Female Cricketer Rajashree Swain Death: ସ୍କୁଟିରୁ ମିଳିଲା ସୁଇସାଇଡ ନୋଟ୍, ୨ଜଣଙ୍କ ପାଇଁ ଜୀବନ ହାରିଲେ ରାଜଶ୍ରୀ
Rajashree Swain Death Update: ପ୍ରଥମେ ଚୟନ କ୍ୟାମ୍ପରୁ ନିଖୋଜ ପରେ ଜଙ୍ଗଲରୁ ମିଳିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ। ଏହାକୁ ନେଇ ଏବେ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଏସବୁ ଭିତରେ ପୋଲିସ୍ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ରାଜଶ୍ରୀଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି।
Female Cricketer Rajashree Swain Death: ଗତକାଲି ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ମାମଲା। ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଯେ, କେମିତି ହେଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ? ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି କଟକ ଗୁରୁଡିଝାଟିଆ ଘଞ୍ଚ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ମିଳିଥିଲା। ଗତ ୧୧ ତାରିଖରୁ ରାଜଶ୍ରୀ ନିଖୋଜ ହେବା ନେଇ କଟକ ମଙ୍ଗଳାବାଗ ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ।
କେବଳ ଏତିକି ନୁହେଁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନରେ ଝିଅକୁ ଖୋଜିଆଣିବା ସହ ନ୍ୟାୟ ଦାବି କରିଥିଲେ ପରିବାର ଲୋକ। ପରେ ପୋଲିସର ବହୁ ଖୋଜାଖୋଜି ପରେ ମୋବାଇଲ ଟ୍ରାକ୍ ସହ ସ୍କୁଟି ପାଇଥିଲା ପୋଲିସ। ଗୁରୁଡିଝାଟିଆ ଜଙ୍ଗଲରେ ପ୍ରଥମେ ରାଜଶ୍ରୀଙ୍କ(Cricketer Rajashree Swain Death) ସ୍କୁଟି ପାଇଥିଲା ପୋଲିସ। ବହୁ ଖୋଜାଖୋଜି ପରେ ଜଙ୍ଗଲରୁ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏସବୁ ଭିତରେ ପୋଲିସ୍ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ରାଜଶ୍ରୀଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି। ଯାହାକି ମୃତ୍ୟୁର ସବୁ ରହସ୍ୟ ଖୋଲିପାରେ ବୋଲି ପୋଲିସ କହିଛି।
ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠିକୁ ନେଇ ପୋଲିସ ଛାନ୍ଭିନ୍ ଜାରି ରଖିଛି। ପରିବାର ଲୋକ ଏହାକୁ ହତ୍ୟା କହିଥିବା ବେଳେ
ହାତ ଲେଖା ଚିଠିରେ ମୃତ୍ୟୁ ପାଇଁ ୨ ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ କୋଚ୍ଙ୍କ ସମେତ OCAର ପୂର୍ବତନ ସଦସ୍ୟ ଦାୟୀ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଏହା ଜାଣିବା ପରେ ପରିବାର ଲୋକ ଏହାକୁ ନେଇ ଝିଅକୁ ନ୍ୟାୟ ଦେବାକୁ ଅଡ଼ି ବସିଛନ୍ତି। ସେପଟେ ହାତଲେଖା ଚିଠିରେ (Suicide Note) ଦୁଇଜଣଙ୍କ ନାଁ ଥିବାରୁ ଏ ପ୍ରସଙ୍ଗରେ ଖୁବ୍ଶୀଘ୍ର ଓସିଏର କିଛି କର୍ତ୍ତୃପକ୍ଷଙ୍କୁ (Oca Officials) ପୋଲିସ ପଚରାଉଚରା କରିପାରେ କୁହାଯାଉଛି । ହେଲେ ପୋଲିସର କହିବାକଥା ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି।
ସୂଚନାଥାଉ କି, ରାଜଶ୍ରୀ OCAର ୨୫ ଜଣିଆ ମହିଳା କ୍ରିକେଟ୍ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ। ତେବେ ଆସନ୍ତା ଟି-ଟ୍ୱେଣ୍ଟି(T-20) ଓଡ଼ିଶା ସିନିୟର ମହିଳା ଦଳ ପାଇଁ ୧୦ ତାରିଖରେ ପ୍ରକାଶିତ ତାଲିକାରେ ରାଜଶ୍ରୀଙ୍କ ନାଁ ନଥିଲା। ୧୧ ତାରିଖରୁ ରାଜଶ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିବା ପରେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପରିବାର ଲୋକ ତାଙ୍କ ଝିଅ ପ୍ରତି ଅନ୍ୟାୟ ହୋଇଥିବା ପୋଲିସ ଆଗରେ କହିଛନ୍ତି।
Also Read: Hockey World Cup 2023: ଭାରତରେ ଆୟୋଜିତ ହକି ବିଶ୍ୱକପରେ କାହିଁକି ଖେଳୁନି ପାକିସ୍ତାନ? ଜାଣନ୍ତୁ କାରଣ
Also Read: Chilika Lake: ବନ୍ଦ ହୋଇଯିବ ଚିଲିକାର ଆଇଁଷ ଢାବା! ଅନ୍ଧାରରେ ଜୀବନ