ODI ରେ ଲାଗିଛି ସୂର୍ଯ୍ୟ`ଗ୍ରହଣ`, ୧୫ଟି ମ୍ୟାଚରେ ଅନ୍ଧାରର ଛାୟା, ପୁଣି ମିସ୍ କଲେ ଚମକିବାର ସୁଯୋଗ

ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଟି-୨୦ ଭଳି ଇନିଂସ ଦିନିକିଆ ଫର୍ମାଟରେ ଦେଖିବାକୁ ମିଳୁନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ସେ ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ।

Jagdish Barik Fri, 17 Mar 2023-11:12 pm,
1/5

Suryakumar Yadav ODI Performance: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହ ଦିନିକିଆ ସିରିଜ ଆରମ୍ଭ କରିଛି । ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳ ପାଞ୍ଚ ୱିକେଟ୍ ଜିତିଥିଲା । କିନ୍ତୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନମାନେ ଏହି ମ୍ୟାଚରେ ଫ୍ଲପ୍ ହୋଇଥିଲେ, ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସାମିଲ ଅଛନ୍ତି । ODI ଫର୍ମାଟରେ ସୂର୍ଯ୍ୟଙ୍କ ଫ୍ଲପ୍ ସୋ ମଧ୍ୟ ଏହି କ୍ରମରେ ଜାରି ରହିଛି ।

2/5

ଶ୍ରେୟାସ ଆୟରଙ୍କ ଆଘାତ ଯୋଗୁଁ ODI ପାଇଁ ସୂର୍ଯ୍ୟକୁମାରଙ୍କୁ ଚୟନ କରାଯାଇଥିଲା । ଯେତେବେଳେ ସୂର୍ଯ୍ୟ ପ୍ରଥମ ଦିନିକିଆରେ ବ୍ୟାଟିଂ କରିବାକୁ ଆସିଥିଲେ, ସେତବେଳେ ଦଳ ୧୪ ରନରେ ଦୁଇଟି ୱିକେଟ୍ ହରାଇଥିଲା । କୋହଲିଙ୍କ ଆଉଟ୍ ପରେ ସୂର୍ଯ୍ୟ କ୍ରିଜକୁ ଆସି ପ୍ରଥମ ବଲରେ LBW ଆଉଟ୍ ହୋଇଥିଲେ । ସୂର୍ଯ୍ୟ ଗୋଟିଏ ବଲକୁ ମଧ୍ୟ ସାମ୍ନା କରି ପାରିନଥିଲେ ଓ ଖାତା ନ ଖୋଲି ପ୍ୟାଭିଲେନକୁ ଫେରିଯାଇଥିଲେ ।

3/5

ODI ରେ ଡେବ୍ୟୁ କରିବା ପରେ ସୂର୍ଯ୍ୟ କିଛି ଭଲ ଇନିଂସ ଖେଳିଥିଲେ କିନ୍ତୁ ତା’ପରେ ତାଙ୍କ ଖରାପ ଫର୍ମ ଲାଗିରହିଛି । ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ଏହି ଫର୍ମାଟରେ କିଛି ବିଶେଷ କରିପାରି ନାହାଁନ୍ତି । ସେ ହାରାହାରି ୨୭.୦୬ ରେ ୨୧ଟି ମ୍ୟାଚର ୧୯ଟି ଇନିଂସରେ ୪୩୩ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ କେବଳ ଦୁଇ ଅର୍ଦ୍ଧଶତକ ବାହାରିଛି ।

4/5

ସୂର୍ଯ୍ୟଙ୍କ ଶେଷ ୧୧ଟି ଇନିଂସ ବିଷୟରେ କଥାବାର୍ତ୍ତା କଲେ, ସେ କେବଳ ଚାରିଥର ଦୁଇ ଅଙ୍କ ଛୁଇଁ ପାରିଛନ୍ତି । ଏଥି ସହିତ ଶେଷ ୧୫ଟି ଇନିଂସରେ କୌଣସି ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ବାହାରି ନାହିଁ । ଟି-୨୦ ରେ ତାଙ୍କର ଫର୍ମ ବିପରୀତ ଅଟେ । ଗତ ବର୍ଷ ସେ ଏହି ଫର୍ମାଟରେ ସର୍ବାଧିକ ରନ୍ ସ୍କୋରର୍ ଥିଲେ ।

5/5

ସୂର୍ଯ୍ୟଙ୍କୁ ଯଦି ଦିନିକିଆ ଫର୍ମାଟରେ ନିଜ ସ୍ଥାନ ପକ୍କା କରିବାକୁ ପଡିବ, ତେବେ ତାଙ୍କୁ ବଡ଼ ଇନିଂସ ଖେଳିବାକୁ ପଡିବ । ଯେତେବେଳେବି ସୁଯୋଗ ମିଳିବ, ସେତେବେଳେ ତାଙ୍କୁ ନିଜକୁ ପ୍ରମାଣ କରିବାକୁ ପଡିବ । ଶ୍ରେୟସ୍ ଆୟର ଫିଟ୍ ନହେବା ପର୍ଯ୍ୟନ୍ତ ସୁର୍ଯ୍ୟ ଏହି ଫର୍ମାଟରେ ଖେଳିବାର ସୁଯୋଗ ପାଇପାରନ୍ତି । ଯଦିଓ, ତାଙ୍କର ବର୍ତ୍ତମାନ ଫର୍ମକୁ ଦେଖିଲେ ଏହାର ସମ୍ଭାବନା କମ୍ ମନେହୁଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link