PCB Chairman Najam Sethi: ପାକିସ୍ତାନ ସୁପର ଲିଗ ମୁକାବିଲାର ଅଷ୍ଟମ ସଂସ୍କରଣ ଶନିବାର ଶେଷ ହୋଇଥିଲା। ଲଗାତାର ଦ୍ୱିତୀୟ ଥର ପାଇଁ ଲାହୋର କଲନ୍ଦର୍ସ ପିଏସଏସ ଲିଗ୍ ଟାଇଟଲ୍ ହାତେଇଛି। ଶାହିନ୍ ଆଫ୍ରିଦିଙ୍କ ଅଧିନାୟକତ୍ୱରେ ଲାହୋର ମହମ୍ମଦ ରିଜୱାନଙ୍କ ମୁଲତାନ ସୁଲତାନ ଦଳଙ୍କୁ ଗୋଟିଏ ରନ୍ ବ୍ୟବଧାନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କଲନ୍ଦର୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲେ। ଅବଦୁଲ୍ଲା ଶାଫିକ୍ ୪୦ ବଲ ଖେଳି ୬୫ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ଲାହୋର କଲନ୍ଦର୍ସ ଅଧିନାୟକ ଶାହିନ୍ ଆଫ୍ରିଦି ୧୫ ବଲ ଖେଳି ଅପରାଜିତ ୪୪ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଲାହୋର କଲନ୍ଦର୍ସ ପ୍ରତିଦ୍ୱନ୍ଦ୍ୱୀ ମୁଲତାନ ସୁଲତାନ୍ସ ଦଳକୁ ୧୯୯/୮ ସ୍କୋର ମଧ୍ୟରେ ସୀମିତ ରଖି ଦେଇଥିଲା। ପାକିସ୍ତାନ ସୁପର ଲିଗ୍ ଶେଷ ହେବା ପରେ ବର୍ତ୍ତମାନ କ୍ରିକେଟ ପ୍ରଶଂସକ ଆଇପିଏଲ ୧୬ ତମ ସଂସ୍କରଣକୁ ଅପେକ୍ଷା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କ୍ରିକେଟ ଦୁନିଆରେ (Cricket World) ବଡ଼ ଧରଣର ଜବରଦସ୍ତ ପ୍ରଶଂସକ ଏବଂ ରୋମାଞ୍ଚକର ମ୍ୟାଚ୍ ହେତୁ ଇଣ୍ଡିଆନ ପ୍ରମିୟର ଲିଗ (Indian Premier League) ଆଇପିଏଲ୍ (IPL) ଦୁନିଆର ସବୁଠାରୁ ଧନୀ ଏବଂ ସବୁଠାରୁ ଲୋକପ୍ରିୟ ଟି-୨୦ ଲିଗ୍ (T0-20 League) ଭାବରେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ (Pakistan Cricket Board) ମୁଖ୍ୟ ନଜାମ ସେଠୀ (Najam Sethi) ଉଭୟ କ୍ରିକେଟ ଲିଗ୍ (T20 Format Cricket League) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ମତ ଦେଇଛନ୍ତି ଏବଂ ଡିଜିଟାଲ୍ ରେଟିଂ (T20 Cricket League Digital Rating) ଦୃଷ୍ଟିରୁ ଆଇପିଏଲ୍ ଅପେକ୍ଷା ପାକିସ୍ତାନ ସୁପର ଲିଗ () ପିଏସଏଲ (Pakistan Super League) ଏକ ବଡ଼ ସଫଳତା ବୋଲି କହିଛନ୍ତି। 


ପିଏସଏଲ ଫାଇନାଲ ପୂର୍ବରୁ ଫାଇନାଲ ପୂର୍ବରୁ ନଜାମ ସେଠୀ କହିଥିଲେ ଯେ, ଚାଲ ଡିଜିଟାଲ ରେଟିଂ ବିଷୟରେ ଆଲୋଚନା କରିବା। ପିଏସଏଲ କେବଳ ଅଧା ବାଟରେ ରହିଥିଲା। ମୁଁ ଆମର ଡିଜିଟାଲ୍ ରେଟିଂ ବିଷୟରେ ପଚାରିଲି। ନାଜାମ ସେଠୀ ଶୋ’ କାର୍ଯ୍ୟକ୍ରମ ଟିଭି ଦୁନିଆରେ ୦.୫ ରେଟିଂ ପାଇଥିବା ବେଳେ, ପିଏସଏଲ ରେଟିଂ ୧୧ କିମ୍ବା ଏହା ଠାରୁ ଅଧିକ ରହିଛି। ଯେତେବେଳେ ପିଏସଏଲ ଲିଗ ସମାପ୍ତ ହେବ, ସେତେବେଳେ ଏହାର ରେଟିଂ ୧୮ କିମ୍ବା ୨୦ ରହିବ।


ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ କହିଛନ୍ତି ଯେ, ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ୱ ଲୋକ ଡିଜିଟାଲ୍ ମାଧ୍ୟମରେ ପିଏସଏଲ ମ୍ୟାଚ ଦେଖିଛନ୍ତି। ଏହା କୋଣସି ଛୋଟ କଥା ନୁହେଁ। ଏହା ସହିତ ଆଇପିଏଲ ଡିଜିଟାଲ ରେଟିଂ ୧୩ କୋଟି ରହିଥିବା ବେଳେ, ପିଏସଏଲ ରେଟିଂ ୧୫ କୋଟିରୁ ଅଧିକ ରହିଥିଲା। ଏହା ପାକିସ୍ତାନ ପାଇଁ ଏକ ବଡ ସଫଳତା। ଆଇପିଏଲ ବିଷୟରେ କହିବାକୁ ଗଲେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ (Narendra Modi Stadium Ahmedabad) ଠାରେ ଗତ ଥରର ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ (Gujarat Titans) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ମଧ୍ୟରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଲିଗ ମୁକାବିଲାର ପ୍ରଥମ ମ୍ୟାଚ୍ ଖେଳାଯିବ।