IND Vs AUS ଟେଷ୍ଟ ମ୍ୟାଚ୍ ଦେଖିବାକୁ ଯିବେ ପିଏମ ମୋଦି, ଏହି ବିଶେଷ ବ୍ୟକ୍ତିଙ୍କ ସହ ବସି ଉପଭୋଗ କରିବେ ମ୍ୟାଚ୍

India vs Australia Test Series 2023: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛି । ଭାରତ ସହ ଏହି ଦଳକୁ ଏକ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର ଅଛି । ଏହି ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମଧ୍ୟ ଷ୍ଟାଡିୟମରେ ପହଞ୍ଚିବେ ।

Thu, 02 Feb 2023-7:38 pm,
1/5

India vs Australia Test: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଚଳିତ ମାସରେ ଭାରତ ଗସ୍ତରେ ଅଛି । ଏହି ଦଳକୁ ୯ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଚାରି ମ୍ୟାଚ୍ ବିଶିଷ୍ଟ ବୋର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଓ ଏହି ମ୍ୟାଚ୍ ଦେଖିବା ପାଇଁ ଦୁଇଜଣ ସ୍ୱତନ୍ତ୍ର ଅତିଥି ଆସିବେ ।

2/5

୯ ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ଷ୍ଟଡ଼ିୟମରେ ପହଞ୍ଚିବେ । ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଏହାର ଏକ ରିପୋର୍ଟରେ ଏହି ସୂଚନା ଦେଇଛି ।

3/5

ଏହି ମ୍ୟାଚ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଯେବେଠୁ ଏହି ଷ୍ଟାଡିୟମର ନାମ ମୋଦିଙ୍କ ନାମରେ ନାମିତ ହୋଇଛି, ସେବେଠାରୁ ଏହା ପ୍ରଥମ ଥର ହେବ, ଯେତେବେଳେ ପିଏମ ମୋଦି ଏହି ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ।

4/5

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ନାଗପୁରରେ ଖେଳାଯିବ । ଏହା ପରେ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ହେବ । ହିମାଚଳ ପ୍ରଦେଶର ଧର୍ମଶାଳାରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆୟୋଜନ ହେବ ।

5/5

ଏହି ସିରିଜକୁ ଜିତି ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ଖେଳିବାର ଆଶା ରଖିଛି । ଯଦି ଭାରତ ଏହି ସିରିଜ ଜିତେ, ତେବେ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଏଥି ସହିତ ଭାରତରେ ଟେଷ୍ଟ ସିରିଜ ଜିତିବା ପାଇଁ ଅଷ୍ଟ୍ରେଲିଆ ଯଥାସମ୍ଭବ ଚେଷ୍ଟା କରିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link