ଋଷଭ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର; କହିଲେ-'ରାହୁଲ ଦ୍ରାବିଡ ମଧ୍ୟ...'
Advertisement

ଋଷଭ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର; କହିଲେ-'ରାହୁଲ ଦ୍ରାବିଡ ମଧ୍ୟ...'

IND vs SA 2nd Test: ଋଷଭ ପନ୍ତ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଆଉଟ୍ ହୋଇଥିଲେ, ସେତେବେଳେ ଭାରତ ସଂଘର୍ଷ କରୁଥିଲା । ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଆଉଟ୍ ହେବା ପରେ ସମସ୍ତ ଦାୟିତ୍ବ ପନ୍ତଙ୍କ ଉପରେ ଥିଲା କିନ୍ତୁ ସେ ଏକ ଦାୟିତ୍ବହୀନ ସଟ୍ ଖେଳି ଆଉଟ୍ ହୋଇ ଯାଇଥିଲେ ।

ଋଷଭ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର; କହିଲେ-'ରାହୁଲ ଦ୍ରାବିଡ ମଧ୍ୟ...'

ନୂଆଦିଲ୍ଲୀ: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) କିଛି ଦିନ ଧରି ବ୍ୟାଟ୍ ମାଧ୍ୟମରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେଉ ନାହାଁନ୍ତି । କ୍ରିକେଟ୍ ପ୍ରେମୀମାନେ ସୋସିଆଲ ମିଡିଆରେ ଏ ବିଷୟରେ ନିଜର ମତ ମଧ୍ୟ ରଖୁଛନ୍ତି । ବର୍ତ୍ତମାନ ପୂର୍ବତନ ଅଧିନାୟକ ତଥା ଜଣେ ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର (Sunil Gavaskar) କହିଛନ୍ତି ଯେ ଡ୍ରେସିଂ ରୁମରେ ପନ୍ତଙ୍କୁ ତାଗିଦ କରାଯିବା ଆବଶ୍ୟକ । ଗାଭାସ୍କର ଅନୁଭବ କରୁଛନ୍ତି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ  (Rahul Dravid) ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କୁ ଶୁଣାଇଥିବେ କାରଣ ସେ ଯେଉଁ ପ୍ରକାର ସଟ୍ ଖେଳି ଆଉଟ୍ ହୋଇଛନ୍ତି, ତାହା କ୍ରିକେଟ୍ ପ୍ରେମୀମାନଙ୍କୁ ମଧ୍ୟ ନିରାଶ କରିଛି ।

ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ (IND vs SA 2nd Test) ଋଷଭ ପନ୍ତ ମାତ୍ର ୩ ଟି ବଲ ଖେଳି ଖାତା ଖୋଲି ନପାରି ପାଭିଲିୟନକୁ ଫେରିଥିଲେ । ଏହି ମ୍ୟାଚର ପ୍ରଥମ ଇନିଂସରେ ମଧ୍ୟ ପନ୍ତ ମାତ୍ର ୧୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଋଷଭ ପନ୍ତ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଆଉଟ୍ ହୋଇଥିଲେ, ସେତେବେଳେ ଭାରତ ସଂଘର୍ଷ କରୁଥିଲା । ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଆଉଟ୍ ପରେ ସମସ୍ତ ଦାୟିତ୍ବ ପନ୍ତଙ୍କ ଉପରେ ଥିଲା କିନ୍ତୁ ସେ ଏକ ଦାୟିତ୍ବହୀନ ସଟ୍ ଖେଳି ଆଉଟ୍ ହୋଇ ଯାଇଥିଲେ ।

ସୁନୀଲ ଗାଭାସ୍କର କହିଛନ୍ତି ଯେ ପନ୍ତ ଅତୀତରେ ମଧ୍ୟ ଏହା କରିଛନ୍ତି । ଷ୍ଟାର ସ୍ପୋର୍ଟସର ଏକ ଆଲୋଚନାରେ ସେ କହିଛନ୍ତି ଯେ ଏହା ଏକ ଭଲ ପ୍ରଶ୍ନ । ଯଦି ଋଷଭ ପନ୍ତ ୩୦-୪୦ ରନ୍ ସ୍କୋର କରି ଏପରି କରିଥାନ୍ତେ, ତେବେ ଯାଇ ତାଙ୍କର ଏହି ସଟ୍ ବୁଝି ହୋଇଥାନ୍ତା । ଏହା ଏମିତି କିଛି ଯାହା ସେ ଅଷ୍ଟ୍ରେଲିଆରେ ମଧ୍ୟ କରିନାହାଁନ୍ତି । ସେଠାରେ ସେ ସଂଯମତା ଦେଖାଇଲେ । ଆରମ୍ଭରେ ଏକ କଷ୍ଟଦାୟକ ସମୟ ଆସିବ, ଯେତେବେଳେ ଆପଣ ବ୍ୟାଟିଂ କରି ଚାଲିବେ ଏବଂ କଠିନ ସମୟ ବ୍ୟାଟିଂ ସହିତ ଚାଲିଯିବ ଓ ଏହାପରେ ଆପଣ ସେଟ୍ ହୋଇଯିବେ, ସେତେବେଳେ ପିଚ୍ କିପରି ଅଛି ତାହା ଆପଣ ଭଲଭାବେ ଜାଣିପାରିବେ । ଏହା ପରେ ସେ ବଡ଼ ସଟ୍ ଖେଳିପାରିଥାନ୍ତେ । ଏହିପରି ସେ ଅଷ୍ଟ୍ରେଲିଆରେ ମଧ୍ୟ କରିଥିଲେ ।"

ସେ କହିଛନ୍ତି, 'ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭରେ ଆମେ ଏହା ଦେଖିଛୁ । ଯେତେବେଳେ ଇଂଲଣ୍ଡ ଦଳ ଭାରତକୁ ଆସିଲା, ସେତେବେଳେ ସେ ଜେମ୍ସ ଆଣ୍ଡରସନଙ୍କ ବଲରୁ ଭଲ ସଟ୍ ବାହାର କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହା ପରେ… ସେ ଅନୁଭବ କରନ୍ତି ଯେ ଏହା ଖେଳିବାର ଏକମାତ୍ର ଉପାୟ । ଏହା ଖେଳିବାର ଉପାୟ ନୁହେଁ ଏବଂ ମୁଁ ନିଶ୍ଚିତ ଯେ ରାହୁଲ ଦ୍ରାବିଡ ତାଙ୍କୁ ନିଶ୍ଚିତ ଭାବରେ ଡ୍ରେସିଂ ରୁମରେ ଶୁଣାଇଥିବେ ଯେପରି ସେ ଆଉଟ୍ ହୋଇ ଯାଇଥିଲେ ।"

ଏହା ବି ପଢ଼ନ୍ତୁ: PM ଙ୍କ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସର ହଲଚଲ, CM ଚନ୍ନିଙ୍କୁ ଏହି ନିର୍ଦ୍ଦେଶ ଦେଲେ ସୋନିଆ

ଏହା ବି ପଢ଼ନ୍ତୁ: ୭ଟି ପଏଣ୍ଟରେ ଜାଣନ୍ତୁ PM ଙ୍କ ଗସ୍ତ ସମୟରେ କିପରି ଥାଏ ସୁରକ୍ଷା ବ୍ୟବସ୍ଥା, କେମିତି ଚାଲିଥାଏ କନଭୟ