MS Dhoni Cheated 15 Crore: ଠକାମୀର ଶିକାର ହେଲେ ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି । ନିଜର ଅତି ଘନିଷ୍ଠ ବନ୍ଧୁ ଧୋନୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏନେଇ ରାଞ୍ଚି କୋର୍ଟରେ ଆରକା ସ୍ପୋର୍ଟ ଆଣ୍ତ ମ୍ୟାନେଜମେଣ୍ଟ ଲିମିଟେଡ଼ର ମିହିର ଦିବାକର ଓ ସୌମ୍ୟା ବିଶ୍ବାସଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଖେଳାଳି । ମିହିର ଦିବାକର ଧୋନୀଙ୍କ ଘନିଷ୍ଠ ବନ୍ଧୁ ହେବା ସହ ତାଙ୍କ ପୂର୍ବତନ ବିଜନେସ୍ ପାର୍ଟନର ଅଟନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିକେଟ୍ ଏକାଡେମୀ ଖୋଲିବାକୁ ୨୦୧୭ ମସିହାରେ ମିହିର ଦିବାକର ଏମଏସ ଧୋନିଙ୍କ ଏକ ଚୁକ୍ତି କରିଥିଲେ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଥିଲା, କିନ୍ତୁ ମିହିର ଦିବାକର ରଖାଯାଇଥିବା ସର୍ତ୍ତ ଗୁଡିକ ପାଳନ କରିନଥିଲେ । ସର୍ତ୍ତ ଅନୁଯାୟୀ, ଦିବାକରଙ୍କୁ ଆରକା ସ୍ପୋର୍ଟସ୍ ଫ୍ରାଞ୍ଚାଇଜ୍ କୁ (Aarka Sports and Management Limited) ଫି’ ସହ ଲାଭ ଦେବାକୁ ଥିଲା କିନ୍ତୁ ସେ ଏହାକୁ ପାଳନ କରିନଥିଲେ। ଏହି କାରଣରୁ ଧୋନିଙ୍କୁ ପ୍ରାୟ ୧୫ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା । ସର୍ତ୍ତ ପାଳନ ନ ହେବା ପରେ ଧୋନୀ ୧୫ ଅଗଷ୍ଟ ୨୦୨୧ରେ ଆରକା ସ୍ପୋର୍ଟସକୁ ଏକ ନୋଟିସ ପଠାଇଥିଲେ। ଏହାସହ ୨୦୨୧ରେ ଧୋନୀ ନିଜର ଅଥରିଟି ଲେଟର ଆରକା ସ୍ପୋର୍ଟ୍ସ ଠାରୁ ଫେରସ୍ତ ନେଇଥିଲେ । ଏହାପରେ ଚୁକ୍ତି ଖିଲାପ ପାଇଁ ମିହିରଙ୍କୁ ଅନେକ ନୋଟିସ ପଠାଇଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇନଥିଲେ । ଏନେଇ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂ କହିଥିଲେ, ଆରକା ସ୍ପୋର୍ଟ୍ସ ଧୋନୀଙ୍କ ସହ ଠକାମୀ କରିଛି । ଯେଉଁଥିପାଇଁ ଧୋନୀଙ୍କର ୧୫ କୋଟି ଟଙ୍କାର କ୍ଷତି ହୋଇଛି । ଯାହାକୁ ନେଇ ମିହିରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି ଧୋନୀ ।


ପ୍ରକାଶ ଥାଉ କି, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନୀଙ୍କୁ ଆସନ୍ତା ଆଇପିଏଲରେ ଖେଳୁଥିବାର ଦେଖିବାକୁ ମିଳିବ । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଥିବା ଧୋନୀ ପୁଣି ଥରେ ଦଳକୁ ଟାଇଟଲ ବିଜୟୀ କରାଇବାକୁ ମୈଦାନକୁ ଓହ୍ଲାଇବେ ।