Odisha Cricket Association Election, ଭୁବନେଶ୍ୱର: ପୁରୀର ତାରକା ହୋଟେଲରେ ଓସିଏ ନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ ହୋଇଛି। ରୁଦ୍ଧଦ୍ବାର ବୈଠକରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ, ଓସିଏ ସଂପାଦକ ସଂଜୟ ବେହେରା ଓ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ସମେତ ପ୍ରାୟ ୫୦ ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏ ସଭାପତି ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଂଜୟ ବେହେରା, ସଂପାଦକ ପ୍ରାର୍ଥୀ ହେବେ। ପୂର୍ବତନ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ। 


COMMERCIAL BREAK
SCROLL TO CONTINUE READING

ଗତ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ବେଳେ ବାରବାଟି ଷ୍ଟାଡିୟମରେ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ତାହା ସ୍ପଷ୍ଟ ହୋଇଯାଇଛି। ବିଜେଡି ସଂଗଠନ ସଂପାଦକ ବବି ଦାଶ, କ୍ରିକେଟରେ ଏଣ୍ଟ୍ରୀ ମାରିଛନ୍ତି। ସେ ଓସିଏର ପରବର୍ତ୍ତୀ ସଭାପତି ହେବେ। ପୁରୀର ତାରକା ହୋଟେଲରେ ହୋଇଥିବା ରୁଦ୍ଧଦ୍ୱାର ବୈଠକ ପରେ ପଙ୍କଜ ଲୋଚନ ମହାନ୍ତି ତାଙ୍କ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆଉ ଫାଙ୍କା ପଡିଥିବା ଉପସଭାପତି ପଦ ପାଇଁ ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେବେ ବବି ଦାଶଙ୍କ ପାଇଁ ପଙ୍କଜ ନଜକୁ ବଳି ଚଢାଇଥିବା ନେଇ ଚର୍ଚ୍ଚା ହେଉଛି।


Also Read: Dhamnagar Bypoll 2022: ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘଷିତ, ବାଦ ପଡିଲେ ଏହି ମନ୍ତ୍ରୀ-ସାଂସଦ


 


ପୂର୍ବରୁ ବିଭିନ୍ନ ସମୟରେ ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ଭୈରବ ମହାନ୍ତି, ବସନ୍ତ ବିଶ୍ବାଳ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅମରନାଥ ପ୍ରଧାନ, ରଂଜୀବ ବିଶ୍ବାଳ ଓ ବ୍ୟବସାୟୀ ପଙ୍କଜ ମହାନ୍ତି ପ୍ରମୁଖ ଓସିଏ ସଭାପତି ଦାୟିତ୍ବ ସମ୍ଭାଳିଛନ୍ତି। ଆଉ ଏବେ ବବି ଦାଶ ସେହି ତାଲିକାରେ ସାମିଲ ହୋଇଛନ୍ତି। ତେବେ ପୂର୍ବରୁ ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ସ୍ବଇଚ୍ଛାରେ ଉପସଭାପତି ପ୍ରାର୍ଥୀ ହୋଇଛନ୍ତି ନା ତାଙ୍କୁ ବାଧ୍ୟ କରାଯାଇଛି। ଇସ୍ତଫା ଦେବା ପରେ ପଙ୍କଜଙ୍କୁ ଓଡିଶା ଅସମ୍ପିକ ସଙ୍ଘର ସଭାପତି କରାଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ସଭାପତି ପଦ ଛାଡି ଉପସଭାପତି ହେବାକୁ ମନବଳାଇଛନ୍ତି।


ଆସନ୍ତା ଅକ୍ଟୋବର ୨୮ ତାରିଖରେ ଓସିଏର ନିର୍ବାଚନ ହେବ। ନିର୍ବାଚନରେ ରାଜ୍ୟର ବିଭିନ୍ନ ଜିଲ୍ଲା କ୍ରୀଡା ସଂଘ ଏବଂ କ୍ଲବ ପରି ମୋଟ ୭୩ଟି ସଂଗଠନର ସଦସ୍ୟ ସାମିଲ ହେବେ। ଭୋଟର ତାଲିକାରେ ନୂତନ ଭାବେ ଯାଜପୁର କ୍ଳବ ପକ୍ଷରୁରୁ ପାୱାର ଫୁଲ ନେତା ତଥା ବିଜେଡି ସାଙ୍ଗଠନିକ ସମ୍ପଦକ ପ୍ରଣବ ପ୍ରକାଶ ଦାସ ଅଛନ୍ତି। ଗତ ଓସିଏ ନିର୍ବାଚନରେ ସଂଜୟ ବେହେରାଙ୍କ ପ୍ୟାନେଲ ବିଜୟ ଲାଭ କରିଥିଲା। ଆଉ ସେ ଓସିଏ ସଂପାଦକ ହୋଇଥିଲେ।