Babar Azam Record: ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ (Pakistan vs New Zealand 1st ODI) ରେ ପାକିସ୍ତାନ ୫ ୱିକେଟରେ ଜିତିଛି । ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୭ ୱିକେଟ୍ ପାଇଁ ୨୮୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ପାକିସ୍ତାନ ୪୮.୩ ଓଭରରେ ୫ ୱିକେଟ୍ ହରାଇ ୨୯୧ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା । ଏହି ମ୍ୟାଚ୍ ପାକିସ୍ତାନ ଅଧିନାୟକ (Pakistan Captain) ବାବର ଆଜମ (Babar Azam) ଙ୍କ ପାଇଁ ଅତ୍ୟନ୍ତ ଖାସ୍ ଥିଲା । ବାବର ଆଜମ (Babar Azam) ଏହି ମ୍ୟାଚରେ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ।


COMMERCIAL BREAK
SCROLL TO CONTINUE READING

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ODI (PAK vs NZ 1st ODI) ରେ ପାକିସ୍ତାନ ଅଧିନାୟକ (Pakistan Captain) ବାବର ଆଜମ (Babar Azam) ୪୯ ରନ ସ୍କୋର କରିଥିଲେ । ଏହା ସହ ବାବର ଆଜମ ଅନ୍ତର୍ଜାତୀୟ କ୍ରିକେଟରେ ୧୨୦୦୦ ରନ୍ ମଧ୍ୟ ପୂରା କରିଛନ୍ତି । ୧୨୦୦୦ ରନ୍ ପୂରା କରିବାରେ ବାବର ଆଜମ ଦ୍ୱିତୀୟ ଦ୍ରୁତତମ ଏସୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଜାଭେଦ୍ ମିଆନ୍ଦାଦ (Javed Miandad) ଓ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ପରି ଭେଟେରାନମାନଙ୍କୁ ପଛକୁ ପକାଇ ବାବର ଆଜମ (Babar Azam) ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି । କିନ୍ତୁ ସେ ବିରାଟ କୋହଲି (Virat Kohli) ଙ୍କୁ ପଛକୁ ପକାଇ ପାରିନଥିଲେ । ବିରାଟ କୋହଲି ୨୭୬ ଇନିଂସରେ ୧୨୦୦୦ ଆନ୍ତର୍ଜାତୀୟ ରନ୍ ସଂଗ୍ରହ କରିଛନ୍ତି । ଯେତେବେଳେ କି ବାବର ଆଜମ ୨୭୭ ଇନିଂସରେ ଏହି କାରନାମ କରିବାରେ ସଫଳ ହୋଇଛନ୍ତି ।


୧୨୦୦୦ ରନ୍ ସ୍କୋର କରିଥିବା ଦ୍ରୁତତମ ଏସୀୟ ବ୍ୟାଟ୍ସମ୍ୟାନ୍ 


ଇନିଂସ     ଖେଳାଳି 


୨୭୬      ବିରାଟ କୋହଲି 


୨୭୭      ବାବର ଆଜମ 


୨୮୪      ଜାଭେଦ୍ ମିଆନ୍ଦାଦ


୨୮୮     ସଚିନ ତେନ୍ଦୁଲକର 


୨୮୯    ସୁନୀଲ ଗାଭାସ୍କର 


ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!


ଅଧିକ ପଢ଼ନ୍ତୁ-୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ


ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା


ସୂଚନାଯୋଗ୍ୟ, ବାବର ଆଜମ (Babar Azam) ଏପର୍ଯ୍ୟନ୍ତ ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୯୬ଟି ODI ଏବଂ ୧୦୪ଟି ଟି-20 ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ବାବର ଆଜମ (Babar Azam) ୪୮.୬୩ ଏଭେରେଜରେ ୩୬୯୬ ରନ୍ ସଂଗ୍ରହ କରିଛନ୍ତି । ODI ରେ ବାବର ଆଜମ (Babar Azam) ୫୯.୨୯ ଏଭେରେଜରେ ୪୮୬୨ ରନ୍ କରିଛନ୍ତି । ଏଥିସହିତ ବାବର ଆଜମ ଟି-20ରେ ୪୧.୪୯ ଏଭେରେଜରେ ୩୪୮୫ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ବାବର ଆଜମ ମୋଟ ୨୯ ଶତକ ହାସଲ କରିଛନ୍ତି ।


ସେପଟେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୧୨୦୦୦ ରନ୍ କରିବାର ରେକର୍ଡ ପୂର୍ବତନ ୱେଷ୍ଟଇଣ୍ଡିଜ୍ ତାରକା ବ୍ୟାଟ୍ସମ୍ୟାନ୍ ଭିଭ ରିଚାର୍ଡସଙ୍କ ନାମରେ ରହିଛି । ଭିଭ ରିଚାର୍ଡସ ୨୫୫ ଇନିଂସରେ ୧୨୦୦୦ ରନର ମାର୍କ ଅତିକ୍ରମ କରିଥିଲେ । ଏଥି ସହିତ ହାସିମ ଆମଲା ୨୬୪ ଇନିଂସରେ ୧୨୦୦୦ ରନ ସ୍କୋର କରିଛନ୍ତି । ଏହା ପରେ ଷ୍ଟିଭ୍ ସ୍ମିଥ୍ ୨୬୯ ଇନିଂସ ଓ ଜୋ ରୁଟ୍ ୨୭୫ ଇନିଂସରେ ଏହି କାରନାମା କରିଛନ୍ତି ।