RCB vs LSG Match Result: ଚଳିତ ଆଇପିଏଲ ସଂସ୍କରଣର ୩୪ ତମ ମୁକାବିଲାରେ ବାଙ୍ଗାଲୋର ପାଖରୁ ପରାସ୍ତ ହୋଇଛି ଳକ୍ଷ୍ନୌ। ମେ ମେ ୧ ତାରିଖ ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରୁ ପରାଜୟ ବରଣ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଟସ୍ ଜିତିବା ପରେ ଆରସିବି ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଙ୍ଗାଲୋର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ଏହାର ପାଳି ଆରମ୍ଭରୁ ବିଫଳ ହୋଇଥିଲା। ଲକ୍ଷ୍ନୌ ଦଳ ୧୯.୫ ଓଭରରେ ୧୦୮ ରନ୍ ସଂଗ୍ରହ କରିଥିଲା।


COMMERCIAL BREAK
SCROLL TO CONTINUE READING

ଗୁରୁତ୍ୱପୂର୍ଣ୍ଣ ରନ୍ ଯୋଡିଥିଲେ ବିରାଟ କୋହଲି-ଫାଫ୍ ଡ୍ୟୁ ପ୍ଲେସିସ୍ 
ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୨୯ ରନ୍ ସଂଗ୍ରହ କରିଥିଲା। ଆରସିବି ପକ୍ଷରୁ ​​ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ଦଳ ପାଇଁ ଭଲ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ଲାଗି ୬୨ ରନ ସ୍କୋର କରିଥିଲେ। ବିରାଟ କୋହଲି ବ୍ୟକ୍ତିଗତ ଭାବଗରେ ୩୩ ରନ ସଂଗ୍ରହ କରି ରବି ବିଷ୍ଣୋୟୀଙ୍କ ବଲ୍ ରେ ଷ୍ଟମ୍ପ ଆଉଟ ହୋଇଯାଇଥିଲେ। ମଝିରେ ବର୍ଷା କାରଣରୁ କିଛି ସମୟ ପାଇଁ ଖେଳ ଅଟକି ରହିଥିଲା। ହେଲେ ତଥାପି ଏହା ପରେ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ିଆରେ ରହି ପାରିନଥିଲେ। ଅଧିନାୟକ ଫାଫ୍ ଡ୍ୟୁ ପ୍ଲେସିସ୍ ୪୪ ଏବଂ ଦୀନେଶ କାର୍ତ୍ତିକ ୧୬ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୁଉ ଅଙ୍କ ଛୁଇଁ ପାରିନଥିଲେ। ଲକ୍ଷ୍ନୌ ଦଳର ବୋଲର ଜବରଦସ୍ତ ବୋଲିଂ କରିଥିଲେ। ନବୀନ-ଉଲ-ହକ ସର୍ବାଧିକ ତିନୋଟି ୱିକେଟ୍ ହାସଲ କରିଥିଲେ। ରବି ବିଷ୍ଣୋୟୀ-ଅମିତ ମିଶ୍ର ପ୍ରତ୍ୟେକ ୨-୨ ଲେଖାଁଏ ୱିକେଟ୍ ଅକ୍ତିଆର କରିଥିବା, ବେଳେ କୃଷ୍ଣପ୍ପା ଗୋଥମ ଗୋଟିଏ ୱିକେଟ୍ ପାଇଥିଲେ।


ଆରମ୍ଭରୁ ଛିନଛତ୍ର ହୋଇଗଲା ଲକ୍ଷ୍ନୌ ବ୍ୟାଟିଂ ଇନିଂସ 
ଆରସିବି ପକ୍ଷରୁ ମିଳିଥିବା ୧୨୭ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ବ୍ୟାଟିଂ ଆରମ୍ଭରୁ ଛିନଛତ୍ର ହୋଇଯାଇଥିଲା। ଲକ୍ଷ୍ନୌ ଦଳର ଓପନର୍ କାଇଲ୍ ମେୟର୍ସ (୦) ଏବଂ ଆୟୁଷ ବାଡୋନୀ (୪) ରନ କରି ଶସ୍ତାରେ ପ୍ୟାଭିଲିୟନ ଫେରିଥିଲେ। ମାରାତ୍ମକ ବ୍ୟାଟ୍ସମ୍ୟାନ୍ କାଇଲ୍ ମେୟର ଖାତା ଖୋଲି ନ ପାରି ମହମ୍ମଦ ସିରାଜଙ୍କ ଦ୍ୱାରା ପାଭିଲିୟନ ଫେରିଯାଇଥିଲେ। ଏହା ପରେ ଦଳର ୱିକେଟ୍ ନିୟମିତ ବ୍ୟବଧାନରେ ପତ୍ତନ ହେବାରେ ଲାଗିଥିଲା। କୃଣାଳ ପାଣ୍ଡ୍ୟା ୧୪ ରନ୍ ସଂଗ୍ରହ କରିଥିଲେ। ମାର୍କସ ଷ୍ଟୋଇନିସ ୧୩ ରନ୍ କରି ଆଉଟ ହୋଇଯାଇଥିବା ବେଳେ, କୃଷ୍ଣପ୍ପା ଗୋଥମ୍ ୨୩ ରନ୍ ସ୍କୋର କରିଥିଲେ। ଅମିତ ମିଶ୍ର ୧୯ ରନ୍ କରି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ପ୍ରଥମ ପାଳିରେ ଆହତ ହୋଇଥିଲେ ମଧ୍ୟ ସେ ୧୧ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଅଧିନାୟକ ରାହୁଲ ତାଙ୍କ ଖାତା ମଧ୍ୟ ଖୋଲି ପାରିନଥିଲେ। ଆରସିବି ବୋଲର ଜବରଦସ୍ତ ବୋଲିଂ କରିଥିଲେ। ଦଳ ପାଇଁ କର୍ଣ ଶର୍ମା ଏବଂ ଜୋଶ ହାଜଲେଉଡ୍ ସର୍ବାଧିକ ଦୁଇଟି ଲେଖାଁଏ ୱିକେଟ୍ ନେଇଥିଲେ। ସେମାନଙ୍କ ବ୍ୟତୀତ ମହମ୍ମଦ ସିରାଜ, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ଗୋଟିଏ ଲେଖାଁଏ ୱିକେଟ୍ ହାତେଇଥିଲେ।