ଜୋହାନ୍ସବର୍ଗ: ଭାରତୀୟ ଦଳର (Team India) ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ବରିଷ୍ଠ ଖେଳାଳି ଚେତେଶ୍ୱର ପୂଜାରା (Cheteshwar Pujara) ଏବଂ ଅଜିଙ୍କ୍ୟ ରାହାଣେଙ୍କୁ (Ajinkya Rahane) ଯଥାସମ୍ଭବ ଦଳରେ ରଖିବାକୁ ଚାହାଁନ୍ତି, ଯଦିଓ ଏହି କାରଣରୁ ହନୁମା ବିହାରୀ ( Hanuma vihari) ଏବଂ ଶ୍ରେୟସ୍ ଆୟରଙ୍କ (Shreyas iyer) ଭଳି ବ୍ୟାଟ୍ସମ୍ୟାନ୍ ଟିମ ଇଣ୍ଡିଆର ନିୟମିତ ସଦସ୍ୟ ହେବାରୁ ବଞ୍ଚିତ ହେଉଛନ୍ତି । ଏମାନଙ୍କୁ ପ୍ଲେଇଂ ଇଲେଭେନର ସ୍ଥାନ ପାଇବାକୁ ବର୍ତ୍ତମାନ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିବ । 


COMMERCIAL BREAK
SCROLL TO CONTINUE READING

ନିଜର ଧର୍ଯ୍ୟପୂର୍ଣ୍ଣ ଏବଂ ଦୃଢ଼ ବ୍ୟାଟିଂ ଯୋଗୁଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ହନୁମା ବିହାରୀ ଘରୋଇ ମାଟିରେ ହୋଇଥିବା ୧୩ ଟି ଟେଷ୍ଟ ମ୍ୟାଚରୁ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କ୍ୟାପଟେନ ବିରାଟ କୋହଲି ନିଜ ପିଠିରେ ଯନ୍ତ୍ରଣା ଏବଂ ଶ୍ରେୟସ ଆୟରଙ୍କ ପେଟ ବ୍ୟଥା ଯୋଗୁଁ ହନୁମା ପ୍ଲେଇଂ ଇଲେଭେନରେ ଏକ ସୁଯୋଗ ପାଇଥିଲେ ।


ଦ୍ୱିତୀୟ ଇନିଂସରେ ୪୦ ରନ୍ କରି ହନୁମା ବିହାରୀ ଦଳରେ ନିଜର ଦବଦବା ଜାହିର କରିଥିଲେ । ବିହାରୀଙ୍କୁ ପ୍ରଶଂସା କରି ରାହୁଲ ଦ୍ରାବିଡ କହିଛନ୍ତି, "ସର୍ବପ୍ରଥମେ ମୁଁ କହିବାକୁ ଚାହେଁ ଯେ ବିହାରୀ ଉଭୟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ଇନିଂସରେ ଭାଗ୍ୟ ତାଙ୍କ ସହ ସାଥ ଦେଇ ନଥିଲା ଏବଂ ପ୍ରକୃତରେ ତାଙ୍କର ଏକ ଭଲ କ୍ୟାଚ୍ ନିଆଯାଇଥିଲା । ଦ୍ୱିତୀୟ ଇନିଂସରେ ସେ ବହୁତ ଭଲ ବ୍ୟାଟିଂ କରି ଦଳର ମନୋବଳ ବୃଦ୍ଧି କରିଥିଲେ ।"



ସେ ଅନ୍ୟ ଏକ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଦ୍ରାବିଡ଼ କହିଛନ୍ତି, "ଶ୍ରେୟସ୍ ଦୁଇ କିମ୍ବା ତିନି ମ୍ୟାଚ୍ ପୂର୍ବରୁ ଏହା କରିଥିଲେ । ଯେତେବେଳେ ସେମାନେ ସୁଯୋଗ ପାଉଛନ୍ତି ସେମାନେ ଭଲ କାମ କରୁଛନ୍ତି ଏବଂ ଆଶା କରୁଛି ସେମାନଙ୍କର ସମୟ ଆସିବ ।” କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାଙ୍କୁ ରାହାଣେ କିମ୍ବା ପୂଜାରା ଉପରେ ଅଗ୍ରାଧିକାର ଦିଆଯିବ, କାରଣ କୋହଲି ପରବର୍ତ୍ତୀ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବେ । ଏହି ପ୍ରସଙ୍ଗରେ ଦ୍ରାବିଡଙ୍କ ମତ ସ୍ପଷ୍ଟ ହୋଇଛି । 



ସେ କହିଛନ୍ତି, “ଯଦି ଆପଣ ଆମର କିଛି ଖେଳାଳିଙ୍କୁ ଦେଖନ୍ତି, ଯେଉଁମାନେ ବର୍ତ୍ତମାନ ସିନିୟର ଖେଳାଳି ଅଟନ୍ତି କିମ୍ବା ସେମାନଙ୍କୁ ସିନିୟର ଖେଳାଳି ଭାବେ ବିବେଚନା କରାଯାଏ, ସେମାନଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ସେମାନେ ନିଜ କ୍ୟାରିୟରର ପ୍ରାରମ୍ଭରେ ବହୁତ ରନ୍ ସ୍କୋର କରିଥିଲେ । ରାହୁଲ ଦ୍ରାବିଡ କହିଛନ୍ତି, ସେଥିପାଇଁ ଏହା ଘଟେ (ଅପେକ୍ଷା) ଏବଂ ତାହା ହେଉଛି ଖେଳର ପ୍ରକୃତି । ଏହି ମ୍ୟାଚରେ ବିହାରୀ ଯେପରି ବ୍ୟାଟିଂ କରିଥିଲେ ତାହା ତାଙ୍କ ଆତ୍ମବିଶ୍ୱାସ ବଢ଼ାଇବ ଏବଂ ଏହା ଦଳର ମନୋବଳକୁ ମଧ୍ୟ ବଢ଼ାଇବ ।


ଏହା ବି ପଢ଼ନ୍ତୁ: ଋଷଭ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର; କହିଲେ-'ରାହୁଲ ଦ୍ରାବିଡ ମଧ୍ୟ...'


ଏହା ବି ପଢ଼ନ୍ତୁ: କପଡ଼ା ମାସ୍କ ପିନ୍ଧୁଥିଲେ ମଧ୍ୟ ୧୫ ମିନିଟରେ ହୋଇଯିବେ ଓମିକ୍ରନ୍ ସଂକ୍ରମିତ!