Pakistan vs New Zealand: ଆଜିକାଲି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ରେ ଏକ ପରିବର୍ତ୍ତନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ଶନିବାର ପାକିସ୍ତାନ କ୍ରିକେଟ୍ ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଚୟନକର୍ତ୍ତା (Pakistan Chief Selector) ହୋଇଥିବା ଶାହିଦ ଆଫ୍ରିଦି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଦଳକୁ ବଦଳାଇ ଦେଇଛନ୍ତି । ଶାହିଦ ଆଫ୍ରିଦି (Shahid Afridi) ଙ୍କ ସହ ଅବଦୁଲ ରଜାକ (Abdul Razzaq) ଓ ରାଓ ଇଫ୍ଟିଖର ଅଞ୍ଜୁମ (Rao Iftikhar Anjum) ମଧ୍ୟ ଏହି ଚୟନ କମିଟିରେ ସାମିଲ ଅଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଡିସେମ୍ବର ୨୬ରୁ ଜାନୁୟାରୀ ୬ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନକୁ ଦୁଇଟି ମ୍ୟାଚ୍ ଟେଷ୍ଟ ସିରିଜ୍ (Pakistan vs New Zealand Test Series) ଖେଳିବାର ଅଛି । ଯଦିଓ ଉଭୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ରେସରୁ ବାହାର ହୋଇଯାଇଛନ୍ତି । ଔପଚାରିକତା ଦୃଷ୍ଟିରୁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ ହେବ ।


COMMERCIAL BREAK
SCROLL TO CONTINUE READING

ଏହି ସିରିଜ (Pak vs NZ Test Series) ଆଜି (ସୋମବାର) ଠାରୁ ଆରମ୍ଭ ହେବାକୁ ଥିବାବେଳେ ଶନିବାର ଦିନ ମୁଖ୍ୟ ଚୟନକର୍ତ୍ତା ହୋଇଥିବା ଆଫ୍ରିଦି (Shahid Afridi) ସନ୍ଧ୍ୟାରେ ପାକିସ୍ତାନ ଦଳ (Pakistan Cricket Team) କୁ ବଦଳାଇଥିଲେ । ପ୍ରକୃତରେ ଟେଷ୍ଟ ସିରିଜ୍ ପାଇଁ ପୂର୍ବତନ ଚୟନକର୍ତ୍ତା ମହମ୍ମଦ ୱାସିମଙ୍କ ନେତୃତ୍ୱରେ ଚୟନ କରାଯାଇଥିବା ପୂର୍ବ ଦଳରୁ ଆଫ୍ରିଦି କୌଣସି ଖେଳାଳିଙ୍କୁ ବାହାର କରି ନାହାଁନ୍ତି । ବରଂ ସେହି ଦଳରେ ଆଉ ତିନି ଖେଳାଳିଙ୍କୁ ଯୋଡିଛନ୍ତି । ଶନିବାର ଏହି ନିଷ୍ପତ୍ତି ପୂର୍ବରୁ ଅନୁଷ୍ଠିତ ବୈଠକରେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ମଧ୍ୟ ଉପସ୍ଥିତ ଥିଲେ । ଦଳରେ ଯୋଡି ହୋଇଥିବା ସମସ୍ତ ତିନି ଖେଳାଳି ପାକିସ୍ତାନ ପାଇଁ ବୋଲିଂ ବିକଳ୍ପ ପ୍ରଦାନ କରନ୍ତି ।


ଅଧିକ ପଢ଼ନ୍ତୁ:-ଶିବରାଜଙ୍କ ମନ୍ତ୍ରୀଙ୍କୁ ନିଜ ହାତରେ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜାଣନ୍ତୁ ଏହା ପଛର କାରଣ


ଅଧିକ ପଢ଼ନ୍ତୁ:-ଯୌନ ସମସ୍ୟାରେ ପୀଡ଼ିତ ପୁରୁଷଙ୍କ ପାଇଁ ବରଦାନ ଏହି ମସଲା, ଦାମୀ ଔଷଧର ପଡ଼ିବନି ଆବଶ୍ୟକତା!


ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କ 'ଫ୍ଲପ୍ ଶୋ' ପରେ ବିଜେପି ନେତା ପଚାରିଲେ ପ୍ରଶ୍ନ, କହିଲେ-ସେ କାହାର ଜ୍ୱାଇଁ?


ଶାହିଦ ଆଫ୍ରିଦିଙ୍କ ନେତୃତ୍ୱରେ ଚୟନ କମିଟି ମିର ହାମଜା, ସାଜିଦ ଖାନ ଏବଂ ଶାହନାୱାଜ ଦାହନିଙ୍କୁ ଦଳରେ ସାମିଲ କରିଛନ୍ତି । ଏହି ତିନି ଖେଳାଳି ପାକିସ୍ତାନୀ ଅଧିନାୟକଙ୍କୁ ଏକ ଭଲ ବୋଲିଂ ବିକଳ୍ପ ଦେଇପାରିବେ । ନିକଟ ଅତୀତରେ ମିର ହାମଜା ୪ର୍ଥ କୁଏଡ-ଇ-ଆଜମ ଟ୍ରଫି ମ୍ୟାଚରେ ୧୬ ୱିକେଟ୍ ନେଇ ଏକ ହଇଚଇ ସୃଷ୍ଟି କରିଥିଲେ । ଅନ୍ୟପକ୍ଷରେ ସାଜିଦ ଖାନ ସେହିପରି ଟୁର୍ଣ୍ଣାମେଣ୍ଟର ୭ଟି ମ୍ୟାଚରେ ୨୧ ୱିକେଟ୍ ନେଇଥିଲେ । ଧଳା ବଲ କ୍ରିକେଟରେ ଚମତ୍କାର କରିଥିବା ଶାହନାୱାଜ ଦାହନି ଏବେ ମଧ୍ୟ ତାଙ୍କର ପ୍ରଥମ ଟେଷ୍ଟ କ୍ୟାପକୁ ଅପେକ୍ଷା କରିଛନ୍ତି ।