Mohammed Shami Wife Hasin Jahan: ମହମ୍ମଦ ଶାମିଙ୍କ ପତ୍ନୀ (Mohammed Shami Wife) ହସିନ ଜାହାନ (Hasin Jahan) ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। । ମହମ୍ମଦ ଶାମି (Mohammed Shami) ଙ୍କ ସହ ବିବାଦ ଯୋଗୁଁ ହସିନ ଜାହାନ ଦୀର୍ଘ ଦିନ ଧରି ନିଜ ଝିଅ ସହିତ ଅଲଗା ରହୁଛନ୍ତି । ପେଶା ଅନୁଯାୟୀ ହସିନ ଜାହାନ ଜଣେ ଅଭିନେତ୍ରୀ । ଏହି ଦମ୍ପତିଙ୍କ ସମ୍ପର୍କକୁ ନେଇ ପଶ୍ଚିମବଙ୍ଗର ଏକ କୋର୍ଟ ବଡ଼ ରାୟ ଦେଇଛନ୍ତି । ଗତକାଲି (ସୋମବାର) ଅର୍ଥାତ ଜାନୁଆରୀ ୨୩ରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ସ୍ଥିତ ଅଲିପୁର କୋର୍ଟ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି (Mohammed Shami) ଙ୍କୁ ତାଙ୍କ ଠାରୁ ଅଲଗା ରହୁଥିବା ପତ୍ନୀ ହସିନ ଜାହାନ (Hasin Jahan) ଙ୍କୁ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ଭତ୍ତା ଦେବାକୁ ଆଦେଶ ଦେଇଛନ୍ତି । ୧ ଲକ୍ଷ ୩୦ ହଜାର ଟଙ୍କାରୁ ୫୦,୦୦୦ ଟଙ୍କା ହସିନ ଜାହାନଙ୍କ ପାଇଁ ବ୍ୟକ୍ତିଗତ ଗୁଜୁରାଣ ଭତ୍ତା ହେବ । ଯେତେବେଳେ କି ତାଙ୍କ ସହିତ ରହୁଥିବା ଝିଅର ପାଳନପୋଷଣ ପାଇଁ ୮୦,୦୦୦ ଟଙ୍କା ଖର୍ଚ୍ଚ ଦେବାକୁ କୋର୍ଟ ନିଜ ଆଦେଶରେ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

୨୦୧୮ରେ ହସିନ ଜାହାନ (Hasin Jahan) କୋର୍ଟରେ ଏକ ମକଦ୍ଦମା ଦାୟର କରିଥିଲେ, ସେଥିରେ ସେ ମାସିକ ୧୦ ଲକ୍ଷ ଟଙ୍କାର ଗୁଜୁରାଣ ଭତ୍ତା ମାଗିଥିଲେ । ସେଥିମଧ୍ୟରୁ ୭,୦୦,୦୦୦ ଟଙ୍କା ତାଙ୍କ ବ୍ୟକ୍ତିଗତ ଭତ୍ତା ହେବ ଓ ଅବଶିଷ୍ଟ ୩,୦୦,୦୦୦ ଟଙ୍କା ସେମାନଙ୍କ ଝିଅର ପାଳନ ପୋଷଣ ପାଇଁ ଖର୍ଚ୍ଚ ହେବ । ତାଙ୍କ ଓକିଲ ମୃଗଙ୍କା ମିସ୍ତ୍ରୀ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଭାରତୀୟ ଦ୍ରୁତବଲ ମହମ୍ମଦ ଶାମି (Mohammed Shami) ଙ୍କ ଆୟକର ରିଟର୍ଣ୍ଣ ଅନୁଯାୟୀ ସେହି ଆର୍ଥିକ ବର୍ଷ ପାଇଁ ତାଙ୍କର ବାର୍ଷିକ ଆୟ ୭ କୋଟିରୁ ଅଧିକ ଥିଲା । ସେହି ଆଧାରରେ ମାସିକ ଆୟ ଦାବି କରାଯାଇଥିଲା । ୧୦ ଲକ୍ଷର ଗୁଜୁରାଣ ଭତ୍ତା ଅଯୌକ୍ତିକ ନଥିଲା ।


ଅଧିକ ପଢ଼ନ୍ତୁ:-ଏତେ କୋଟି ଟଙ୍କାର ମାଲିକ ରାହୁଲ-ଆଥିଆ, ଦେଖନ୍ତୁ ସମ୍ପତ୍ତି ମାମଲାରେ କିଏ ଅଛନ୍ତି ଆଗରେ!


ଅଧିକ ପଢ଼ନ୍ତୁ:-୧ ବଲରେ ୧୬ ରନ୍, Steven Smith ପୁଣିଥରେ ବ୍ୟାଟରୁ କଲେ ଧମାକା; ଦେଖନ୍ତୁ ଭିଡିଓ


ଅଧିକ ପଢ଼ନ୍ତୁ:-ବିରାଟ ଓ ସଚିନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, କପିଲ ଦେବଙ୍କ ଜବାବରୁ ଉଭୟଙ୍କ ଫ୍ୟାନ୍ସ ହେବେ ସହମତ


ତେବେ ମହମ୍ମଦ ଶାମି (Mohammed Shami) ଙ୍କ ଓକିଲ ସେଲିମ ରହମାନ ଦାବି କରିଛନ୍ତି ଯେ, ଯେହେତୁ ହସିନ ଜାହାନ (Hasin Jahan) ନିଜେ ଜଣେ ପେସାଦାର ଫ୍ୟାଶନ ମଡେଲ ଭାବରେ କାର୍ଯ୍ୟ କରି ଏକ ସ୍ଥିର ଆୟ ଉତ୍ସ ଉପାର୍ଜନ କରୁଛନ୍ତି, ସେହି ଉଚ୍ଚ ଗୁଜୁରାଣ ଭତ୍ତା ଦାବି ଯଥାର୍ଥ ନୁହେଁ । ଶେଷରେ, ଉଭୟ ପକ୍ଷର ଶୁଣାଣି ପରେ ସୋମବାର ନିମ୍ନ ଅଦାଲତ ମାସିକ ଭତ୍ତା ପରିମାଣକୁ ୧.୩୦ ଲକ୍ଷ ଟଙ୍କା ସ୍ଥିର କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଇଁ କୃତଜ୍ଞତା ଜଣାଇବାବେଳେ ହସିନ ଜାହାନ ଦାବି କରିଛନ୍ତି ଯେ, ମାସିକ ଗୁଜୁରାଣ ଭତ୍ତା ପରିମାଣ ଅଧିକ ହେଲେ ତାଙ୍କୁ ରିହାତି ମିଳିଥାନ୍ତା ।