IPL 2024 ନିଲାମରେ ଇତିହାସ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିବା ସମସ୍ତ ନିଲାମର ରେକର୍ଡ ଭାଙ୍ଗିଯାଇଛି । ଆଇପିଏଲର ଦ୍ୱତୀୟ ବଡ଼ ବିଡ୍ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କ (Pat Cummins) ପାଇଁ କରାଯାଇଛି । ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କମିନ୍ସଙ୍କୁ ନିଜ ଦଳର ସାମିଲ କରିଛି । ସାମ କରନଙ୍କ ରେକର୍ଡକୁ କମିନ୍ସ ଭାଙ୍ଗିଛନ୍ତି, ଯିଏ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ପ୍ରଥମ ସ୍ଥାନରେ ଷ୍ଟ୍ରାକ ଅଛନ୍ତି ।


COMMERCIAL BREAK
SCROLL TO CONTINUE READING

ସନରାଇଜର୍ସ ହାଇଦ୍ରାବାଦ ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ କମିନ୍ସ ପାଇଁ ବିଡ୍ କରୁଥିଲା । କିନ୍ତୁ ଶେଷରେ ଆଇପିଏଲର ଦ୍ୱତୀୟ ଦାମୀ ଖେଳାଳି କିଣିବାର ରେକର୍ଡ ସୃଷ୍ଟି କରି ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ କିଣିବାରେ ସଫଳ ହୋଇଥିଲା । ନିକଟରେ ଭାରତୀୟ ମାଟିରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍‌ରେ ପ୍ୟାଟ୍ କମିନ୍ସ ନିଜ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆକୁ ଟାଇଟଲ୍ ଜିତାଇଥିଲେ । କମିନ୍ସଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା । ତାଙ୍କ ଉପରେ ପ୍ରଥମ ବିଡ୍ ଚେନ୍ନାଇ ଦଳ କରିଥିଲା, କିନ୍ତୁ ୭.୬୦ କୋଟି ଟଙ୍କା ପରେ ଚେନ୍ନାଇ ଦଳ ଆଗକୁ ବଢ଼ିନଥିଲା ।


ଚେନ୍ନାଇ ସୁପର କିଙ୍ଗସ୍ ଶାର୍ଦ୍ଦୁଲ ଓ ରଚିନଙ୍କୁ ନିଜ ଦଳରେ ସାମିଲ କରିଛି
ଶାର୍ଦ୍ଦୁଲ ଠାକୁର ଓ ରଚିନ୍ ରବିନ୍ଦ୍ର ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସାମିଲ ହୋଇଛନ୍ତି । ୨୦୨୩ ଆଇପିଏଲରେ ଶାର୍ଦ୍ଦୁଲ କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ ଥିଲେ, କିନ୍ତୁ କେକେଆର ତାଙ୍କୁ ରିଲିଜ୍ କରିଥିଲା । ବର୍ତ୍ତମାନ ନିଲାମରେ ଚେନ୍ନାଇ ତାଙ୍କୁ ୪ କୋଟି ଟଙ୍କା ମୂଲ୍ୟ ଦେଇ ନିଜ ଦଳରେ ସାମିଲ କରିଛି । ଶାର୍ଦ୍ଦୁଲଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା । ଚେନ୍ନାଇ ତାଙ୍କୁ ବେସ୍ ମୂଲ୍ୟଠାରୁ ୨ ଗୁଣ ଅଧିକ ଅର୍ଥାତ୍ ୪ କୋଟି ଟଙ୍କା ଦେଇ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା ​​।


ଏହା ବ୍ୟତୀତ ୨୦୨୩ ବିଶ୍ୱକପରେ ଚତ୍ମକାର ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ରଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ଦଳରେ ଯୋଡିହୋଇଛନ୍ତି । ରଚିନଙ୍କୁ ଚେନ୍ନାଇ ଦଳ ୧.୮୦ କୋଟି ଟଙ୍କାରେ କିଣିଥିବାବେଳେ ତାଙ୍କର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା ।


ଆଇପିଏଲ୍ ଇତିହାସରେ ୫ ମହଙ୍ଗା ଖେଳାଳି 


  • ମିଚେଲ୍ ଷ୍ଟ୍ରାକ୍:  ୨୪.୭୫ କୋଟି (KKR)

  • ପ୍ୟାଟ୍ କମିନ୍ସ- ୨୦.୫୦ କୋଟି (SRH)

  • ସାମ୍ କରନ୍- ୧୮.୫୦ କୋଟି (PBKS)

  • କ୍ୟାମେରନ୍ ଗ୍ରୀନ୍- ୧୭.୫୦ କୋଟି (MI)

  • ବେନ୍ ଷ୍ଟୋକ୍ସ- ୧୬.୨୫ କୋଟି (CSK)

  • କ୍ରିସ୍ ମୋରିସ୍-୧୬.୨୫ କୋଟି (RR)