Neeraj Chopra: ମନ ଜିଣିଲେ ଓଡ଼ିଆ ପୁଅ, ଇତିହାସ ରଚିଲେ ନୀରଜ
ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇ ପାରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚାଲିଥିବା ଜାତୀୟ ଆଥଲେଟିକ୍ସ ସେଣ୍ଟରରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ୮୮.୧୭ ମିଟର ବଲ୍ଲା ଫିଙ୍ଗି ସ୍ୱର୍ଣ୍ଣ ପଦକକୁ ହାତେଇଛନ୍ତି।
Neeraj Chopra: ନୂଆଦିଲ୍ଲୀ: ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇ ପାରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚାଲିଥିବା ଜାତୀୟ ଆଥଲେଟିକ୍ସ ସେଣ୍ଟରରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ୮୮.୧୭ ମିଟର ବଲ୍ଲା ଫିଙ୍ଗି ସ୍ୱର୍ଣ୍ଣ ପଦକକୁ ହାତେଇଛନ୍ତି। ସମୁଦାୟ ୬ଟି ରାଉଣ୍ଡ ଖେଳାଯାଇଥାଏ। ନୀରଜ ଦ୍ୱିତୀୟ ରାଉଣ୍ଡରେ ୮୮.୧୭ ମିଟର ଫିଙ୍ଗିଥିଲେ, ଯାହା ସବୁଠାରୁ ଅଧିକ ରହିଥିଲା। ସେବେଠାରୁ ସେ ପଏଣ୍ଟ ଟେବୁଲରେ ଅଗ୍ରଣୀ ବଜାୟ ରଖିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏହି ଲିଡ୍ ବଜାୟ ରହିଥିଲା।
ବିଶ୍ୱ ଆଥଲେଟିକସର ପ୍ରଥମ ସ୍ୱର୍ଣ୍ଣ ପଦକ
ଅଲିମ୍ପିକ୍ସ, ଏସୀୟ ଗେମ୍ସ, କମନୱେଲଥ ଗେମ୍ସ ଏବଂ ଡାଇମଣ୍ଡ ଲିଗରେ ଚାମ୍ପିଅନ୍ ହୋଇଥିବା ଏହି ଖେଳାଳି ଏହି ଟୁର୍ନାମେଣ୍ଟ ପୂର୍ବରୁ କେବଳ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତି ନାହାଁନ୍ତି ବରଂ ବର୍ତ୍ତମାନ ତାଙ୍କ ବ୍ୟାଗରେ ସ୍ୱର୍ଣ୍ଣ ପଦକ ରହିଛି। ନୀରଜଙ୍କ ୬ଟି ପ୍ରୟାସରେ ୮୮.୧୭ ମିଟର, ୮୬.୩୨ ମିଟର, ୮୪.୬୪ ମିଟର, ୮୭.୭୩ ମିଟର ଏବଂ ୮୩.୯୮ ମିଟର ଥିଲା।
ପାକିସ୍ତାନର ଆର୍ଶାଦ ନାଦିମ ୮୭.୮୨ ମିଟର ଥ୍ରୋ ସହିତ ରୌପ୍ୟ ପଦକ ଜିତିଛନ୍ତି। ଏଥି ସହିତ ଚେକ୍ ରିପବ୍ଲିକର ଜାକୁବ ଭେଡଲେକ୍ ୮୬.୬୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ବ୍ରୋଞ୍ଜ ପଦକକୁ ଟାର୍ଗେଟ କରିଥିଲେ। ଫାଇନାଲରେ ନୀରଜଙ୍କ ସହ ଅନ୍ୟ ଦୁଇ ଭାରତୀୟ ଖେଳାଳି ଡିପି ମନୁ ଏବଂ କିଶୋର ଜେନା ମଧ୍ୟ ଥିଲେ। କିଶୋର ୮୪.୭୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ପଞ୍ଚମ ସ୍ଥାନରେ ଥିବାବେଳେ ଡିପି ମନୁ ୮୪.୧୪ ମିଟର ଶ୍ରେଷ୍ଠ ଥ୍ରୋ ସହିତ ଷଷ୍ଠ ସ୍ଥାନରେ ରହିଛନ୍ତି।
Also Read: Padmashree Jayant Mohapatra: ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