Neeraj Chopra: ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା କହିଥିଲେ ଯେ ତାଙ୍କ ମନରେ କେଉଁଠି ନା କେଉଁଠି ତାଙ୍କ ଶରୀରର ଆଘାତ ସେହି ସମୟରେ ବାହାରିବାର ଭୟ ଥିଲା। ରିପୋର୍ଟ ଅନୁଯାୟୀ, ନୀରଜ ଚୋପ୍ରା ଇଙ୍ଗୁଇନାଲ ହାର୍ନିଆର କ୍ରନିକ ସମସ୍ୟାରେ ପୀଡ଼ିତ ଅଛନ୍ତି। ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅସ୍ତ୍ରୋପଚାର କରାଇବା ପାଇଁ ସେ ଜର୍ମାନୀ ଯାଇଛନ୍ତି। ଆଥଲେଟମାନଙ୍କ ପାଇଁ ଇଙ୍ଗୁଇନାଲ ହାର୍ନିଆ ବହୁତ ଗମ୍ଭୀର ହୋଇପାରେ ଏବଂ ସେମାନଙ୍କ ଖେଳ ଓ ପ୍ରତିଭାକୁ ପ୍ରଭାବିତ କରିପାରେ । ଡାକ୍ତରଙ୍କ କହିବା ଅନୁଯାୟୀ, ଇଙ୍ଗୁଇନାଲ ହାର୍ନିଆକୁ ସତର୍କତାର ସହ ପରିଚାଳନା କରିବା ଆବଶ୍ୟକ। ଇଙ୍ଗୁଇନାଲ ହାର୍ନିଆରେ ପେଟର କୋମଳ ଟିସୁ ଦୁର୍ବଳ ସହ ତଳି ପେଟ ଚର୍ମ ଦେଇ ଗଣ୍ଠି ଅଞ୍ଚଳରେ ଚାପ ପକାଇଥାଏ । ରିପୋର୍ଟ ଅନୁଯାୟୀ, ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ଏହି ସମସ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ୨୬ ବର୍ଷୀୟ ଜାଭେଲିନ୍ ଥ୍ରୋ ଷ୍ଟାର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ହାର୍ନିଆ ରୋଗ କ'ଣ ? (What Is Hernia Disease)
ହାର୍ନିଆ ଏକ ମେଡିକାଲ କଣ୍ଡିସନ ଯେଉଁଥିରେ ଶରୀରର କୌଣସି ଅଙ୍ଗ ବା ଟିସୁର କିଛି ଅଂଶ ଦୁର୍ବଳ ମାଂସପେଶୀ କିମ୍ବା ଟିସୁ ମାଧ୍ୟମରେ ବାହାରକୁ ଆସିଥାଏ । ଏହି ଅବସ୍ଥା ପ୍ରାୟତଃ ପେଟ ଭିତର ଚର୍ମରେ ଦେଖାଯାଏ, କିନ୍ତୁ ଶରୀରର ଅନ୍ୟାନ୍ୟ ଅଙ୍ଗରେ ମଧ୍ୟ ହୋଇପାରେ । ହାର୍ନିଆର ଅନେକ ପ୍ରକାର ଅଛି ଏବଂ ବୟସ, ଲିଙ୍ଗ ଏବଂ ଜୀବନଶୈଳୀ ଉପରେ ନିର୍ଭର କରି ଅନେକ ଲୋକଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ।


