Hockey World Cup News: ହକି ମହାକୁମ୍ଭ ପାଇଁ ବାଜିସାରିଛି ବିଗୁଲ। ହାତ ଗଣତି ଦିନ ପରେ ଆରମ୍ଭ ହେଇଯିବ ହକି ମହାକୁମ୍ଭ। ଏଥିପାଇଁ ଉଭୟ ରାଉରକେଲା ଏବଂ ଭୁବନେଶ୍ୱର ସହର ସଜେଇ ହେବା ଆରମ୍ଭ କରିଦେଇଛି। ଉଭୟ ସହରକୁ ରାଜ୍ୟ ସରକାର ବେଶ ରଙ୍ଗ ବେରଙ୍ଗରେ ସଜେଇବା କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଉନ୍ନତମାନର ନିର୍ମାଣ କାର୍ଯ୍ୟକୁ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଆଇଛନ୍ତି। ସେପଟେ ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ଏବଂ କଳିଙ୍ଗ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି। କେବଳ ଅପେକ୍ଷା ରହିଛି ବିଦେଶୀ ଖେଳାଳିଙ୍କୁ। ଏହାରି ମଧ୍ୟରେ ବୁଧବାର କୋରିଆ ଏବଂ ଭାରତୀୟ ହକି ଦଳ ରାଉରକେଲା ଠାରେ ଆସି ପହଞ୍ଚି ସକାରିଛନ୍ତି। ଉଭୟ ଦଳ ସେଠାରେ ଅଭ୍ୟାସ କରିବେ। 


COMMERCIAL BREAK
SCROLL TO CONTINUE READING

ପ୍ରଥମ ପର୍ଯ୍ୟାୟରେ କୋରିଆ ଏବଂ ଭାରତୀୟ ଜୁନିୟର ଦଳର ଟିମ ଆଜି ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନଙ୍କୁ ସ୍ୱତନ୍ତ୍ର ବସ ଜରିଆରେ ରାଉରକେଲା ଅଭିମୁଖେ ନିଆଯାଇଥିଲା। ଆସନ୍ତାକାଲି ଠାରୁ ଏହି ଦୁଇ ଦଳ ୩ ଦିନ ପର୍ଯ୍ୟନ୍ତ ଅଭ୍ୟାସ କରିବେ ବୋଲି ଜଣାପଡ଼ିଛି। 


ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଜନସାଧାରଣ ଉତ୍ସାହିତ ଅଛନ୍ତି।  ବୁଧବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ଅଫଲାଇନ ଟିକେଟ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟା଼ଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମ ଠାରେ ଉପଲବ୍ଧ ହେଉଛି। ମନ ପସନ୍ଦର ଟିକେଟ ପାଇବା ପାଇଁ ଭୋର ଚାରିଟାରୁ ଲୋକେ ଲମ୍ବାଧାଡ଼ି ଲଗାଇଛନ୍ତି। ଟିକେଟ କାଉଣ୍ଟର ପାଖରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଦିନ ସାଢ଼େ ଏଗାରଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଚାଲିବ ଟିକେଟ ବିକ୍ରି। ଭୋର ଚାରିଟାରୁ ଉଭୟ ପୁରୁଷ ଏବଂ ମହିଳାଙ୍କ ଲମ୍ବା ଲାଇନ ଉଭୟ ଷ୍ଟାଡିୟମ ଠାରେ ଦେଖିବାକୁ ମିଳିଛି। 


ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର  ୮ ନମ୍ବର ଗେଟ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମର ୬ ନମ୍ବର ଗେଟ ଠାରେ ହକିପ୍ରେମୀ ଟିକେଟ ପାଇପାରିବେ। ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ସେହିପରି ଟିକେଟର ଦାମ ମଧ୍ୟ ଦର୍ଶକଙ୍କୁ ସୁହାଇଲା ଭଳି ରଖାଯାଇଛି। 


କଳିଙ୍ଗ ଷ୍ଟାଡିୟମ୍‌ ପାଇଁ ଟିକେଟ ଦାମ 


  • ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ ମୂଲ୍ୟ ୫୦୦ ଟଙ୍କା 

  • ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା 

  • ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା 


ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ ଟିକେଟ ଦାମ 


  • ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦ ଟଙ୍କା

  • ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା 

  • ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା 


ଚଳିତ ହକି ବିଶ୍ବକପରେ (Hockey World Cup 2023) ଭାରତ ୧୩ ଜାନୁଆରୀରୁ ନିଜର ଅଭିଯାନ ଆରମ୍ଭ କରିବ। ସେହିପରି ୨୯ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୪ ମ୍ୟାଚ୍ ମଧ୍ୟରୁ ୨୪ ମ୍ୟାଚ କଳିଙ୍ଗ ଷ୍ଟାଡିୟମ ଠାରେ ଖେଳାଯିବାକୁ ଥିବା ବେଳେ ଅବଶିଷ୍ଟ ୨୦ ମ୍ୟାଚ୍ ବିର୍ସା ମୁଣ୍ଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଯଦି ସିଟ୍ କଥା କୁହାୟାଏ ତାହେଲେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ ଦର୍ଶକ କ୍ଷମତା ୨୦ ହଜାର ରହିଥିବା ବେଳେ କଳିଙ୍ଗ ଷ୍ଟାଡିୟମ ଦର୍ଶକ କ୍ଷମତା ହେଉଛି ୧୫ ହଜାର।