India vs Spain Bronze Medal Match: ପ୍ୟାରିସ୍ ଅଲିମ୍ପିକ୍ସର ହକି ବ୍ରୋଞ୍ଜ ପଦକ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯାଇଥିଲା। ଭାରତ ଏହି ମ୍ୟାଚକୁ ୨-୧ ରେ ଜିତି ବ୍ରୋଞ୍ଜ ପଦକ ହାସଲ କରିଛି। ଦୀର୍ଘ ସମୟ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ ଗେମ୍ସରେ ପଦକ ଜିତିଛି। ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିଥିଲା। କ୍ୟାପଟେନ ହରମାନପ୍ରୀତ ସିଂ ଉଭୟ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଦୁଇଟି ଗୋଲ୍ ସ୍କୋର କରିଥିଲେ।


COMMERCIAL BREAK
SCROLL TO CONTINUE READING

ଭାରତୀୟ ହକି ଦଳ ଇତିହାସରେ ଏହା ଦ୍ୱିତୀୟ ଥର ପାଇଁ ହୋଇଛି ଯେତେବେଳେ କି ଭାରତ କ୍ରମାଗତ ଦୁଇଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି। ଏହାପୂର୍ବରୁ ଭାରତ ୧୯୬୮ ଓ ୧୯୭୨ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲା।


ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଏକ ସମୟରେ ୦-୧ ଗୋଲରେ ପଛରେ ରହିଥିଲା। କିନ୍ତୁ ଟିମ୍ ଇଣ୍ଡିଆ ଚତ୍ମକାର ପ୍ରତ୍ୟାବର୍ତ୍ତନ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ହରମାନପ୍ରୀତ ସିଂ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ଏହା ପରେ ଟିମ୍ ଇଣ୍ଡିଆ ଆଉ ଏକ ଗୋଲ୍ ସ୍କୋର କରି ସ୍କୋରକୁ ୨-୧ରେ ପରିଣତ କରିଥିଲା। ଏହି ସ୍କୋର ଲାଇନ ସମଗ୍ର ମ୍ୟାଚରେ ରହିଲା ଓ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଜିତି ନେଇଥିଲା।



ସ୍ପେନ୍ ବିପକ୍ଷ ମ୍ୟାଚ୍ ଗୋଲକିପର ଶ୍ରୀଜେଶଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା । ଏହି ମ୍ୟାଚରେ ପିଆର୍ ଶ୍ରୀଜେଶ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ସ୍ପେନୀୟ ଖେଳାଳିଙ୍କୁ ଗୋଲପୋଷ୍ଟର ନିକଟତର ହେବାକୁ ମଧ୍ୟ ଦେଇନଥିଲେ। ସ୍ପେନର ଖେଳାଳିମାନେ ୯ ଥର ଗୋଲ୍ ସ୍କୋର କରିବାକୁ ଚେଷ୍ଟା କରିଥିଲେ, ମାତ୍ର ଥରେ ମଧ୍ୟ ସ୍କୋର କରିପାରି ନଥିଲେ। ଏହି ବିଜୟ ସହିତ ପିଆର୍ ଶ୍ରୀଜେଶ ତାଙ୍କ କ୍ୟାରିୟରକୁ ଏକ ସ୍ମରଣୀୟ ଭାବରେ ସମାପ୍ତ କରିଛନ୍ତି।


Also Read: Rohit Sharma: ଟିମ୍ ଇଣ୍ଡିଆର ଅନେକ ଖେଳାଳିଙ୍କୁ ଦଳରୁ ବାଦ୍ ଦେବାକୁ ଯାଉଛନ୍ତି ରୋହିତ ଶର୍ମା!