Odia Poet Jayant Mohapatra: ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିବଂଗତ ଆତ୍ମାର ଶାନ୍ତି କାମନା କରିବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।
Trending Photos
Padmashree Jayant Mohapatra Death: ପ୍ରଖ୍ୟାତ ଲେଖକ ତଥା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ତଥା କବି ଭାବରେ ବର୍ଣ୍ଣନା କରିଛନ୍ତି। ଯିଏ ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ଜଣେ ପ୍ରତିଭା ଥିଲେ। ସେ ସଫଳତାର ସହିତ ଓଡିଆ ସାହିତ୍ୟର ବ୍ୟାପକ ବିସ୍ତାର କରିଥିଲେ। ତାଙ୍କର ବୁଦ୍ଧି ଏବଂ ଜ୍ଞାନ ଅନେକ ଯୁବକଙ୍କ ପାଇଁ ଇଂରାଜୀ ସାହିତ୍ୟରେ ଲେଖିବା ପାଇଁ ଏକ ମାର୍ଗଦର୍ଶକ ଥିଲା।
କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ (Padmashree Jayant Mohapatra Death) ଓଡ଼ିଶା ସରକାର (Odisha Govt) ରାଜ୍ୟ ସ୍ତରୀୟ ଶୋକ ଦିବସ (State Mourning Day) ଘୋଷଣା କରିଛନ୍ତି। ଏନେଇ ଜାରି ହୋଇଥିବା ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) କହିଛନ୍ତି ଯେ, ତାଙ୍କର ମାନବୀୟ ଶବ୍ଦ ଆମକୁ ମାନବ ଅଭିବ୍ୟକ୍ତିର ଶକ୍ତି ମନେ ପକାଇଦେବ। ଦୈନନ୍ଦିନ ଜୀବନ ବିଷୟରେ ତାଙ୍କ ଲେଖାର ଉଜ୍ଜ୍ୱଳ ଚିତ୍ର, ବିଶେଷକରି କଟକରୁ ଅଙ୍କିତ, ସର୍ବଦା ଓଡିଆ ଜୀବନରେ ସମୃଦ୍ଧ ହୋଇରହିବ।
ଆସନ୍ତାକାଲି ପୂର୍ଣ୍ଣ ରାଜ୍ୟକୀୟ ସମ୍ମାନ ସହିତ ଦିବଂଗତ କବିଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଦିବଂଗତ ଆତ୍ମାର ଶାନ୍ତି କାମନା କରିବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲ (Cuttack SCB Medical) ଠାରେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ (Padmashree Jayant Mohapatra) ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।
ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କବି ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷା ସାହିତ୍ୟରେ (Odia and English Language Literature) ଅନେକ କବିତା ସଂକଳନ କରିଥିଲେ। ସାହିତ୍ୟ ସାଧନା ପାଇଁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉତ୍କଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା।