Ricky Ponting On Rishabh Pant: ଭାରତୀୟ କ୍ରିକେଟ୍ ଦଳର (Team India) ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଗତ ବର୍ଷ ଏକ ଭୟଙ୍କର କାର ଦୁର୍ଘଟଣାର (Car Accident) ଶିକାର ହୋଇଥିଲେ । ଗୁରୁତର ଆହତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ସେ ମୁମ୍ବାଇର (Mumbai) ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ହେଲ୍ଥ ଅପଡେଟ୍ ପ୍ରଶଂସକଙ୍କ ଦ୍ୱାରା ନିରନ୍ତର ନଜର ରଖାଯାଏ । ଟିମ୍ ଇଣ୍ଡିଆର ଏହି ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସର (Delhi Capitals) ଅଧିନାୟକ । ଦଳର ମୁଖ୍ୟ କୋଚ୍ ରିକି ପଣ୍ଟିଙ୍ଗ (Ricky Ponting) ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ଚାହୁଁଛନ୍ତି ଯେ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସମୟରେ ଅଧିନାୟକ ଋଷଭ ପନ୍ତ ଡଗ୍ଆଉଟରେ ତାଙ୍କ ପାଖରେ ପ୍ରତିଦିନ ବସନ୍ତୁ । ଡିସେମ୍ବର ଶେଷ ସପ୍ତାହରେ ଏକ କାର ଦୁର୍ଘଟଣାରେ ପନ୍ତ ଆହତ ହୋଇଥିଲେ, ଯେଉଁଥିପାଇଁ ସେ ଆଇପିଏଲରେ ଖେଳି ପାରିବେ ନାହିଁ । ଭାରତର ୱିକେଟ୍ କିପର ତଥା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ବର୍ତ୍ତମାନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।


ଆଇସିସି ସମୀକ୍ଷାରେ ପଣ୍ଟିଂ କହିଛନ୍ତି, “ଆପଣ ସେପରି ଖେଳାଳିଙ୍କ ସ୍ଥାନ ପୂରଣ କରିପାରିବେ ନାହିଁ । ସେହିଭଳି ଖେଳାଳିମାନେ ସହଜରେ ଜନ୍ମ ହୁଅନ୍ତି ନାହିଁ । ଆମେ ତାଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ପରି ଦଳରେ ରଖିବାକୁ ଚାହୁଁଛୁ । ଯଦି ସେ ବାସ୍ତବରେ ଖେଳିବା ପାଇଁ ଶାରୀରିକ ଭାବେ ଫିଟ୍ ନୁହଁନ୍ତି, ତଥାପି ଆମେ ତାଙ୍କୁ ଦଳ ସହିତ ରଖିବାକୁ ପସନ୍ଦ କରିବୁ । ଯଦି ସେ ଯାତ୍ରା ଓ ଦଳ ସହିତ ରହିବାକୁ ସକ୍ଷମ, ତେବେ ମୁଁ ସପ୍ତାହର ପ୍ରତ୍ୟେକ ଦିନ ଗେମରେ ତାଙ୍କ ପାଖରେ ବସିବାକୁ ପସନ୍ଦ କରିବି ।"


ପଣ୍ଟିଂ କହିଛନ୍ତି, "ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମାର୍ଚ୍ଚରେ କ୍ୟାମ୍ପ ଆରମ୍ଭ କରିବା ପାଇଁ ଯେତେବେଳେ ଆମେ ଦିଲ୍ଲୀରେ ଭେଟିବି, ଯଦି ସେତେବେଳେ ସେ ଦଳ ସହ ରହିପାରିବାର ସକ୍ଷମ ଥିବେ, ତେବେ ମୁଁ ଚାହିଁବି ଯେ ସେ ଆମ ସହିତ ପୂର୍ଣ୍ଣକାଳୀନ ସମୟ ଯାଏଁ ରୁହନ୍ତୁ ।"


ଫେବୃଆରୀ ଓ ମାର୍ଚ୍ଚରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ଟେଷ୍ଟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମଧ୍ୟ ଜୁନ୍ ମାସରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇପାରେ । ପଣ୍ଟିଙ୍ଗ କହିଛନ୍ତି ଯେ 'ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପନ୍ତଙ୍କୁ ମିସ୍ କରିବ ।'


ଏହା ବି ପଢନ୍ତୁ: IND vs NZ: ଭାଙ୍ଗିପାରେ ଫ୍ୟାନ୍ସଙ୍କ ହୃଦୟ, ତୃତୀୟ ଦିନିକିଆରୁ ଖେଳିବେନି ବିରାଟ କୋହଲି! ଜାଣନ୍ତୁ କ'ଣ ରହିଛି କାରଣ?