Rishabh Pant Health Update: ନୂଆଦିଲ୍ଲୀ: ଗତ ମାସରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ (Car Accident) ଭାରତୀୟ ଦଳର (Indian Team) ୱିକେଟ୍ କିପର (Wicket Keeper) ବ୍ୟାଟ୍ସମ୍ୟାନ୍ (Batsman) ଋଷଭ ପନ୍ତ (Rishabh Pant) ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଡେରାଡୁନର (Dehradun) ମ୍ୟାକ୍ସ ହସ୍ପିଟାଲରେ (Max Hospital) ଭର୍ତ୍ତି କରାଯାଇଥିଲାଏବଂ ପରେ ମୁମ୍ବାଇକୁ (Mumbai) ଏୟାର ଲିଫ୍ଟ (Air Lift) କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ମୁମ୍ବାଇର (Mumbai) କୋକିଲାବେନ୍ ହସ୍ପିଟାଲରେ (Kokilaben Hospital) ଭର୍ତ୍ତି କରାଯାଇଛି। ଋଷଭ ପନ୍ତଙ୍କ ସମ୍ବନ୍ଧରେ ଲଗାତାର ଭାବେ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିବା ନେଇ ଅପଡେଟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ତାଙ୍କ ପ୍ରଶଂସକଙ୍କ ପାଇଁ ଏବେ ଏକ ଖୁସିଖବର ସାମ୍ନାକୁ ଆସିଛି। ସଦ୍ୟ ପ୍ରକାଶିତ ହେଲଥ ବୁଲେଟିନ ଅନୁଯାୟୀ ଋଷଭଙ୍କୁ (Rishabh Pant) ଖୁବଶୀଘ୍ର ମୈଦାନରେ ଦେଖିବାକୁ ମିଳିବ। 


COMMERCIAL BREAK
SCROLL TO CONTINUE READING

ଡାକ୍ତରଙ୍କ ଦ୍ୱାରା ପ୍ରକାଶିତ ଅପଡେଟକୁ ଆଧାର କରି ବିସିସିଆଇ କହିଛି କି ଋଷଭଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ବେଗରେ ଉନ୍ନତି ଘଟୁଛି। ସେ ସୁସ୍ଥ ହେବାରେ ଲାଗିଛି। ବିସିସିଆଇ କହିଛି କି ଋଷଭ ପନ୍ତଙ୍କୁ ଡାକ୍ତର ପରାମର୍ଶ ଅନୁଯାୟୀ ତାଙ୍କୁ ଡାକ୍ତରଖାନାରୁ ବାହାର କରାଯିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ପନ୍ତଙ୍କୁ ଏକ ମାସ ମଧ୍ୟରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକ ହେବ। ଦ୍ୱିତୀୟ ଅସ୍ତ୍ରୋପଚାର କେବେ ହେବ ତାହା ଡାକ୍ତରଙ୍କ ଦ୍ୱାରା ସ୍ଥିର କରାଯିବ। ବିସିସିଆଇର ଡାକ୍ତରୀ ଦଳ ଡାକ୍ତର ଏବଂ ଡାକ୍ତରଖାନା ପରିଚାଳନା ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଆମେ ଆଶାବାଦୀ ସେ ଶୀଘ୍ର ସୁସ୍ଥ ହୋଇଯିବେ। 


ଏଠାରେ କହି ରଖୁ ଯେ ଡିସେମ୍ବର ୩୦ରେ ଋଷଭ ପନ୍ତଙ୍କ କାର ଯୋଗେ ଦିଲ୍ଲୀରୁ ଦେହରାଡୁନରେ ଥିବା ତାଙ୍କ ଘରକୁ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହା ପରେ ଅନେକ ଗୁରୁତର ଆହତ ହେତୁ ପନ୍ତଙ୍କୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ସେଠାରୁ ବିମାନ ଉଡ଼ାଣ କରାଯାଇ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେବେଠାରୁ ସେ ଏଠାରେ ଚିକିତ୍ସିତ ହେଉଛନ୍ତି ଏବଂ ଡାକ୍ତର କହିଛନ୍ତି ଯେ କ୍ରିକେଟର ଶୀଘ୍ର ସୁସ୍ଥ ଅଛନ୍ତି।


Also Read: ପିଚକୁ ନେଇ ମହାଭାରତ, ବଳି ପଡ଼ିଗଲେ ଏହି ଅଧିକାରୀ


ହସପିଟାଲ ପକ୍ଷରୁ ବିସିସିଆଇକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣାର ଗୁରୁତର ପ୍ରଭାବ ପନ୍ତଙ୍କ ଶରୀର ଉପରେ ପଡ଼ିଥିଲା। ତାଙ୍କ ଆଣ୍ଠୁର ୩ଟି ଲିଗାମେଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ନେଇ ଡାକ୍ତର ସୂଚନା ପ୍ରଦାନ କରିଥିଲେ। ଏହା ମଧ୍ୟରୁ ଦୁଇଟିର ଅପରେସନ ନିକଟରେ କରାଯାଇଥିଲା ଓ ଆଉ ଏକ ଲିଗାମେଣ୍ଟର ଅପରେସନ ନିକଟ ଭବିଷ୍ୟତରେ କରାଯିବ। ଏହି ମେଡିକାଲ ରିପୋର୍ଟରେ କୁହାଯାଇଛି ଯେ ପନ୍ତ ଅତିକମରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଏହାର ସିଧାସଳଖ ଅର୍ଥ ହେଉଛି ସେ ଅଷ୍ଟ୍ରେଲିଆ ଗସ୍ତ ଓ ଆଇପିଏଲରେ ଖେଳିପାରିବେ ନାହିଁ। କିନ୍ତୁ ୬ ମାସ ପରେ ଫିଟନେସ ପ୍ରାପ୍ତ କରିବାକୁ ତାଙ୍କୁ ଆଉ କିଛି ମାସ ଲାଗିପାରେ। ଏଣୁ ବର୍ଷ ଶେଷ ବେଳକୁ ହେବାକୁ ଥିବା ବିଶ୍ବକପରେ ବି ସେ ଖେଳିବା ନେଇ ଆଶଙ୍କା ସୃଷ୍ଚି ରହିଥିବା ନେଇ କେତେକ ବିଶେଷଜ୍ଞ କହିଛନ୍ତି।


Also Read: ଟିମ ଇଣ୍ଡିଆ କେମିତି ହେବ ବିଶ୍ୱର ନମ୍ବର ଓ୍ୱାନ 1, ଜାଣନ୍ତୁ ପୂରା ସମୀକରଣ


Also Read: Viral Video: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ସମୟର ଦୃଶ୍ୟ...