PCB Chariman:  ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ପାକିସ୍ତାନ କ୍ରିକେଟ ବୋର୍ଡ (Pakistan Cricket Board) ଚେୟାରମ୍ୟାନ (Chairman) ପଦରୁ ବିଦା ହୋଇଛନ୍ତି ରମିଜ ରାଜା (Ramiz Raja)। ତାଙ୍କ ସ୍ଥାନରେ ନଜମ ସେଠୀଙ୍କୁ (Najam Sethi) ସ୍ଥାନ ମିଳିଛି। ପାକିସ୍ତାନରେ (Pakistan) ନୂଆ ସରକାର ଆସିବା ପରଠାରୁ ରାମିଜଙ୍କୁ (Ramiz Raja) ହଟାଇବା ନେଇ ଦାବି ଜୋର ଧରିଥିଲା। କିନ୍ତୁ ବିଗତ କିଛି ଦିନ ଧରି ବିସିସିଆଇ (BCCI) ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ବିବାଦରେ ଫସିଯାଇଥିଲେ ରାମିଜ ରାଜା (Ramiz Raja)। ଏସିଆ କପକୁ (Asia Cup) ନେଇ ସେ ବିସିସିଆଇ (BCCI) ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ଏସିଆ କପ (Asia Cup) ଏକ ନ୍ୟୁଟ୍ରାଲ (Neutral Venue) ସ୍ଥାନରେ କରିବାକୁ ବିସିସିଆଇ ଦାବି ଉଠାଇଥିଲା। କାହିଁକି ନାଁ ଏହି କପ ଖେଳିବାକୁ ପାକିସ୍ତାନ (Pakistan) ଗସ୍ତରେ ଯିବ ନାହିଁ ଭାରତ (India) ବୋଲି ବିସିସିଆଇ (BCCI) କହିଥିଲା। ତେବେ ଏହାକୁ ନେଇ ରମିଜ ରାଜା କଡ଼ା ଟିପ୍ପଣୀ ଦେଇ କହିଥିଲେ କି ଯଦି ଭାରତୀୟ ଦଳ ଏସିଆ ଟିମ ଖେଳିବାକୁ ଆସିବ ନାହିଁ ତେବେ ଆମେ ବିଶ୍ୱକପ ଖେଳିବାକୁ ଭାରତ ଯିବୁ ନାହିଁ। ଏଠାରେ କହି ରଖୁ କି ଏସିଆ କପ ପରେ ବିଶ୍ୱକପ ଆସନ୍ତା ଅକ୍ଟୋବର ମାସରେ ଖେଳାଯିବ। 


COMMERCIAL BREAK
SCROLL TO CONTINUE READING

ଜିଓ ନ୍ୟୁଜ ଖବର ମୁତାବକ ପ୍ରଧାନମନ୍ତ୍ରା ଶାହବାଜ ସରିଫ ନଜମ ସେଠିଙ୍କୁ ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ସେ ୪ଟି ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି। ଏଥିରେ କ୍ରିକେଟ ବୋର୍ଡର ୨୦୧୯ ସମ୍ବିଧାନକୁ ଶେଷ କରିବାକୁ ଅଧିସୂଚନା ଜାରି କରିଛନ୍ତି। ଏହା ବ୍ୟତୀତ ଏକାଧିକ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହା ବ୍ୟତୀତ ବୋର୍ଡକୁ ସଠିକ ଢଙ୍ଗରେ କାର୍ଯ୍ୟକ୍ଷମ କରିବାରେ ଏକ ନୂଆ ସେଟଅପ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। 


ନଜମ ସେଠୀ ପେଶାରେ ସାମ୍ବାଦିକ
ନଜମ ସେଠୀ ପାକିସ୍ତାନର ଜଣାଶୁଣା ସାମ୍ବାଦିକ ଭାବେ ଗଣା ହୋଇତାନ୍ତି। କେବଳ ଏତିକି ନୁହେଁ, ସେ ଜଣେ ବ୍ୟବସାୟୀ ମଧ୍ୟ ରହିସାରିଛନ୍ତି। ୧୯୯୯ ମସିହାରେ ଏକ ରିପୋର୍ଟ ପାଇଁ ଶରିଫ ସରକାର ତାଙ୍କୁ ମାସାଧିକାଳ ଜେଲ ମଧ୍ୟରେ ବନ୍ଦୀ କରି ରଖିଥିଲେ। ଏକାଧିକ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କଡ଼ା ଟିପ୍ପଣୀ ପ୍ରଦାନ କରିସାରିଛନ୍ତି।ଏଠାରେ କହି ରଖୁ କି ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏକ ବଡ଼ ଭୂମିକା ରହିଥାଏ। ଇମରାନ ଖାନଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସମୟରେ ପାକିସ୍ତାନର ଛବି ଧିରେଧିରେ ମଳିନ ପଡ଼ିବାରେ ଲାଗିଛି। ଟିମକୁ ଘରୋଇ ମାଟିରେ ଇଂଲଣ୍ଡ ଠାରୁ ୩ଟିକିଆ ଟେଷ୍ଟ ସିରିଜରେ ହାରିବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ନୂଆ ଚେୟାରମ୍ୟାନ ଆସିବା ପରେ ଦଳରେ କଣ ପରିବର୍ତ୍ତନ ହେଉଛି ତାହା ଦେଖିବାକୁ ବାକି ରହିଥିଲା। 


Also Read: BCCI ବୈଠକରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି, ଟିମ ଇଣ୍ଡିଆକୁ ମିଳିପାରେ ନୂଆ କ୍ୟାପଟେନ