ ରହିଛି। 

  • ଓ୍ୱେଲ୍ସ ପକ୍ଷରୁ ଦ୍ୱିତୀୟ ଗୋଲ। ଖେଳର ୫୦ତମ ମିନିଟରେ ଦଳର ବାନ୍ଦ୍ରକ ନିକୋଲାସ ଦ୍ୱିତୀୟ ଗୋଲ ପ୍ରଦାନ କରିଥିଲେ। ଏହା ପରେ ଖେଳ ୨-୨ରେ ବରାବର ରହିଛି। 

  • ଖେଳର ୪୨ତମ ମିନିଟରେ ଓ୍ୱେଲସ୍ ପକ୍ଷରୁ ପ୍ରଥମ ଗୋଲ ହୋଇଛି। ତୃତୀୟ କ୍ୱାର୍ଟରରେ ଦଳର ଫର୍ଲାଙ୍ଗ ଗୈରାଥ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। 

  • ଖେଳର ୩୨ତମ ମିନିଟରେ ଭାରତ ଦ୍ୱିତୀୟ ଗୋଲ ପ୍ରଦାନ କରିଛି। ଏହା ସହିତ ଭାରତ ୨-୦ ଗୋଲରେ ଆଗୁଆ।

  • ଉଭୟ ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳ ବେଶ ସଂଘର୍ଷପୂର୍ଣ୍ଣ ରହିଛି। ଖେଳର ୨୧ତମ ମିନିଟରେ ଭାରତ ପ୍ରଥମ ଗୋଲ ଦେଇଥିଲା। ପ୍ରଥମାର୍ଦ୍ଧରେ ୧-୦ ଗୋଲ ବ୍ୟବଧାନରେ ଭାରତ ଆଗୁଆ ରହିଛି। 

  • ଭାରତ ପକ୍ଷରୁ ପ୍ରଥମ ଗୋଲ। ଶମସେର ସିଂ ଏହି ଗୋଲ ପ୍ରଦାନ କରିଛନ୍ତି। ଦ୍ୱିତୀୟ କ୍ୱାର୍ଟରରେ ତଥା ଖେଳର ୨୧ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଶମସେର।

  • ପ୍ରଥମ କ୍ୱାର୍ଟରରେ ଭାରତ କିମ୍ବା ଓ୍ୱେଲ୍ସ ପକ୍ଷରୁ କୌଣସି ଗୋଲ ସ୍କୋର ହୋଇନାହିଁ। ଉଭୟଙ୍କ ମଧ୍ୟରେ ବେଶ ଜୋରଦାର ଲଢେଇ ହୋଇଥିଲା। ମାତ୍ର ପ୍ରଥମ କ୍ୱାର୍ଟରର ଗୋଲଶୂନ୍ୟ ରହିଛି।

  • ତେବେ ଭାରତକୁ ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଆଜି ଓ୍ୱେଲସକୁ ୮-୦ ଗୋଲ ବ୍ୟବଧାନରେ ହରାଇବାକୁ ହେବ। ଇଂଲଣ୍ଡ ଦଳ ଦୁଇଟି ବିଜୟ ସହିତ ଗୋଟିଏ ମ୍ୟାଚ ଡ୍ର ରଖି ମୋଟ ୭ ପଏଣ୍ଟ ସହିତ ଗ୍ରୁପ ଟପ୍ପର ହୋଇଛି ଦଳ। 

  • ଭାରତ-ଓ୍ୱେଲ୍ସ ମ୍ୟାଚ ପୂର୍ବରୁ ଆଉ ତିନୋଟି ମ୍ୟାଚ ଶେଷ ହୋଇଥି। ଏଥି ମଧ୍ୟରୁ ଚିଲି ବିପକ୍ଷରେ ନେଦରଲ୍ୟାଣ୍ଡ ବଡ଼ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ୧୪-୦ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଛି। 

  • ବିଶ୍ୱକପରେ ସ୍ପେନ ବିପକ୍ଷରେ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚରେ ୨-୦ ଗୋଲରେ ବିଜୟ ହାସଲ କରିଥିଲା ଭାରତ।

  • ଓ୍ୱେଲସ ଦଳ: କେ. ଡାନିଏନ, ଓ୍ୱାଲ ଲୋନ, ଡ୍ରାପର ଜାକବ, ପ୍ରୋଜର ଲୁଇସ, ସିପର୍ଲି ରୁପର୍ଟ, କାର୍ସନ ଜେମସ, କେଲି ଷ୍ଟିଫେନ, ବ୍ରାଡସ ରିସ, ଫର୍ଲୁଙ୍ଗ ଗ୍ୟାରେଥ, ହକର ଗ୍ୟାରେଥ, ରିନଲ୍ଡସ କୋଟେରିଲ ଟବି

  • ଭାରତୀୟ ଦଳ: ସୁରେନ୍ଦ୍ର କୁମାର, ମନପ୍ରୀତ ସିଂହ, ମନଦୀପ ସିଂହ, ହରମନପ୍ରିତ ସିଂହ (ଅଧିନାୟକ), ପି. ଆର ଶ୍ରୀଜେସ, ସମଶେର ସିଂହ, ବରୁଣ କୁମାର, ଆକାଶଦୀପ ସିଂହ, ଅମିତ ରୋହିଦାସ, ବିବେକ ସାଗର, ସୁଖଜିତ ସିଂହ

  • ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ପୁରୁଷ ହକି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବାକୁ ଥିବା ଏହି ଲିଗ ମ୍ୟାଚର ଲଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link