Pakistan vs Netherlands Full Match Highlights: ମାରାତ୍ମକ ବୋଲିଂ ଓ ଅଲରାଉଣ୍ଡର ବାସ୍ ଡି ଲିଡେଙ୍କ ଉତ୍କୃଷ୍ଟ ବ୍ୟାଟିଂ ସତ୍ତ୍ୱେ, ପାକିସ୍ତାନ ବିପକ୍ଷ ୨୦୨୩ ଦିନିକିଆ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ପ୍ରଥମେ ବ୍ୟାଟିଂ କରିବା ପରେ ପାକିସ୍ତାନ ୨୮୬ ରନ୍ ସଂଗ୍ରହ କରିଥିଲା ଓ ପରେ ବୋଲରମାନେ ସଠିକ୍ ଲାଇନ୍ ଓ ଲେନ୍ଥରେ ବୋଲିଂ କରି ୮୧ ରନରେ ଦଳକୁ ବିଜୟ ପ୍ରଦାନ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମହମ୍ମଦ ରିଜୱାନ (୬୮) ଓ ସାଉଦ ଶକିଲ (୬୮) ଙ୍କ ଅର୍ଦ୍ଧଶତକୀୟ ଇନିଂଲ ବଳରେ ୨୮୬ ରନ୍ ସ୍କୋର କରିଥିଲା । ଏହାର ଜବାବରେ ନେଦରଲ୍ୟାଣ୍ଡ ଦଳ ୪୧ ଓଭରରେ ମାତ୍ର ୨୦୫ ରନ୍ ସଂଗ୍ରହ କରି ଅଲ ଆଉଟ ହୋଇଯାଇଥିଲା । ନେଦରଲ୍ୟାଣ୍ଡ ପାଇଁ ଭଲ ବୋଲିଂ ଚାରିଟି ୱିକେଟ୍ ନେଇଥିବା ବାସ୍ ଡି ଲିଡେ ୬୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ମଧ୍ୟ ସେ ତାଙ୍କ ଦଳକୁ ବିଜୟୀ କରି ପାରିନଥିଲେ । ତାଙ୍କ ବ୍ୟତୀତ ଓପନର୍ ବିକ୍ରମଜିତ୍ ସିଂ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।


ଅର୍ଦ୍ଧଶତକ ହାସଲ କରିଥିଲେ ବିକ୍ରମଜିତ୍ ଓ ଡି ଲିଡେ 
ପାକିସ୍ତାନର ୨୮୭ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ନେଦରଲ୍ୟାଣ୍ଡର ଭଲ ଆରମ୍ଭ କରିପାରି ନ ଥିଲା । ମାତ୍ର ପାଞ୍ଚ ରନ୍ ସ୍କୋରରେ ଦଳର ଓପନର୍ ମ୍ୟାକ୍ସ ଓଡଡ ଆଉଟ୍ ହୋଇଥିଲେ । ଏହା ପରେ କଲିନ୍ ଆକ୍କର୍ମନ୍ ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ । ଆକ୍କର୍ମନ୍ ସଂପୂର୍ଣ୍ଣ ସେଟ୍ ହୋଇଥିଲେ ମଧ୍ୟ ଇଫ୍ତିଖାରଙ୍କ ବଲରେ ଏକ ସୁଇପ୍ ଖେଳିବାକୁ ଚେଷ୍ଟା କରି ବୋଲ୍ଡ ହୋଇଥିଲେ । ସେ ତିନି ଚୌକା ସହାୟତାରେ ୨୧ ବଲରେ ୧୭ ରନ୍ ସଂଗ୍ରହ କରିଥିଲେ ।


ଏହା ପରେ ବିକ୍ରମଜିତ୍ ସିଂ ଓ ବାସ୍ ଡି ଲିଡେ ଦଳକୁ ଆଗକୁ ନେଇଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୭୦ ରନର ଭାଗିଦାରୀ କରିଥିଲେ । ୬୭ ବଲରେ ୫୨ ରନ୍ ସ୍କୋର କରିବା ପରେ ବିକ୍ରମଜିତ୍ ଆଉଟ୍ ହୋଇଥିଲେ । ସେ ୪ ଚୌକା ଓ ଗୋଟିଏ ଛକା ମାରିଥିଲେ । ଶଦାବ ଖାନ ବିକ୍ରମଙ୍କୁ ପାଭିଲିୟନକୁ ପଠାଇଲେ । ଏହା ପରେ ନେଦରଲ୍ୟାଣ୍ଡ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଲା । ଶେଷରେ ଦଳ ଏହି ମ୍ୟାଚକୁ ୮୧ ରନରେ ହାରି ଯାଇଥିଲା ।