ODI World Cup 2023: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଚଳିତ ବର୍ଷ ଭାରତରେ ୨୦୨୩ ବିଶ୍ୱକପ୍ (One Day World Cup 2023) ଟାଇଟଲ୍ ଜିତିବା ପାଇଁ ଏକ ଖତରନାକ୍ ପଦକ୍ଷେପ ନେବାକୁ ଯାଉଛି । ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ଜିତିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି (PCB) ଜଣେ ଦମଦାର୍ ଖେଳାଳିଙ୍କୁ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ (Pakistan Captain) କରିବାକୁ ଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଦିନିକିଆ ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ଭାରତର ଆୟୋଜନ ହେବ । ଖବର ଅନୁଯାୟୀ, ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ଅକ୍ଟୋବର ୫ରୁ ଆରମ୍ଭ ହୋଇଥିବାବେଳେ ନଭେମ୍ବର ୧୯ରେ ବିଶ୍ୱକପର ଫାଇନାଲ ମ୍ୟାଚ୍ (ODI World Cup Final) ଖେଳାଯାଇପାରେ ।


COMMERCIAL BREAK
SCROLL TO CONTINUE READING

ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ (ODI World Cup 2023) ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ନିଜର ଅତ୍ୟନ୍ତ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ବାବର ଆଜମ (Babar Azam) ଙ୍କୁ ଅଧିନାୟକ କରିବ । ବାବର ଆଜାମ (Babar Azam) ୨୦୨୩ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ସମସ୍ତ ତିନୋଟି ଫର୍ମାଟ ପାଇଁ ପାକିସ୍ତାନର ଅଧିନାୟକ ଘୋଷିତ ହେବାକୁ ଯାଉଛନ୍ତି । ଚଳିତ ମାସ ଆରମ୍ଭରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ଅଧ୍ୟକ୍ଷ ନଜାମ ସେଠୀ (Najam Sethi) ବାବର ଆଜମ (Babar Azam) ଙ୍କୁ କେବଳ ନ୍ୟୁଜିଲାଣ୍ଡ ସିରିଜ ପାଇଁ ଅଧିନାୟକ ଭାବେ ଘୋଷଣା କରିଥିଲେ । ନିକଟ ଅତୀତରେ ନଜାମ ସେଠୀ (Najam Sethi) ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦଳ ଜିତିବା ପର୍ଯ୍ୟନ୍ତ ପାକିସ୍ତାନର ଅଧିନାୟକ ପରିବର୍ତ୍ତନ ହେବ ନାହିଁ ଓ ମିକି ଆର୍ଥର (Mickey Arthur) ଙ୍କ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।



ନିକଟ ଅତୀତରେ ମିକି ଆର୍ଥର (Mickey Arthur) ଏକ ଛୋଟ ଗସ୍ତ ପାଇଁ ପାକିସ୍ତାନରେ ପହଞ୍ଚିଥିଲେ ଓ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ପାକିସ୍ତାନ କ୍ରିକେଟ୍ ଦଳର ନିର୍ଦ୍ଦେଶକ ଭାବରେ ଘୋଷଣା କରାଯାଇଛି । ତାଙ୍କ ଗସ୍ତ ସମୟରେ ମିକି ଆର୍ଥର ନଜାମ ସେଠୀ (Najam Sethi) ଙ୍କ ସହ ସାକ୍ଷାତ କରିଥିଲେ ଯେଉଁଥିରେ ସେ ବାବର ଆଜାମଙ୍କ ସପକ୍ଷରେ ଭୋଟ୍ ଦେଇ କହିଥିଲେ ଯେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଦଳକୁ ସଠିକ୍ ଦିଗକୁ ନେଇଯିବାର କ୍ଷମତା ରଖିଛନ୍ତି । ତେଣୁ ଅଧିନାୟକତ୍ୱ ପରିବର୍ତ୍ତନ ହେବାର କୌଣସି କାରଣ ନାହିଁ । ନାଜାମ ସେଠୀ ଆର୍ଥରଙ୍କ ସୁପାରିଶକୁ ଅନୁମୋଦନ କରିସାରିଛନ୍ତି ।


ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!


ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ନେବା ପାଇଁ ଜାରି ହେଲା ଫର୍ମ, ଯଦି ଏହି ତାରିଖ ପର୍ଯ୍ୟନ୍ତ ନ ଭରିବେ ତ ମିଳିବନି ପେନସନର ଲାଭ


ଅଧିକ ପଢ଼ନ୍ତୁ-ବୁଧଙ୍କ ରାଶିରେ ଗୋଚର କରିବେ ଶୁକ୍ର ଗ୍ରହ, ଏହି ୩ଟି ରାଶି ଉପରେ ବର୍ଷିବ ବିପୁଳ ଧନ!


ସୀମିତ ଓଭର ଫର୍ମାଟରେ ବାବର ଆଜମ (Babar Azam) ଙ୍କର ଅଧିନାୟକତ୍ୱ ଭାବେ ଭଲ ରେକର୍ଡ ଅଛି । ଯଦିଓ ତାଙ୍କ ନେତୃତ୍ୱରେ ୨୦୨୨ ମସିହାରେ ପାକିସ୍ତାନ କ୍ରିକେଟ୍ ଦଳ ଗୋଟିଏ ବି ଘରୋଇ ଟେଷ୍ଟ ଜିତିବାରେ ବିଫଳ ରହିଛି । ଏହା ସତ୍ତ୍ୱେ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ବାବର ଆଜମ ଦଳର ନେତୃତ୍ୱ ନେବାକୁ ଦଳର ନିର୍ଦ୍ଦେଶକ ମିକି ଆର୍ଥର ଚାହୁଁଛନ୍ତି । ସୂଚନାନୁସାରେ, ବୈଠକରେ ଆଲୋଚନା ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯଦି ଅଧିନାୟକଙ୍କୁ ପରିବର୍ତ୍ତନ କରାଯାଏ । ତେବେ କିଏ ତାଙ୍କ ସ୍ଥାନ ନେବ? ଯେହେତୁ ଉପଯୁକ୍ତ ବଦଳ ଉପରେ କୌଣସି ସହମତି ହୋଇପାରିଲା ନାହିଁ, ତେଣୁ ନିଷ୍ପତ୍ତି ନିଆଗଲା ଯେ ବାବର ଆଜମ ଦିନିକିଆ ବିଶ୍ୱକପ ୨୦୨୩ ପର୍ଯ୍ୟନ୍ତ ଅଧିନାୟକ ଭାବରେ କାର୍ଯ୍ୟ କରିବେ ।