MS Dhoni: ଆଇପିଏଲ (IPL) ସରିବା ପରେ ଧୋନି (MS Dhoni) ବର୍ତ୍ତମାନ ନିଜ ସହର ରାଞ୍ଚିରେ ଅଛନ୍ତି । ସେଠାରେ ସେ ନିଜ ପରିବାର ସହ ହସ ଖୁସିରେ ସମୟ ବିତାଉଛନ୍ତି । ଏକଥା ଆମେ କହୁନୁ , ଏହି ଭିଡିଓ ହିଁ ତାହା ବୟାନ କରୁନି । ବର୍ତ୍ତମାନ ସୋସିଆଲ ମିଡିଆରେ (social media) ଧୋନିଙ୍କର ଏକ ଭିଡି଼ଓ ଭାଇରାଲ(viral video) ହେଉଛି ।  ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଧୋନି ନିଜ ରାଞ୍ଚି ଫାର୍ମ ହାଉସ ମଧ୍ୟରେ (Ranchi farmhouse) ତାଙ୍କ ପୋଷା କୁକୁର ସହ ଖେଳୁଛନ୍ତି । ଏବଂ ପାଖରେ ତାଙ୍କ ଝିଅ ଜିଭା (Ziva) ମଧ୍ୟ ଅଛି । ଜିଭା ମଧ୍ୟ ଧୋନିଙ୍କ ସହ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ତେବେ, ଏହି ଭିଡି଼ଓ ଗୋଟିଏ ମୋବାଇଲରୁ ଆଉ ଏକ ମୋବାଇଲକୁ ଘୁରି ବୁଲୁଛି। 


COMMERCIAL BREAK
SCROLL TO CONTINUE READING

ନିକଟରେ ଆଇପିଏଲ ମ୍ୟାଚରେ ପଞ୍ଚମ ଥର ପାଇଁ ଟ୍ରଫି ଜିତି ଧୋନି ଚର୍ଚ୍ଚାକୁ ଆସିଥିଲେ। ରୋମାଞ୍ଚକର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଥିଲା। ଘରୋଇ ପିଚରେ ଧୂଆଁଧାର ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ବଡ ଟାର୍ଗେଟ ଦେଇଥିଲେ ମଧ୍ୟ ଫାଇଲାଲ ମ୍ୟାଚରେ ବିଜୟୀ ହୋଇଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଟିମ୍ ଚେନ୍ନାଇ ସୁପର କିଙ୍ଗସ। ମ୍ୟାଚ ଜିତି ଚେନ୍ନାଇ ପଞ୍ଜମ ଥର ପାଇଁ ଟାଇଟେଲ ଜିତିବାରେ ସକ୍ଷମ ହୋଇଛି। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଜିତିଛି। 


Also Read: Guava Benefits: ଜାଣନ୍ତୁ ପିଜୁଳି ଖାଇବାର ଫାଇଦା, ପାଞ୍ଚୋଟି ପଏଣ୍ଟରେ...


Also Read: Bollywood Celebrities Holiday: ବିଦେଶରେ ଛୁଟି କାଟୁଛନ୍ତି ସୈଫଙ୍କ ପରିବାର, ଫଟୋ ଭାଇରାଲ...


ମହେନ୍ଦ୍ର ସିଂହ ଧୋନି ୨୦୧୦ ମସିହା ଜୁଲାଇ ୪ ତାରିକରେ ଉତ୍ତରାଖଣ୍ଡ ଡେରାଡୁନର ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ସାକ୍ଷୀ ସିଂହ ରାୱତଙ୍କୁ ବିବାହ କରିଥିଲେ । ଧୋନିଙ୍କର ମୋଟର ସାଇକେଲ ପ୍ରତି ଅହେତୁକ ପ୍ରେମ ରହିଛି । ସୁଜୁକି ହାୟାବୁସା ପରି ୧୦ରୁ ଉର୍ଦ୍ଧ୍ୱ ବହୁମୂଲ୍ୟ ମୋଟର ସାଇକେଲ ଧୋନି ନିଜ ଘରେ ଥିବା ସୋରୁମରେ ସଜାଇ ରଖିଛନ୍ତି । ନିଜର କେଶସଜ୍ଜାକୁ ନେଇ ଧୋନି ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । କ୍ରିକେଟ ଦୁନିଆକୁ ପଶିବା ସମୟରେ ସେ ନିଜର ଲମ୍ବା କେଶ ପାଇଁ ସଭିଙ୍କର ପସନ୍ଦ ଥିଲେ । ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ତାଙ୍କୁ ନିଜର କେଶ ନକାଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।


କ୍ରିକେଟରେ ନିଜର ବଳିଷ୍ଠ ଅବଦାନ ପାଇଁ ୨୦୦୭ /୦୮ ମସିହାରେ ତାଙ୍କୁ ଖେଳ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନରେ ସମ୍ମାନୀତ କରାଯାଇଛି । ୨୦୦୮ ଓ ୨୦୦୯ ମସିହାରେ ଆର୍ନ୍ତଜାତୀୟ କ୍ରିକେଟ୍ କାଉନସିଲଦ୍ୱାରା ଧୋନି ପ୍ଲେୟାର ଅଫ ଦ ଇୟର ପୁରସ୍କାର ମଧ୍ୟ ପାଇଛନ୍ତି । ଏହାଛଡା ୨୦୦୮, ୨୦୦୯, ୨୦୧୦ ଓ ୨୦୧୧ ମସିହାରେ ସେ ନିଜକୁ ବିଶ୍ୱ ଏକାଦଶରେ ମଧ୍ୟ ସାମିଲ କରାଇପାରିଥିଲେ । ଅଗଷ୍ଟ ୨୦୧୧ରେ ଦି ମୋଣ୍ଟଫୋର୍ଟ ୟୁନିଭର୍ସିଟି ତରଫରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମଧ୍ୟ ମିଳିଛି । ଭାରତୀୟ ସ୍ଥଳସେନାରେ ଧୋନିଙ୍କୁ କ୍ୟାପଟେନ୍ ପଦବାଚ୍ୟ କରାଯିବା ସହ ଭାରତର ୨ୟ କ୍ରିକେଟର ହିସାବରେ ସଚିନ ତେନ୍ଦୁଲକରଙ୍କ ପରେ ସେ ସୁଖୋଇ ଯୁଦ୍ଧବିମାନରେ ଉଡିବାର ସୌଭାଗ୍ୟ ଲାଭ କରିଛନ୍ତି ।