T20 World Cup 2024 dates: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ (T20 World Cup 2024) ପାଇଁ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଏହି ମ୍ୟାଚ୍ ଜୁନ୍ ୪ରୁ ଜୁନ୍ ୩୦ ପର୍ଯ୍ୟନ୍ତ ହେବ ବୋଲି ଜଣାଯାଇଛି। (ESPNcricinfo) ରେ ଏକ ରିପୋର୍ଟରେ କୁହାଯାଇଛି ଯେ,ଏହି ବିଶ୍ବକପରେ ୨୦ଟି ଦଳ ଭାଗ ନେବେ ।  ତେବେ, ମ୍ୟାଚ ଗୁଡିକ ଆମେରିକା (USA) ଏବଂ ୱେଷ୍ଟଇଣ୍ଡିଜରେ (West Indies) ୧୦ଟି ସ୍ଥାନରେ ଖେଳଯିବା ବୋଲି ଜଣାପଡିଛି।  ରିପୋର୍ଟରେ କୁହାଯାଇଛି ଯେ, ଆଇସିସି ଦେଶର ଦଶଟି ସ୍ଥାନ ଉପରେ ଧ୍ୟାନ ଦେଇଛି। ଆସନ୍ତା ବର୍ଷ ଟି -20 ବିଶ୍ୱକପ ଆୟୋଜନ ପାଇଁ ତାଲିକାଭୁକ୍ତ ସ୍ଥାନଗୁଡିକ ମଧ୍ୟରେ ଫ୍ଲୋରିଡା, ମୋରିସଭିଲ୍, ଡାଲାସ୍ ଏବଂ ନ୍ୟୁୟର୍କର ଲାଉଡର୍ହିଲ୍ ସାମିଲ୍ ଅଛି। 


COMMERCIAL BREAK
SCROLL TO CONTINUE READING

Also Read: Horoscope Today 29 July 2023: ଏହି ୩ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ମାଲେମାଲ୍ ହେବେ ଏହି ୪ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ


Also Read: Gold and Silver Price Today: ଶସ୍ତା ହେଲା ସୁନା! ୧୦ ଗ୍ରାମ ପ୍ରତି ଏତିକି ଖସିଲା ଦର, ଜାଣନ୍ତୁ ଆଜିର ନୂଆ ରେଟ୍


Also Read: HBD Sanjay Dutt: ଜଣେ କି ଦୁଇ ଜଣ ନୁହେଁ, ଏତିକି ଶହ ଯୁବତୀଙ୍କ ସହ ଥିଲା ସଞ୍ଜୁବାବାଙ୍କ ପ୍ରେମ ସମ୍ପର୍କ


ଏହି ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ:
ଆସନ୍ତା ମାସରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଛି ମ୍ୟାଚ୍ ଖେଳିବାକୁ ଯାଉଛି। ମୋରିସଭିଲ୍, ଡାଲାସ୍ ଭଳି ସିଟି ଗୁଡିକରେ  ମେଜର ଲିଗ୍ କ୍ରିକେଟର ଉଦଘାଟନୀ ସଂସ୍କରଣର ଖେଳଗୁଡିକ ଆୟୋଜନ ହୋଇଛି। ଡାଲାସ୍, ମୋରିସଭିଲ୍ ଏବଂ ନ୍ୟୁୟର୍କର ସ୍ଥାନଗୁଡିକ ଆଇସିସି ଦ୍ବାରା ଆନ୍ତର୍ଜାତୀୟ ମାନ୍ୟତା ପାଇପାରି ନାହିଁ ଏବଂ ଏହି ସ୍ଥାନଗୁଡିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା କିଛି ମାସ ମଧ୍ୟରେ ଆଇସିସି, କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା କ୍ରିକେଟ୍ ନେଇପାରେ।


୨୦ ଟି ଦଳ ଅଂଶଗ୍ରହଣ କରିବେ :
୨୦୨୪ ରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ଟି-୨୦ ଟିମ ସହିତ ଖେଳାଯିବ । ଏଥିପାଇଁ ୱେଷ୍ଟଇଣ୍ଡିଜ୍ ବ୍ୟତୀତ ଆମେରିକା, ଆୟର୍ଲାଣ୍ଡ, ପାପୁଆନ୍ୟୁଗିନି ଏବଂ ସ୍କଟଲ୍ୟାଣ୍ଡ, ଭାରତ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡ ଯୋଗ୍ୟତା ଅର୍ଜନ କରିଛନ୍ତି। ଅବଶିଷ୍ଟ ଦଳଗୁଡିକ ଚାଲୁଥିବା ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଚୟନ କରାଯିବ । ୟୁରୋପ, ଇଷ୍ଟ ଏସିଆ, ଆମେରିକା, ଏସିଆ, ଆଫିକ୍ରା ଭଳି କିଛି ଟିମକୁ ଟୁର୍ଣ୍ଣାମଂଟ ଖେଳିବା ପାଇଁ କ୍ୱାଲିଫାଏ କରିବାକୁ ପଡିବ ।