Asia cup 2023: ACC responds to PCB chairman, ଏସୀୟ କ୍ରିକେଟ୍ ପରିଷଦ (Asian Cricket Council) ସଭାପତି ଜୟ ଶାହା (Jay Shah) ଗୁରୁବାର ଦିନ ୨୦୨୩-୨୪ ପାଇଁ କ୍ୟାଲେଣ୍ଡର ଜାରି କରିଛନ୍ତି । ଏହି ଅନୁଯାୟୀ, ସେପ୍ଟେମ୍ବରରେ ଏସିଆ କପ୍-୨୦୨୩ (Asia Cup 2023) ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଟୁର୍ଣ୍ଣାମେଣ୍ଟ କେଉଁ ସ୍ଥାନରେ ଖେଳାଯିବ, ସେ ସମ୍ବନ୍ଧୀୟ କୌଣସି ସୂଚନା କ୍ୟାଲେଣ୍ଡରରେ ଦିଆଯାଇ ନାହିଁ । ଏହି କ୍ୟାଲେଣ୍ଡର ସାମ୍ନାକୁ ଆସିବା ପରେ ପିସିବି ଚେୟାରମ୍ୟାନ ନଜମ ସେଠୀ (Najam Sethi) ପାକିସ୍ତାନ ବୋର୍ଡକୁ ଅନ୍ଧାରରେ ରଖିବା ନେଇ ଜୟ ଶାହାଙ୍କ ଉପରେ ଅଭିଯୋଗ ଆଣିଥିଲେ । ସେ ଏକ ଟ୍ୱିଟ୍ କରି କହିଛନ୍ତି ଯେ, "ଏସିସି କ୍ୟାଲେଣ୍ଡର ଏକପାଖିଆ ଭାବେ ଉପସ୍ଥାପନ କରିଥିବାରୁ ଧନ୍ୟବାଦ ଜୟ ଶାହା । ବିଶେଷ କରି ଏସିଆ କପ୍ ୨୦୨୩ ଯାହାର ଆୟୋଜନ ଅଧିକାର ପାକିସ୍ଥାନ ପାଖରେ ଅଛି । ଯେତେବେଳେ ଆପଣ ଏହା ସହିତ ସଂଯୁକ୍ତ, ଆପଣ ଆମର ପାକିସ୍ତାନ ସୁପର ଲିଗ୍ ଢାଞ୍ଚା ଓ କ୍ୟାଲେଣ୍ଡର ମଧ୍ୟ ଉପସ୍ଥାପନ କରିପାରିବ ।"


COMMERCIAL BREAK
SCROLL TO CONTINUE READING

ଏସିସି ଶୁକ୍ରବାର ଦିନ ଏକ ପ୍ରେସ ରିଲିଜ୍ ଜାରି କରି ସେଠୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି । ପ୍ରେସ୍ ରିଲିଜରେ କୁହାଯାଇଛି ଯେ ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ୧୩ ଡିସେମ୍ବର ୨୦୨୨ ରେ ହୋଇଥିବା ଡେଭଲପମେଣ୍ଟ ଫିନାନ୍ସ ଆଣ୍ଡ ମାର୍କେଟିଂ କମିଟିର ଅନୁମୋଦନ ପରେ କ୍ୟାଲେଣ୍ଡର ପ୍ରକାଶିତ କରାଯାଇଥିଲା । ଏସିସିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା ଓ ସେୟାର ପରେ ହିଁ ଏହା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ, ୨୨ ଡିସେମ୍ବର ୨୦୨୨ ରେ ସଦସ୍ୟ ଦେଶମାନଙ୍କୁ ଏକ ଇମେଲ ପଠାଯାଇଥିଲା । ଏହି ମତାମତ ପରେ ଅନେକ ସଦସ୍ୟଙ୍କ ଠାରୁ ବିଚାର ମିଳିଥିଲା କିନ୍ତୁ, PCB ତରଫରୁ କ୍ୟାଲେଣ୍ଡରକୁ ନେଇ କୌଣସି ପ୍ରତିକ୍ରିୟା ଆସି ନଥିଲା । 


ପିସିବି ଚେୟାରମ୍ୟାନ ନଜମ ସେଠୀଙ୍କ ନିକଟରେ ବୟାନ ଦେଇଥିଲେ ଯେ ସେ ଏହା ଜାଣି ନାହାଁନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ନଜାମ ସେଠୀ କହିଛନ୍ତି, 'ଗୋଟିଏ ପଟେ ଆପଣ ଚାହୁଁଛନ୍ତି ଯେ ପାକିସ୍ତାନ ଭାରତ ଆସି ବିଶ୍ୱକପ ଖେଳୁ । ଅନ୍ୟପକ୍ଷରେ, ଆପଣ କହୁଛନ୍ତି ଯେ ଆମେ ପାକିସ୍ତାନ ଯାଇ ଏସିଆ କପ୍ ଖେଳିବା ଉଚିତ୍ ନୁହେଁ । କାଲି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ପାକିସ୍ତାନରେ ଅନୁଷ୍ଠିତ ହେବ, ତେବେ କ'ଣ ସେ ଖେଳିବେ ନାହିଁ? ଏହା କଥା ଅଧିକାରର ନା'କି କ୍ରିକେଟ୍ ବିଷୟ ।'


କହିରଖୁଛୁ ଯେ ପାକିସ୍ତାନକୁ ଏସିଆ କପ୍ ଆୟୋଜନ କରିବାର ଅଧିକାର ମିଳିଥିଲା, କିନ୍ତୁ ବିସିସିଆଇ ସେଠାରେ ଖେଳିବାକୁ ମନା କରିଦେଇଥିଲା । ଏହା ଉପରେ ପୂର୍ବତନ ପିସିବି ଚେୟାରମ୍ୟାନ ରମିଜ ରାଜା ଧମକ ଦେଇଥିଲେ ଯେ ପାକିସ୍ତାନ ମଧ୍ୟ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ କୁ ବହିଷ୍କାର କରିବ । ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରେ ଭାରତ ଓ ପାକିସ୍ତାନକୁ ସମାନ ଦଳରେ ସ୍ଥାନିତ କରାଯାଇଛି ।