ହାର୍ନିଆ କେତେ ପ୍ରକାର?(Types of hernia)
ଇଙ୍ଗୁଇନାଲ ହାର୍ନିଆ: ପୁରୁଷଙ୍କ ଠାରେ ଏହା ସବୁଠାରୁ ସାଧାରଣ ହାର୍ନିଆ ଏବଂ ତଳି ପେଟରେ ହୁଏ, ଯେଉଁଠାରେ ପେଟ ର ଚର୍ମ ଦୁର୍ବଳ ହୋଇଥାଏ ।
ଫିମୋରାଲ ହାର୍ନିଆ: ଏହା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ଏବଂ ଜଙ୍ଘର ଉପରି ଭାଗରେ ହୁଏ ।
Umbilical Hernia ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଠାରେ ଏହା ଦେଖାଯାଏ ଓ ନାଭି ଚାରିପଟେ ଦେଖାଯାଏ ।
ହାଇଟାଲ ହାର୍ନିଆ: ଏଥିରେ ପେଟର କିଛି ଅଂଶ ଡାଏଫ୍ରାମ ମାଧ୍ୟମରେ ଛାତି ଗଭୀରରେ ପ୍ରବେଶ କରିଥାଏ।
Incisional Hernia : ପୂର୍ବ ଅସ୍ତ୍ରୋପଚାର ପରେ ଟିସୁ ଦୁର୍ବଳ ହେବା କାରଣରୁ ଏହା ହୋଇଥାଏ।


ହାର୍ନିଆର ଲକ୍ଷଣ (Symptoms of Hernia)
ପ୍ରଭାବିତ ସ୍ଥାନ ଫୁଲିବା କିମ୍ବା ଯନ୍ତ୍ରଣା ହେବା
ଯନ୍ତ୍ରଣା, ବିଶେଷକରି କାଶ, ନଇଁବା କିମ୍ବା ଭାରୀ ଜିନିଷ ଉଠାଇବା ସମୟରେ
ହାର୍ନିଆ ଅଞ୍ଚଳରେ ଜଳିବା କିମ୍ବା ଭାରକ୍ରାନ୍ତତା ଅନୁଭବ ହେବା
ଖାଇବା ପରେ ଛାତିରେ ଜଳାପୋଡ଼ା
କୋଷ୍ଠକାଠିନ୍ୟ ବା ଅନ୍ତନଳୀରେ ଅସୁବିଧା


ହାର୍ନିଆ ରୋଗର କାରଣ (Causes of Hernia)
ପେଟ ମାଂସପେଶୀ ବା ଟିସୁର ଦୁର୍ବଳତା
ଭାରୀ ଓଜନ ଉଠାଇବା ଦ୍ୱାରା ମାଂସପେଶୀ ଉପରେ ଅଧିକ ଚାପ ପଡିଥାଏ
କାଶ ବା ଛିଙ୍କ
ଗର୍ଭାବସ୍ଥା, ଯାହା ପେଟ ମାଂସପେଶୀ ଉପରେ ଚାପ ବଢ଼ାଇଥାଏ
ହଠାତ୍ ଓଜନ ବଢ଼ିବା କିମ୍ବା କମିବା
କ୍ରନିକ କୋଷ୍ଠକାଠିନ୍ୟ, ଯାହା ସମୟରେ ଯନ୍ତ୍ରଣା ସୃଷ୍ଟି କରିଥାଏ ।


 



ହାର୍ନିଆର ଚିକିତ୍ସା (Treatment of Hernia)
ହାର୍ନିଆର ଚିକିତ୍ସା ଏହାର ତୀବ୍ରତା ଏବଂ ପ୍ରକାର ଉପରେ ନିର୍ଭର କରେ । କିଛି କ୍ଷୁଦ୍ର ହାର୍ନିଆ ବିନା ଅସ୍ତ୍ରୋପଚାରରେ ନିୟନ୍ତ୍ରଣ କରାଯାଇପାରେ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । 


Also Read:  Mpox Virus: କୋରୋନା ଠାରୁ ଘାତକ ହେଲାଣି ଏମପକ୍ସ ଭାଇରସ, ୧୩ଟି ଦେଶରେ ଆତଙ୍କ 


Also Read:  Bank Loan: ଏହି ବ୍ୟାଙ୍କରୁ ଲୋନ ନେବାକୁ ଭାବୁଛନ୍ତି କି? ଜାଣିରଖନ୍ତୁ ଜରୁରୀ କଥା...